ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନିକଟ ଅତୀତରେ ଭିଡ଼ରେ ଆମ୍ବୁଲାନ୍ସ ଫସି ଏକ ଶିଶୁର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସାରା ରାଜ୍ୟରେ ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହାପରେ କମିସନରେଟ ପୁଲିସ ଆଡଭାଇଜରି ଜାରି କରି ଆମ୍ବୁଲାନ୍ସ ପାଇଁ ବାମ ପାର୍ଶ୍ଵ ରାସ୍ତା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା। ଆଜିଠାରୁ ସଂଶୋଧିତ ଟ୍ରାଫିକ ଆଇନ କଡ଼ାକଡ଼ି ହୋଇଥିବା ବେଳେ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ନିବାସକୁ ଫେରୁଥିବା ସମୟରେ ଏଜି ଛକରେ ଅଟକି ଆମ୍ବୁଲାନ୍ସକୁ ବାଟ ଛାଡ଼ି ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ ଅଟକି ରହି ପ୍ରଥମେ ଆମ୍ବୁଲାନ୍ସକୁ ଯିବାକୁ ଦେଇଥିଲା। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ଅଟକି ଆମ୍ବୁଲାନ୍ସକୁ ବାଟ ଛାଡ଼ିଥିଲା।

Share Now:

Kalinga News Beuro

Leave a Reply

Next Post

ରେଳ ଷ୍ଟେସନ ଉନ୍ନତୀକରଣ ପାଇଁ ବାଟ ଫିଟିବ : ଉଚ୍ଚତା ନେଇ ସର୍ଭେ କଲା ଏଏଆଇ

Tue Mar 3 , 2020
ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତୀକରଣ ନେଇ ପ୍ରାୟ ଦେଢ଼ ବର୍ଷ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଚାଲିବା ପରେ ସେପ୍ଟେମ୍ବର ୧୯, ୨୦୧୯ରେ ଏନେଇ ଏମ୍‌ଓୟୁ ସ୍ଵାକ୍ଷର ହୋଇଥିଲା। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଓ ବିଡିଏ ମଧ୍ୟରେ ଏମ୍‌ଓୟୁ ସ୍ଵାକ୍ଷର ହୋଇଥିଲା। ସବୁ ବିବାଦର ଅନ୍ତ ହୋଇଯାଇଥିବାରୁ ରେଳ ଷ୍ଟେସନ ଉନ୍ନତୀକରଣରେ ଆଉ କିଛି ସମସ୍ୟା ରହିବନି ବୋଲି କୁହାଯାଇଥିଲା। ହେଲେ ରେଳ ଷ୍ଟେସନରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial