ଜମିବାଡ଼ି ବିବାଦରୁ ସାନ ଭାଇର ଭୁଜାଲି ଚୋଟରେ ବଡ଼ଭାଇ ମୃତ

କୁଚିଣ୍ଡା ଅଞ୍ଚଳରେ ଚାଞ୍ଚଲ୍ୟ

ଗରଦପୁର : ପାଟକୁରା ଥାନା ସାନ ଅଡ଼ଙ୍ଗା ପଞ୍ଚାୟତ ଧସଣାପାରୀ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସାନଭାଇର ‌ଭୁଜାଲି ଚୋଟରେ ବଡ଼ଭାଇର ପ୍ରାଣ ଯାଇଛି। ପୁଲିସ ଶବ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ସୂଚନା ଅନୁସାରେ, ଧସଣାପାରୀ ଗ୍ରାମର କାମିନୀ ମିଶ୍ରଙ୍କ ବଡ଼ ପୁଅ ଉମାକାନ୍ତ ଓ ସାନ ପୁଅ ଲୋକନାଥ କିଛିବର୍ଷ ଧରି ଗୋଆରେ ରହୁଥିଲେ। ବଡ଼ପୁଅ ଉମାକାନ୍ତ ଗାଁକୁ ଫେରିଆସି ଘରେ ଅଲଗା ହୋଇ ଚଳୁଥିଲେ। ଉମାକାନ୍ତ ଅଧିକାଂଶ ସମୟରେ ଜମିବାଡ଼ିକୁ ନେଇ ଅଶାନ୍ତି ସୃଷ୍ଟି କରୁଥିଲେ। ବିବାଦ ଏକାଧିକ ଥର ଥାନାକୁ ବି ଯାଇଥିଲା। ଅନ୍ୟପକ୍ଷରେ ବଡ଼ଭାଇ ଉମାକାନ୍ତ ଘରେ ଅଶାନ୍ତି ସୃଷ୍ଟି କରୁଥିବା ଖବରପାଇ ଗୋଆରେ ରହୁଥିବା ସାନଭାଇ ଲୋକନାଥ ଲକଡ଼ାଉନ ବେଳେ ଘରକୁ ଫେରି ଆସିଥିଲେ। ଆଜି ଅପରାହ୍ନରେ ଏହି ପାରିବାରିକ ଗଣ୍ତଗୋଳ ଉଗ୍ରରୂପ ନେଇଥିଲା। ଗଣ୍ଡଗୋଳ ଲାଗିବା ବେଳେ ଉମାକାନ୍ତ ବାପା କାମିନୀଙ୍କ କାନକୁ କାମୁଡ଼ି ଛିଣ୍ତାଇ ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ କାମିନୀ ଓ ସାନପୁଅ ଲୋକନାଥ ଉମାକାନ୍ତଙ୍କୁ ଆକ୍ରମଣ କରିଥିଲେ। ଲୋକନାଥଙ୍କ ଠେଙ୍ଗା, ଭୁଜାଲି ମାଡ଼ରେ ବଡ଼ଭାଇ ଉମାକାନ୍ତ ଗୁରୁତର ଆହତ ହୋଇଥିଲେ। ପତ୍ନୀ ଉମାକାନ୍ତଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ଉମାକାନ୍ତଙ୍କ ମୃତ୍ୟୁ ଘଟିଥିଲା।

Share Now:

Kalinga News Beuro

Next Post

ଶବ ଦାହକ ସାଜିଛନ୍ତି ଡିପ୍ଲୋମା ଇଂଜିନିୟର

Sat Oct 17 , 2020
ଭୁବନେଶ୍ୱର : ହୁତ୍‌ହୁତ୍‌ ହୋଇ ଜଳୁଥିଲା କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ। ବିନା ସଙ୍କୋଚରେ ଶବକୁ ଦାହ କରି ଚାଲିଥିଲେ ମଡ଼ାଚଣ୍ଡିଆ ରାବଣ। ଗୋଟେ କି ଦୁଇଟା ନୁହେଁ, ଏକକାଳୀନ ୩ଟି ଶବକୁ ଅତି ଯତ୍ନରେ ପୋଡ଼ୁଥିବା ବେଳେ ନିଆଁ ଧାସ ତାଙ୍କ ଆଡ଼କୁ ଚିହିଁକି ଆସୁଥିଲା। ଏଥିପ୍ରତି କିନ୍ତୁ ଭ୍ରୂକ୍ଷେପ ନଥିଲା। ଆଗରୁ କେବେ କେମିତି ଦିନକୁ ଗୋଟେ କି ଦୁଇଟା ଶବ ଆସିଲେ ଢେର୍‌। ଏବେ […]
ଏବେ ଶବ ପୋଡ଼ୁଛନ୍ତି ଡିପ୍ଲୋମା ଇଂଜିନିୟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial