ଭୁବନେଶ୍ୱର : ଜରୁରିକାଳୀନ କ୍ରେଡିଟ୍‌ ଲାଇନ୍ ଗ୍ୟାରେଣ୍ଟି ଯୋଜନା ମାଧ୍ୟମରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧.୬୦ ଲକ୍ଷ ଆକାଉଣ୍ଟ୍‌କୁ ୨୫୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ମଧ୍ୟରୁ ୧ ଲକ୍ଷ ଆକାଉଣ୍ଟକୁ ୧୭୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି ଯୋଜନାରେ ଗଞ୍ଜାମ ଜିଲ୍ଲାରେ ଶତ ପ୍ରତିଶତ ମଞ୍ଜୁରିପ୍ରାପ୍ତ ଆକାଉଣ୍ଟ୍‌କୁ ଋଣ ଆବଣ୍ଟନ କରାଯାଇଛି। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତକାଲି ଏମ୍‌ଏସ୍‌ଏମ୍‌ଇ ବିଭାଗର […]

ଭୁବନେଶ୍ୱର : ରାଜଧାନୀର କୌଣସି ହୋଟେଲ, ଠେଲା, ଷ୍ଟଲ୍‌ ନିକଟରେ ଛିଡ଼ା ହୋଇ ଖାଇବାକୁ ବିଏମ୍‌ସି ଅନୁମତି ଦେଇନି। କେବଳ ସେମାନେ ପାର୍ସଲ ଦେଇପାରିବେ। ଯଦି କେହି ଠେଲା ବା ରାସ୍ତା କଡ଼ ଦୋକାନରେ ଛିଡ଼ା ହୋଇ ଖାଉଥିବା ଦେଖାଯିବ ତେବେ ଉକ୍ତ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ ସହ ସିଲ୍‌ କରାଯିବ। ଏନେଇ ବିଏମ୍‌ସି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଚାଲିଛି। ଖୁବ୍‌ ଶୀଘ୍ର ଜୋନାଲ ଡେପୁଟି କମିସନରମାନେ ଏନେଇ […]

ଭୁବନେଶ୍ୱର: ଅନ୍‌ଲକ୍‌-୩ ଜାରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆଜିଠୁଁ ଚାଲିବ ମୋ ବସ୍‌। ଅତି ଗୁରୁତ୍ୱପୂର୍ଣ୍ଣ ୮ଟି ରୁଟରେ ନନ୍‌ ଏସି ବସ୍‌ ସେବା ଚାଲିବ ବୋଲି ଜଣାପଡ଼ିଛି। ‘ମୋ ବସ’କୁ ପରିଚାଳନା କରୁଥିବା କ୍ୟାପିଟାଳ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସଂସ୍ଥା ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଯାତ୍ରୀଙ୍କୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ସେବା ମିଳିବ। ରୁଟ ନଂ ୧୧, […]

ଭୁବନେଶ୍ୱର: କରୋନା ଯୋଗୁଁ କଳାକୁ ପେସା କରି ଚଳୁଥିବା ଶିଳ୍ପୀକୁଳ ଭାଙ୍ଗି ପଡ଼ିଛନ୍ତି। ବ୍ୟବସାୟ ପାଇଁ ବାଟ ବନ୍ଦ ‌ହୋଇଯାଇଛି। ତେବେ ଇତିମଧ୍ୟରେ ସରକାର କଟକଣା କୋହଳ କରିବାରୁ ଏକାମ୍ର ହାଟକୁ ସାହାରା କରି ପଡ଼ି ରହିଥିବା ଶିଳ୍ପୀକୁଳ ଆଜି ଆସି ବ୍ୟବସାୟ କେନ୍ଦ୍ର ଖୋଲିଥିଲେ। ମାତ୍ର ଦେଖିବା ବେଳକୁ ବିଦ୍ୟୁତ ଓ ପାଣି ସଂଯୋଗ ବିଛିନ୍ନ ହୋଇଯାଇଥିଲା। ଇଡ୍‌କୋ ହାତରୁ ଏହି ହାଟର ଭାଗ୍ୟ ତଥା ପରିଚାଳନା ଭାର […]

୮୦ମିଟର ଉଚ୍ଚ ଆଇକନିକ୍‌ ଟାୱାର ପାଇଁ ଅନୁମତି ଦେଲା ଏଏଆଇ,ଖୁବ୍‌ ଶୀଘ୍ର ଟେଣ୍ଡର୍‌ ଆହ୍ବାନ ଭୁବନେଶ୍ୱର : ‌ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତୀକରଣ ନେଇ ଥିବା ସବୁ ଅଡ଼ୁଆ ତୁଟିଛି। କରୋନା ପାଇଁ ବିଭିନ୍ନ ପ୍ରକଳ୍ପ କାମ ଆରମ୍ଭ ହୋଇପାରୁନଥିବାବେଳେ ଏବେ ରାଜ୍ୟ ସରକାରଙ୍କ ପାଇଁ ଖୁସି ଖବର ଆସିଛି। ଷ୍ଟେସନରେ ବିଡିଏ ପକ୍ଷରୁ ହେବାକୁ ଥିବା ୮୦ମିଟର ଉଚ୍ଚାର ଆଇକନିକ୍ ବିଲ୍‌ଡିଂ ପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଅନୁମତି […]

ନୂଆଦିଲ୍ଲୀ : ସୁନା ଓ ରୁପା ଦାମ୍ ରେକର୍ଡ ସ୍ତରରେ ପହଞ୍ଚିଛି। ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍‌ (ଏମ୍‌ସିଏକ୍ସ)ରେ ପ୍ରଥମ ଥର ପାଇଁ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୦ ହଜାର ଟଙ୍କାରୁ ଅଧିକ ହୋଇଛି। ଅଗଷ୍ଟ ମାସ ଲାଗି ବିକ୍ରି କରାଯାଉଥିବା ସୁନାର ଦାମ୍ ଆଜି ୫୦,୦୧୦ ଟଙ୍କା ହୋଇଥିଲା। ଏହା ପୂର୍ବରୁ ଏକ୍ସଚେଞ୍ଜ୍‌ରେ କେବେ ବି ସୁନା ଦାମ୍ ୫୦ ହଜାର ଟଙ୍କା ସ୍ତର ଟପିନଥିଲା। କେବଳ […]

ନୂଆଦିଲ୍ଲୀ: ଦେଶର ସୁରକ୍ଷା ଦୃଷ୍ଟିରୁ ବ୍ୟାନ୍‌ ହୋଇଥିବା ୫୯ ଟି ଚାଇନିଜ୍‌ ଆପକୁ ନୋଟିସ୍‌ କରିଛି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ। ନୋଟିସ୍‌ରେ ବ୍ୟାନ୍ ହୋଇଥିବା ଆପ୍‌ଗୁଡ଼ିକୁ ୭୯ଟି ପ୍ରଶ୍ନ ପଚରାଯାଇଛି। ନିର୍ଦ୍ଧାରିତ ସମୟରେ ଉତ୍ତର ନଦେଲେ ଆପ୍‌ଗୁଡ଼ିକୁ ସବୁଦିନ ପାଇଁ ବ୍ୟାନ୍ କରିଦିଆଯିବ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛି ମନ୍ତ୍ରାଳୟ।। ପ୍ରଶ୍ନର ଉତ୍ତର ଦେବା ପାଇଁ ଆପ୍‌ କାମ୍ପାନୀଗୁଡ଼ିକୁ ତିନି ସପ୍ତାହ ସମୟ ଦିଆଯାଇଛି। ମନ୍ତ୍ରାଳୟ […]

ନୂଆଦିଲ୍ଲୀ: ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ୭୫୦ ମେଗାୱାଟ୍‌ବିଶିଷ୍ଟ ଏସିଆର ସର୍ବବୃହତ୍ ରେୱା ଅଲ୍‌ଟ୍ରା ମେଗା ସୋଲାର୍‌ ପାୱାର୍ ପ୍ରୋଜେକ୍ଟ୍‌ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରୋଜେକ୍ଟ୍‌ ବାର୍ଷିକ ୧୫ ଲକ୍ଷ ଟନ୍ କାର୍ବନ୍ ଡାଇଅକ୍ସାଇଡ୍ ନିର୍ଗମନ ହ୍ରାସ କରାଇବ। ଜାତି ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରିବା ପରେ ପ୍ରଧାନମନ୍ତ୍ରୀ କହିଲେ, କେବଳ ଆଜିର ନୁହେଁ, ସୌରଶକ୍ତି ଏକବିଂଶ ଶତାବ୍ଦୀର ପ୍ରମୁଖ […]

ଡିସେମ୍ବର ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ, ଖର୍ଚ୍ଚ ହେବ ୧୬୦୦ କୋଟି ଭୁବନେଶ୍ୱର : ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକ ପରେ ଭୁବନେଶ୍ବର-କଟକ‌ ଦ୍ବୈତନଗରୀ ବାସିନ୍ଦାଙ୍କୁ ଆଉ ଦିନ ଦିନ ଧରି ବିଦ୍ୟୁତ୍‌ ନଥିବା ନେଇ ହଇରାଣ ହେବାକୁ ପଡ଼ିବନି। ଏହି ଦୁଇ ସହର ପାଇଁ ଖୁବ୍‌ଶୀଘ୍ର ୧୬୦୦ କୋଟି ଟଙ୍କା ବ୍ୟୟରେ ଦୁର୍ବିପାକ ନିରୋଧୀ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା କରାଯିବ। ଆଜି ଲୋକସେବା […]

ନୂଆଦିଲ୍ଲୀ: କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରା ଳୟ (ଏମଏସଏମଇ) ପକ୍ଷରୁ ପଞ୍ଜିକରଣ ପାଇଁ ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଉଛି। ଗତ ଜୁନ୍‌ ୨୬ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ନୂଆ ପଞ୍ଜିକରଣ ବ୍ୟବସ୍ଥାରେ ଗୋଟିଏ ଉଦ୍ୟୋଗକୁ ଉଦ୍ୟମ ବୋଲି ଧରାଯିବ ଏବଂ ତାହାର ପଞ୍ଜିକରଣ ପ୍ରକ୍ରିୟା “ଉଦ୍ୟମ ପଞ୍ଜିକରଣ” ନାମରେ ନାମିତ ହେବ। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରକ୍ରିୟା […]

Social media & sharing icons powered by UltimatelySocial