ପୁରୀ: କୋଣାର୍କ ଅବଧୁତ ମଠରୁ ଆଜି ଗଡ଼ିଲା ପ୍ରଥମ ସୂର୍ଯ୍ୟରଥ। ଏହି ରଥ ସୂର୍ଯ୍ୟ ମନ୍ଦିର ଦେଇ ଚନ୍ଦ୍ରଭାଗାରେ ପହଞ୍ଚିଛି। ଏହା ୨୭ଦିନ ଧରି ମାଘ ସପ୍ତମୀ ପର୍ଯ୍ୟନ୍ତ ସେଠାରେ ରହିବ। ଏହା ସହ ଶାମ୍ବ ଦଶମୀ ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। କରୋନା କଟକଣା ପାଇଁ ଚନ୍ଦ୍ରଭାଗା ରାମଚଣ୍ଡିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। […]

ଭୁବନେଶ୍ବର: କୋଭିଡ ସଂକ୍ରମଣକୁ ଆଖିରେ ରଖି ରାଜ୍ୟ ସରକାର ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ଲାଗି କଟକଣା ଜାରି କରିଛନ୍ତି। ସାଧାରଣତଃ ଏହି ଅବସରରେ ଶ୍ରଦ୍ଧାଳୁମାନେ ନଦୀ, ପୁଷ୍କରିଣୀ ଆଦି ନିକଟରେ ଭିଡ଼ ଜମାଇଥାନ୍ତି। ସେମାନେ ବୁଡ଼ ପକାଇଥାନ୍ତି। ହେଲେ ଏଥର ଏସବୁକୁ ବାରଣ କରାଯାଇଛି। ଏହାଛଡ଼ା ମନ୍ଦିରରେ ସର୍ବସାଧାରଣଙ୍କ ପୂଜାର୍ଚ୍ଚନାକୁ ବାରଣ କରାଯାଇଛି। ସମସ୍ତଙ୍କୁ ଘରେ ରହି ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ପାଳନ କରିବାକୁ […]

ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ଅଭିନବ ବିକ୍ଷୋଭ ଭୁବନେଶ୍ବର: ରାଜଭବନ ସମ୍ମୁଖରେ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ ପକ୍ଷରୁ ବୁଧବାର ଅଭିନବ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୧୦ ଦଫା ଦାବି କରି ପରିଷଦର ସଦସ୍ୟମାନେ ରାଜଭବନ ସମୁଖରେ ପାଲା କରିଥିଲେ। ମୃଦଙ୍ଗ, ଝାଞ୍ଜ ବଜାଇବା ସହ ହରିନା‌ମ ନେଇ ପାଲାଗାୟନ କରିଥିଲେ। ବେଶ୍ କିଛି ସମୟ ପର୍ଯ୍ୟନ୍ତ ରାଜଭବନ ସମ୍ମୁଖ ରାସ୍ତାରେ ପାଲା ପରିବେଷଣର ଦୃଶ୍ୟ ପଥଚାରୀଙ୍କ ପାଇଁ ଚର୍ଚ୍ଚାର […]

ଖୋର୍ଦ୍ଧା: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଓ ପାଇକ ସ୍ମାରକୀ ନିର୍ମାଣ ଜମି ପ୍ରଦାନ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦାବିରେ ଆଜି ଖୋର୍ଦ୍ଧା ଜିଲ୍ଲା ଠାରେ ଐତିହାସିକ ବରୁଣେଇ ପୀଠରୁ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଏକ ପାଇକ ରାଲି ବାହାରି ଖୋର୍ଦ୍ଧା ସହର ପରିକ୍ରମା କରିଛନ୍ତି। ଆଜି ବରୁଣେଇ ପୀଠରେ ଢ଼େଙ୍କାନାଳ, ଖୋର୍ଦ୍ଧା, ଗଞ୍ଜାମ ଆଦି ବିଭିନ୍ନ ସ୍ଥାନରୁ ପାଇକ ଆଖଡ଼ା ଦଳ, ପାଇକ ଗୁରୁ […]

ଡିସେମ୍ବର ୧୬ରୁ ସକାଳ ସାଢ଼େ ୫ଟାରୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ପୁରୀ: କୋଭିଡ-୧୯ ମହାମାରୀର ସମ୍ଭାବିତ ୩ୟ ଲହରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ନୂଆ ଏସ୍‌ଓପି ୨୦୨୧ ଡିସେମ୍ବର ୧୬ ତାରିଖ ଠାରୁ ଲାଗୁ ହେବ। ମନ୍ଦିର ଖୋଲା ରହିବା ସମୟରେ ଶ୍ରଦ୍ଧାଳୁ ମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୂର୍ବାହ୍ନ ସାଢ଼େ ୫ଟାରୁ ରାତ୍ରି ୯ଟା ୩୦ ଯାଏଁ ପ୍ରବେଶ କରିପାରିବେ। କୋଭିଡ-୧୯ […]

