ଜୟଦେବ ଜୟନ୍ତୀ ପାଇଁ ସଂକୀର୍ତ୍ତନ ଶୋଭାଯାତ୍ରା

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ହେଉଛି ଓଡ଼ିଆ ଜାତିର ଗର୍ବ ଓ ଗୌରବ, ଶ୍ରୀଗୀତଗୋବିନ୍ଦର ସ୍ରଷ୍ଠା ମହାକବି ଶ୍ରୀ ଜୟଦେବଙ୍କର ଆଜି ଜୟନ୍ତୀ। ଏଥିପାଇଁ ଆଜି ପବିତ୍ର ଅକ୍ଷୟ ତୃତୀୟା ଓ ଶ୍ରୀ ଜୟଦେବ ଜୟନ୍ତୀ ପାଳନ ପାଇଁ ଆଜି ସକାଳୁ ପୁରୁଣା ଭୁବନେଶ୍ୱରସ୍ଥିତ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ଠାରୁ ଏକ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରି ଶ୍ରୀ ଜୟଦେବଙ୍କ ଜନ୍ମପୀଠ କେନ୍ଦୁଲି ଅଭିମୁଖେ ଯାତ୍ରା କରିଛି।
ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଛି। ରାଧାକୃଷ୍ଣ, ହନୁମାନ ବେଶରେ କଳାକାର ମାନେ ସଜ୍ଜିତ ହୋଇ ଏହି ସଂକୀର୍ତ୍ତନ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଭୁବନେଶ୍ୱରର ପ୍ରବେଶ ଦ୍ଵାର ହଂସପାଳ ଛକ ପାଲଟିଛି ମରଣଯନ୍ତା

Thu Apr 19 , 2018
ଭୁବନେଶ୍ୱର: ଉତ୍ତର ଭୁବନେଶ୍ୱରବାସୀଙ୍କ ଦୁଃଖ ପାଲଟିଛି ହଂସପାଳ ଛକ। ବିଏମ୍‌ସିର ୪ ନମ୍ବର ଓ୍ଵାର୍ଡରେ ଅସୁଥିବା ହଂସପାଳ ଛକ ଏବେ ପାଲଟିଛି ମରଣାଯନ୍ତା। ଗତ ୩ ବର୍ଷ ମଧ୍ୟରେ ଟ୍ରାଫିକ୍‌ ସମସ୍ୟା ଯୋଗୁଁ ଶତାଧିକ ଲୋକଙ୍କ ଧନଜୀବନ ହାନି ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ଛକରେ ଏକ ଫ୍ଲାଏଓଭର ନିର୍ମାଣ କରିବା ଲାଗି ଲୋକମାନେ ବାରମ୍ବାର ଦାବି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial