ଜୁନ ୧୫ରୁ ଶ୍ରୀଅଲରାନାଥ ପୀଠରେ ହେବ ଭକ୍ତ ସମାଗମ ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଜାରି ରହିଛି। ଶ୍ରୀଜିଉମାନେ ସୁନାକୂଅରୁ ୧୦୮ ଗରା ସୁବାସିତ ଜଳରେ ଗାଧୋଇଛନ୍ତି। ମନ୍ଦିର ନିକଟ ସୁନାକୂଅକୁ ଯଥାବିଧି ପୂଜା କରାଯିବା ପରେ ସେବାୟତମାନେ ସେଥିରୁ ୧୦୮ ଗରା ଶୀତଳ ଜଳ ବୋହି ଆଣି ଚତୁର୍ଦ୍ଧାମୂର୍ତ୍ତିଙ୍କ (ଶ୍ରୀଜଗନ୍ନାଥ-୩୫ ଗରା, ବଳଭଦ୍ର-୩୩ ଗରା, ସୁଭଦ୍ରା-୨୨ଗରା, ସୁଦର୍ଶନ-୧୮ ଗରା) ଉପରେ ଢ଼ାଳି ସ୍ନାନ କରାଇଥିଲେ। ଏହି ପବିତ୍ର ଦେବସ୍ନାନ […]

କଟକ: ଓଡ଼ିଶାର ପୁରପଲ୍ଲୀରୁ ଆରମ୍ଭ କରି ସହରନଗର ପର୍ଯ୍ୟନ୍ତ ସବୁଠି ରଜ ଉତ୍ସବ ଆନନ୍ଦଉଲ୍ଲାସରେ ପାଳିତ ହୋଇଥାଏ। ଏହି ପର୍ବ ଝିଅ ଓ ମହିଳାଙ୍କ ପାଇଁ ହୋଇଥିଲେ ‌ମଧ୍ୟ ସବୁ ବର୍ଗର ପୁରୁଷ ଏଥିରେ ସାମିଲ ହୋଇଥାନ୍ତି। ୪ଦିନ ଧରି ପାଳିତ ରଜ ଉତ୍ସବ ଦୋଳିଖେଳ, ରଜପାନ, ପୋଡ଼ପିଠା, ପୁଚିଖେଳ ଭଳି ମଉଜ ମଜଲିସ୍‌ରେ ଅତିବାହିତ ହୋଇଥାଏ। ସଂପ୍ରତି କଟକ ସହରରେ ବିଭିନ୍ନ ମହିଳା ଅନୁଷ୍ଠାନ, ଯୁବ ସଂଗଠନ, ସାଂସ୍କୃତିକ […]

କଟକ: ଚଳିତବର୍ଷ କଟକରେ ହେବ ଐତିହାସିକ ବାଲିଯାତ୍ରା। କୋଭିଡ ମହାମାରୀ ପାଇଁ ଗତ ୨ ବର୍ଷ ଧରି ବନ୍ଦ ଥିବା କଟକ ବାଲିଯାତ୍ରା ଏଥର ହେବାକୁ ଯାଉଛି ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ। କୋରୋନା ସ୍ଥିତିରେ ସୁଧାର ଆସିଥିବାରୁ ଚଳିତବର୍ଷ ବାଲିଯାତ୍ରା କରାଯିବାକୁ ଯୋଜନା କରାଯାଇଛି। ସୂଚନା ଅନୁଯାୟୀ, କଟକରେ ପୁଣି ହେବ ବାଲିଯାତ୍ରା। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ। ପୂର୍ବପରି […]

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ ହୋଇଥିବା ନୀତିକାନ୍ତିର ବ୍ୟବସ୍ଥାବଳିରେ ଆଜିର ବୈଠକରେ ମୋହର ଲାଗିଛି। ସେହିପରି ସ୍ନାନଯାତ୍ରା ଦିନ ପହଣ୍ଡି ସମୟରେ କେତେ ଜଣ ସେବାୟତ ନିୟୋଜିତ ହେବେ ଏବଂ ‌ସ୍ନାନବେଦୀରେ କେତେ ଜଣ ସେବାୟତ ରହିପାରିବେ, […]

୧୦୭ ବର୍ଷ ହେବ ବାରବାଟୀ ଦୁର୍ଗ ଏଏସ୍‌ଆଇ ଅଧୀନରେ କଟକ: କଟକର ସ୍ବାଭିମାନ, ପ୍ରାଚୀନ ଓଡ଼ିଶାର ପ୍ରାଣକେନ୍ଦ୍ର ବାରବାଟୀ ଦୁର୍ଗ ଭଳି ଐତିହ୍ୟ ସହିତ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଖେଳୁଛି। ଓଡ଼ିଶାର ଐତିହ୍ୟ ପ୍ରତି ଏଏସ୍‌ଆଇର ‌ଯେ ଆନ୍ତରିକତା ନାହିଁ ବାରବାଟୀ ଦୁର୍ଗର ସ୍ଥିତିରୁ ତାହା ଜଳ ଜଳ ହୋଇ ଦିଶୁଛି। ବାରବାଟୀ ଦୁର୍ଗ ଏବେ କେମିତି ଅଛି? କେମିତି ଚାଲିଛି ଖନନ କାର୍ଯ୍ୟ? ବାହାରିଥିବା କୀର୍ତ୍ତିରାଜି, ପ୍ରସ୍ତର ଏବେ […]