ପୁରୀ: ଶ୍ରୀମନ୍ଦିରରେ ଡିସେମ୍ବର ୧୫ ତାରିଖ (ବୁଧବାର) ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ଶ୍ରୀମୁଖ ସିଂଗାର ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ବୁଧବାର ଅପରାହ୍ନ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ପ୍ରତି ମାସରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂଗାର ନୀତି ଅନୁଷ୍ଠିତ ହୁଏ। ବୁଧବାର ମାର୍ଗଶୀର ଦ୍ବାଦଶୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଦତ୍ତ ମହାପାତ୍ର ସେବକଙ୍କ ଦ୍ବାରା […]

ନୂଆଦିଲ୍ଲୀ: ଇଜିପ୍ଟର ଦକ୍ଷିଣରେ ଥିବା ସହର ଆବୁ ଗୋରାବର ମରୁଭୂମି ତଳୁ ମିଳିଲା ପ୍ରାଚୀନ ମନ୍ଦିର। ଯାହା ପ୍ରତ୍ନତତ୍ତ୍ୱବିତଙ୍କୁ ଆଶ୍ଚର୍ଯ୍ୟ କରିଛି। ମରୁଭୂମିର ବାଲି ତଳୁ ଏହି ସୂର୍ଯ୍ୟ ମନ୍ଦିର ମିଳିଛି। ଯାହା ୪୫୦୦ ବର୍ଷ ତଳର ବୋଲି କୁହାଯାଉଛି। ଦୀର୍ଘ ୪୫୦୦ ବର୍ଷ ହେବ ମରୁଭୂମିର ବାଲି ତଳେ ପୋତି ହୋଇ ରହିଥିଲା ଏହି ମନ୍ଦିର। ଏହାକୁ ରାଜା ଫାରୋସ ନିର୍ମାଣ କରିଥିଲେ। ଇଜିପ୍ଟରେ ଏହି ମନ୍ଦିର ସାମ୍ନାକୁ […]

ବଡ଼ ଏକାଦଶୀରେ ସାଧାରଣ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନ ମନା ପୁରୀ: ରାତି ପାହିଲେ ଶ୍ରୀକ୍ଷେତ୍ର ଓ ଏକାମ୍ରକ୍ଷେତ୍ର ସମେତ ରାଜ୍ୟବ୍ୟାପୀ ପଞ୍ଚୁକ ଆରମ୍ଭ ହୋଇଯିବ। କାର୍ତ୍ତିକ ମାସରେ ନାମ ସଂକୀର୍ତନରେ ଉଛୁଳୁଛି ମଠ ଓ ମନ୍ଦିର। ଭକ୍ତିଭାବରେ ତଲ୍ଲୀନ ହେଉଛି ତନ ଓ ମନ। କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରୁ ସୋମବାର ପଞ୍ଚୁକ ଆରମ୍ଭ ହୋଇଯିବ। ଯେଉଁମାନେ କାର୍ତ୍ତିକ ମାସ ସାରା ବ୍ରତ ପାଳନ କରି ନାହାନ୍ତି, ସେମାନଙ୍କ ମଧ୍ୟରୁ […]

ଭୁବନେଶ୍ବର : ମଞ୍ଚ ଓ କଳାକାର ଉଭୟ ପ୍ରସ୍ତୁତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥା’ନ୍ତେ। କିନ୍ତୁ ଠିକ୍‌ ସମୟରେ ବର୍ଷା ସବୁ ବିଗାଡ଼ି ଦେଲା। ସଂଧ୍ୟା ବେଳକୁ ଖୁବ୍‌ ଜୋର୍‌ରେ ବର୍ଷା ହେବାରୁ ମନ୍ଦିର ପରିସରସ୍ଥିତ ମୁକ୍ତାକାଶ ମଞ୍ଚରେ କାର୍ଯ୍ୟକ୍ରମ ପରିବେଷଣ ସମ୍ଭବ ହୋଇ ପାରିନଥିଲା। ଫଳରେ ରାଜାରାଣୀ ମନ୍ଦିର ପରିସରରେ ହେବାକୁ ଥିବା ୩ ଦିନିଆ ‘ରାଜାରାଣୀ ସଂଗୀତ ଉତ୍ସବ’କୁ ଶେଷ ମୁହୂର୍ତ୍ତରେ […]

ଆଠଗଡ଼: କଟକ ଜିଲ୍ଲା ଆଠଗଡ ପ୍ରଶାସନ ଆରାଧ୍ୟଦେବତା ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି କରିଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଁଳାନବମୀ ଓ ବଡ଼ଓଷାରେ ଧବଳେଶ୍ବର ପୀଠକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯିବାସହ ପଞ୍ଚୁକ ଯାତ୍ରା ପାଇଁ ସମ୍ଭବ୍ୟ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି। ଆସନ୍ତାକାଲି (ଶୁକ୍ରବାର) ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରାତଃ ୩ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଏହା ବଳବତ୍ତର […]

Social media & sharing icons powered by UltimatelySocial