ମାହାଙ୍ଗା ହତ୍ୟାକାଣ୍ତ ଘଟଣା : ଚୌଦ୍ବାର ଅଞ୍ଚଳରୁ ଆଉ ଜଣେ ଗିରଫ

ମାହାଙ୍ଗା ହତ୍ୟାକାଣ୍ତ

୪ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ

ମାହାଙ୍ଗା: ମାହାଙ୍ଗା ହତ୍ୟାକାଣ୍ତରେ ଗତକାଲି ବିଳମ୍ବିତ ରାତି‌ରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଗ୍ରାମାଞ୍ଚଳ ପୁଳିସ ଦ୍ବାରା ଗଠିତ ପାଞ୍ଚ ଜଣିଆ ଟିମ୍‌। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଚୈତନ୍ୟ ସେଠୀ। କଟକ ଚୌଦ୍ବାର ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଗିରଫ କରିଥିବା‌ବେଳେ ହତ୍ୟାକଣ୍ତରେ ସମ୍ପୃକ୍ତ ଥିବା ଆଉ ୪ ଜଣ ଅଭିଯୁକ୍ତଙ୍କୁ ଏବେ ବି ଗ୍ରାମାଞ୍ଚଳ ପୁଲିସ ଖୋଜୁଥିବା ସୂଚନା ମିଳିଛି। ସୂଚନାଯୋ‌ଗ୍ୟ, ଗତ ୨ ତାରିଖ ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ବିଭତ୍ସ ଭାବେ ହତ୍ୟା କରା ଯାଇଥିବା‌ ବେଳେ ଏହି ହତ୍ୟା ରାଜନୈତିକ ଶତ୍ରୁତା ନେଇ ଅଭିଯୋଗ ହୋଇଥିବା ବେଳେ ଗ୍ରାମାଞ୍ଚଳ ପୁଲିସ ଦ୍ବାରା ପାଞ୍ଚ ଜଣିଆ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଆଉ ଜଣେ ଅଭିଯୁକ୍ତ ‌ଚୈତନ୍ୟ ସେଠୀଙ୍କୁ କଟକର ଚୌଦ୍ବାର ଅଞ୍ଚଳରୁ ଗିରଫ କରିଛି ପୋଲିସ ଟିମ। ଏହାସହ ଏହି ହତ୍ୟାକାଣ୍ତରେ ସମ୍ପୃକ୍ତ ଥିବା ଆଉ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଖୋଜୁଥିବା ସୂଚନା ମିଳିଛି। ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣରୁ ମାହାଙ୍ଗାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା, ସେ ସମ୍ପର୍କରେ ଗ୍ରାମଞ୍ଚଳ ପୁଲିସ କିଛି ସ୍ପଷ୍ଟ କରି ନଥିଲା।

Share Now:

Kalinga News Beuro

Next Post

ଟ୍ରାଫିକ୍‌ ମ୍ୟାନେଜମେଣ୍ଟ କମିଟି ବୈଠକ : ଆସିଲେନି କେହି

Thu Jan 7 , 2021
ବୈଠକ ବାତିଲ କଲେ ପୁଲିସ କମିସନର୍ କଟକ : ବର୍ଷେ ହେବ ବନ୍ଦ ପଡ଼ିଥିବା ଟିଏମସି(ଟ୍ରାଫିକ୍‌ ମ୍ୟାନେଜମେଣ୍ଟ କମିଟି) ବୈଠକ ଆଜି ବସିଥିଲା। ଜାତୀୟ ରାଜପଥରେ ଆଲୋକ, ରାସ୍ତା ସମ୍ପ୍ରସାରଣ, ସର୍ଭିସ ରୋଡ, ଅଣ୍ତରପାସ୍‌ ସହିତ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ପ୍ରମୁଖ ପ୍ରସଙ୍ଗ ଥିଲା। କିନ୍ତୁ ଏନଏଚ୍‌ର ବିଭାଗୀୟ ଅଧିକାରୀ ଅନୁପସ୍ଥିତ ଥିଲେ। କମିସନରେଟ୍‌ ପୁଲିସର ଅଧିକାରୀଙ୍କ ସମେତ ହାତଗଣତି ଅନ୍ୟ ବିଭାଗର ଅଧିକାରୀଙ୍କ ବାଦ୍‌ ଦେଲେ ଅନ୍ୟ […]
ପୁଲିସ କମିସନର୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial