ଭୁବନେଶ୍ୱର: ରାଜଧାନୀରେ ୬୦୦ରୁ ଉର୍ଦ୍ଧ୍ଵ ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁଲୋଚନା ଦାସ। ସେ କହିଛନ୍ତି, ଅନେକ ଜାଗାରେ ବିଲଡର ଜାଗା ବିକି ଦେଇ ପଳେଇଛନ୍ତି। ବିଏମସିର ତା ଉପରେ ନିୟନ୍ତ୍ରଣ ନାହିଁ। ଆପର୍ଟମେଣ୍ଟ ନିର୍ମାଣ ବେଳେ ତାହା ପଞ୍ଚାୟତରେ ଥିଲା। ଏବେ ସେଗୁଡ଼ିକ ବିଏମସି ନିୟନ୍ତ୍ରଣକୁ ଆସିଛି। ବେଆଇନ ନିର୍ମାଣ ହେବା ଫଳରେ ପ୍ରାକୃତିକ ଜଳାଶୟ ଗୁଡିକ ଜବରଦଖଲ ହୋଇ ରହିଛି, ଯାହା ଫଳରେ ଡ୍ରେନେଜ ଅବ୍ୟବସ୍ଥା ଦେଖା ଦେଇଛି।
ମେୟର ଆହୁରି କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ଯାହା ରହିବ, ତାକୁ ବିଏମସି ମାନିବ। ହେଲେ ବିଏମସି ପାଖରେ କ୍ଷତିପୂରଣ ଦେବାକୁ ପଇସା ନାହିଁ। ବିରାଟ ବିରାଟ ଆପାର୍ଟମେଣ୍ଟ ନିର୍ମାଣ ହୋଇଛି ତାକୁ ଭାଙ୍ଗିଲେ ସେଇ ଅନୁଯାୟୀ ତାଙ୍କୁ କ୍ଷତିପୂରଣ ଦେବାକୁ ପଡିବ। ସରକାର ଯଦି କ୍ଷତିପୂରଣ ଦେବେ ତାହେଲେ ଆମକୁ ଅନୁମତି ଦେଲେ ଆମେ ଭାଙ୍ଗିଦେବୁ। ବିଧିବଦ୍ଧ ଭାବରେ ସରକାରଙ୍କ ଚିଠି ଆସିଲେ ଆମେ ବେଆଇନ୍ ନିର୍ମାଣ, ବେଆଇନ ଆପର୍ଟମେଣ୍ଟ ଭାଙ୍ଗିବୁ।
ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ମେୟର

Share Now: