ଆୟୁଷ ସେଲ୍‌ ବନ୍ଦ, ଦିଆଯାଉନି ବ୍ୟକ୍ତିଗତ ସୁରକ୍ଷା ଉପକରଣ ଭୁବନେଶ୍ୱର : ରାଜ୍ୟରେ କରୋନା(କୋଭିଡ-୧୯) ମୁକାବିଲାରେ ଏକପ୍ରକାର ଅବହେଳାର ଶିକାର ହୋଇଛନ୍ତି କାର୍ଯ୍ୟରତ ଆୟୁଷ ଡାକ୍ତର। ରାଜ୍ୟର ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଡିସ୍‌ପେନସାରିଠାରୁ ଆରମ୍ଭ କରି ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କୁ ଆବଶ୍ୟକ ସୁରକ୍ଷା ଉପରକରଣ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏପରିକି ଆୟୁଷ ସଂଘ ମଧ୍ୟ ଏ ସଂକ୍ରାନ୍ତରେ ନବନିଯୁକ୍ତ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ […]

ମୁମ୍ବାଇ: ସାରା ବିଶ୍ୱରେ କରୋନା ଆତଙ୍କ ଲାଗି ରହିଥିବା ବେଳେ ଲୋକମାନଙ୍କୁ ସରକାରଙ୍କ କଥା ମାନି ସତର୍କ ରହିବାକୁ ବାର୍ତ୍ତା ଦେଇଛନ୍ତି ବଲିଉଡ୍‌ର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଏଆର୍‌ ରହମାନ। ଏ ସମୟରେ ଧାର୍ମିକ ସ୍ଥାନଗୁଡ଼ିକୁ ଯାଇ ସମସ୍ୟା ବଢ଼ାନ୍ତୁ ନାହିଁ ବୋଲି ସେ ବୁଧବାର ସୋସିଆଲ୍‌ ମିଡିଆରେ ପ୍ରକାଶ କରିଛନ୍ତି। ସରକାରଙ୍କ ଉପଦେଶ ମାନି ନିଜକୁ ପୃଥକ ଭାବେ ରଖନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଦିଲ୍ଲୀର ନିଜାମୁଦ୍ଦିନ […]

ବେଙ୍ଗାଲୁରୁ: ବର୍ତ୍ତମାନ କରୋନାଭାଇରସ୍ ଆତଙ୍କ ସାରା ପୃଥିବୀକୁ ଘାରିଥିବା ବେଳେ ନୋବେଲ କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଙ୍ଗାଲୁରୁର ଜଣେ ବାସିନ୍ଦା ଏବେ ଲୋକଙ୍କୁ ନଡରିବାକୁ କହିଛନ୍ତି। ଭେଙ୍କରା ରାଘବନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, କୋଭିଡ-୧୯କୁ ନେଇ ଭୟଭୀତ ହେବାର କିଛି ନାହିଁ। ରାଘବ, ଯିଏ ଲଣ୍ଡନର ହେଥ୍ରୋ ବିମାନବନ୍ଦରରୁ ଲସ୍ ଆଞ୍ଜେଲସ ଆସିବା ସମୟରେ ସଂକ୍ରମିତ ହୋଇଥିଲେ, ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି […]

ନୂଆଦିଲ୍ଲୀ: ଏପ୍ରିଲ୍ ୧ ତାରିଖ ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୧୪୬୬ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୩୮ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ବିହାରରେ ୧ଜଣ, […]

ସ୍ୱପ୍ନ ଆଙ୍କିଛେ କେତେ, ସାକାର କରିଛେ କେତେ? ଭୁବନେଶ୍ୱର: ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୮୪ ବର୍ଷରେ ପାଦ ଥାପିଛି । ମାତ୍ର ଓଡ଼ିଶା ମାଟି ମା’ର ଏହି ଜନ୍ମ ଦିବସ କରୋନା ମହାମାରୀ ପାଇଁ ଫିକା ପଡିଛି। ନା ସହର ଆଲୋକମାଳାରେ ଝଲସୁଛି ନା କୋଉଠି ସଭା ସମିତିରେ ଉତ୍କଳ ମାତାର ଗୁଣଗାନ ହୋଇପାରୁଛି। ଉତ୍କଳ ଦିବସ ଆସିଲେ ଅନେକ ବୁଦ୍ଧିଜୀବୀ, ଓଡ଼ିଆ ଓ ଓଡ଼ିଶା ପ୍ରେମୀ, ସରକାର […]

ଭୁବନେଶ୍ୱର: ରାଜ୍ୟରେ କରୋନା ନେଇ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିବିଶେଷଙ୍କୁ ସାବଧାନ କରିଛନ୍ତି ରାଜ୍ୟ ସରକାର । ଯଦି କେହି ଗୁଜବ ପ୍ରଚାର କରନ୍ତି, ତେବେ ଏହାକୁ ସରକାର ରାଷ୍ଟ୍ରଦ୍ରୋହ ଭଳି ଅପରାଧ ବିବେଚନା କରିବା ସହ ତଦନୁସାରେ ଦଣ୍ଡିତ କରବେ । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ନିରାପଦରେ ରଖିବାକୁ ଚାହୁଁଥିବା ବେଳେ ଗୁଜବ ପ୍ରଚାର ଏକ ନିନ୍ଦନୀୟ କାର୍ଯ୍ୟ। ଏପରି କାର୍ଯ୍ୟରେ ଲିପ୍ତ ଲୋକଙ୍କୁ କରୋର ଦଣ୍ଡ ଦିଆଯିବ। […]

ଭୁବନେଶ୍ୱର: ଆସନ୍ତାକାଲି ଉତ୍କଳ ଦିବସ ପାଳନ ହେବ । କିନ୍ତୁ ଏଥର ଆଡମ୍ବର ସହିତ ଏହି ଦିବସ ପାଳନ ହେବ ନାହିଁ । କରୋନା ଭାଇରସ ଯୋଗୁଁ ସମଗ୍ର ଭାରତ ସମେତ ଓଡ଼ିଶାରେ ୨୧ ଦିନିଆ ଲକଡାଉନ ଘୋଷଣା ହୋଇଥବାରୁ ଉତ୍କଳ ଦିବସକୁ ନିରାଡମ୍ବର ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉତ୍କଳ ଦିବସ ପାଳନ ନେଇ ଜଳ ସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ […]

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ଧାର୍ମିକ ସମାବେଶ ଫଳରେ ଶହ ଶହ ଲୋକଙ୍କୁ କରୋନା ସଂକ୍ରମଣ ହେବା ଆଶଙ୍କା ଦୃଢୀଭୂତ ହେବା ପରେ ଗଣ ସମାରୋହ ହୋଇଥିବା ମସ୍‌ଜିଦ୍‌ଟିକୁ ସିଲ୍‌ କରି ଦିଆଯିବା ସହ ପ୍ରାୟ ୮୦୦ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏହି ମସ୍‌ଜିଦ୍‌ରେ ଥିବା ଆହୁରି ୨୪ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଅନ୍ୟପକ୍ଷରେ ଦେଶର ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ ଏହି ସମାବେଶରେ ଯୋଗ ଦେଇଥିବା ଜଣାପଡ଼ିବା […]

ନୂଆଦିଲ୍ଲୀ: ଆସନ୍ତାକାଲି ବା ଏପ୍ରିଲ୍ ୧ ରୁ ଦଶଟି ବ୍ୟାଙ୍କ ମିଶ୍ରଣ ପରେ ଏଗୁଡିକ ଚାରୋଟି ବ୍ୟାଙ୍କରେ ପରିଣତ ହେବ। ଏହା ସହିତ ଭାରତରେ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ସଂଖ୍ୟା ୨୦୧୭ରେ ୨୭ ରୁ ୧୨କୁ ହ୍ରାସ ପାଇବ। ଏହି ବ୍ୟାଙ୍କଗୁଡ଼ିକୁ ୫୫୨୫୦ କୋଟି ଟଙ୍କା ଦିଆଯିବ। ଏଥିମଧ୍ୟରୁ କେବଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୧୬୦୦୦ କୋଟି ଟଙ୍କା ପାଇବ। କେଉଁ ବ୍ୟାଙ୍କଗୁଡିକ ମିଶ୍ରିତ ହେବ ଏବଂ ଆପଣଙ୍କ ଉପରେ […]

ଭୁବନେଶ୍ୱର: କରୋନା ଭାଇରସ ବା କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ସହ ଏହାର ମୁକାବିଲା ପାଇଁ ସମଗ୍ର ରାଜ୍ୟରେ ଏବେ ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏଥିସହ ପ୍ରତ୍ୟେକ ବିଦେଶ ଫେରନ୍ତା ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷମାନଙ୍କ ପାଇଁ ଏକାନ୍ତବାସ (ଆଇସୋଲେସନ୍‌) ଓ ସଙ୍ଗରୋଧ (କ୍ୱାରେଣ୍ଟିନ୍‌) ପରି କେତେକ ନିୟମ ଲାଗୁ କରାଯାଇଛି। ହେଲେ, ଶତକଡ଼ା ୯୦ ପ୍ରତିଶତ ରାଜ୍ୟବାସୀ ଏହି ନିୟୟମକୁ କଡ଼ାକଡ଼ି ଭାବେ ପାଳନ […]

Social media & sharing icons powered by UltimatelySocial