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶୀତଳଷଷ୍ଠୀ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି ମନ୍ଦିର ପ୍ରଶାସନ। ଆଜି ସବୁ ନିଯୋଗମାନଙ୍କ ସହ ବୈଠକ ହୋଇ ସମସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। କିନ୍ତୁ ଏଥିରେ ସୁଆର ସେବକ ଏବଂ ପୂଜାପଣ୍ଡା ସେବାୟତ ଯୋଗ ଦେଇନଥିଲେ। ବୈଠକର ନିଷ୍ପତି କ୍ରମେ ଆସନ୍ତା ଜୁନ ୪ ତାରିଖରେ ଶିବ-ପାର୍ବତୀ (ଦେବ ଦମ୍ପତି) ବିବାହ ଅନୁଷ୍ଠିତ ହେବ। ସକାଳ ୬.୩୦ ରେ ମଙ୍ଗଳ ଆଳତି ଆଉ ତାପରେ […]

କଟକ: ସିଲ୍‌ଭର ସିଟି ବୋଟ୍‌ କ୍ଲବ୍‌କୁ ଆସିଛି ୩୦ ସିଟ୍‌ ବିଶିଷ୍ଟ ଫ୍ଲୋଟିଙ୍ଗ ରେଷ୍ଟୁରାଣ୍ଟ। ଗୁରୁବାର ଏହି ରେଷ୍ଟୁରାଣ୍ଟର ଖଞ୍ଜିବା କାମ ଆରମ୍ଭ ହୋଇଛି। ସମସ୍ତ ଅଂଶ ଖଞ୍ଜାଯିବା କାର୍ଯ୍ୟ ଶେଷ ହେବାକୁ ପାଖାପାଖି ୭ ଦିନ ସମୟ ଲାଗିବ। ପରେ ଏହାକୁ ସର୍ବସାଧାରଣଙ୍କ ବ୍ୟବହାର ଉଦ୍ଦେଶ୍ୟରେ ପାଣି ଭିତରେ ଛଡ଼ାଯିବ ବୋଲି ଵାଟର ସ୍ପୋର୍ଟ୍ସ ସିମ୍ପଲ ପ୍ରାଇଭେଟ ଲିମିଟେଡ୍‌ର ଓଡ଼ିଶା ପ୍ରକଳ୍ପ ମୁଖ୍ୟ କମଳ ଦେ’ ସୂଚନା ଦେଇଛନ୍ତି। […]

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ। ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ। ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମାଙ୍କ ଆସ୍ଥାନକୁ। ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ପୀଠର ଆଜି ହୋଇଛି କାୟାକଳ୍ପ। କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ଆଜି ହୋଇଛି ପ୍ରତିଷ୍ଠା ଉତ୍ସବ। ପବିତ୍ର ମନ୍ତ୍ରଧ୍ବନୀର ଉଚ୍ଚାରଣ ତଥା ମଙ୍ଗଳ ବାଦ୍ୟର ନିନାଦରେ ଆଧ୍ୟାତ୍ମିକ ପରିବେଶ […]

୧୬ ଦଫା ଦାବି ନେଇ କଂଗ୍ରେସର ଧାରଣା ପାପଡାହାଣ୍ଡି/ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସମ୍ମୁଖରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଓ ପାପଡାହାଣ୍ଡି ବ୍ଲକ ମହିଳା ବିଡିଓ ରଞ୍ଜିତା ମଲ୍ଲିକ ମୁହାଁ ମୁହିଁ ହୋଇଛନ୍ତି। ବିଡିଓଙ୍କୁ ସିଧାସଳଖ ଟାର୍ଗେଟ କରି ତାରା କହିଥିଲେ ମୁଁ କହୁଛି, ତୁମେ ଜଣେ ଦୁର୍ନୀତିଗ୍ରସ୍ଥ ଅଧିକାରୀ। ଏହି ବିଡିଓଙ୍କ ସମୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଗରିବ ଲୋକଙ୍କ ଉପରେ […]

ଭୁବନେଶ୍ବର: ଦେଶର ଅନ୍ୟତମ ସ୍ମାର୍ଟ ସିଟି ଭାବେ ରାଜଧାନୀ ଭୁବନେଶ୍ବର ଜଣାଶୁଣା ହୋଇଗଲାଣି। କିନ୍ତୁ ପରିତାପର କଥା ପାର୍କିଂ ବ୍ୟବସ୍ଥାରେ ସୁଧାର ଆସିପାରିଲାନାହିଁ। ରାଜଧାନୀ ଭଳି ସହରରେ ଲୋକଙ୍କୁ ଏହି ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ମିଳିପାରିଲାନାହିଁ। ବେଆଇନ ପାର୍କିଂ ଫି’ ଆଦାୟ କରି ଲୋକଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ଦୀର୍ଘ ଦିନ ଧରି ହୋଇଆସୁଛି। ମେଳା ବା ଯାତ୍ରା ପଡ଼ିଆ ଭଳି ଯିଏ ‌ଯେଉଁଠି ପାରିଲା, ସେଠି ପାର୍କିଂ […]

Social media & sharing icons powered by UltimatelySocial