ଏମ୍‌ଏସ୍‌ଏମ୍‌ଇ ଋଣ ପ୍ରଦାନରେ ଗଞ୍ଜାମ ଜିଲ୍ଲା ପ୍ରଥମ

ଏମ୍‌ଏସ୍‌ଏମ୍‌ଇ ଋଣ ପ୍ରଦାନରେ ଗଞ୍ଜାମ ଜିଲ୍ଲା ପ୍ରଥମ

ଭୁବନେଶ୍ୱର : ଜରୁରିକାଳୀନ କ୍ରେଡିଟ୍‌ ଲାଇନ୍ ଗ୍ୟାରେଣ୍ଟି ଯୋଜନା ମାଧ୍ୟମରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧.୬୦ ଲକ୍ଷ ଆକାଉଣ୍ଟ୍‌କୁ ୨୫୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ମଧ୍ୟରୁ ୧ ଲକ୍ଷ ଆକାଉଣ୍ଟକୁ ୧୭୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି ଯୋଜନାରେ ଗଞ୍ଜାମ ଜିଲ୍ଲାରେ ଶତ ପ୍ରତିଶତ ମଞ୍ଜୁରିପ୍ରାପ୍ତ ଆକାଉଣ୍ଟ୍‌କୁ ଋଣ ଆବଣ୍ଟନ କରାଯାଇଛି। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତକାଲି ଏମ୍‌ଏସ୍‌ଏମ୍‌ଇ ବିଭାଗର ସମୀକ୍ଷା ବୈଠକ ଅବସରରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶତ ପ୍ରତିଶତ ଋଣ ଆବଣ୍ଟନ ହୋଇଥିବାରୁ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକଙ୍କୁ ପ୍ରଶଂସା କରାଯାଇଥିଲା।
ଡିଜିଟାଲ୍‌ ପ୍ଲାଟଫର୍ମରେ ହୋଇଥିବା ଏହି ବୈଠକରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ କମିସନ୍‌ଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ଯଥା ମୃର୍ତ୍ତିକା ଶିଳ୍ପ, ମହୁମାଛି ପାଳନ, ଜୋତା କାରିଗରୀ ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର ପିଏମ୍‌ଏଫ୍‌ଏମ୍‌ଇ ଯୋଜନାରେ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଅଗ୍ରାଧିକାର ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାଧ୍ୟମରେ ଜୀବିକା ନିର୍ବାହ ପାଇଁ ସୁଯୋଗ ସୃଷ୍ଟି ହେଉଥିବାରୁ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକମାନେ ଏ ଦିଗରେ ବିଶେଷ ଯତ୍ନବାନ ହେବାକୁ ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପରାମର୍ଶ ଦେଇଥିଲେ। ପ୍ରତି ଗୁରୁବାର ଦିନ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅଗ୍ରଗତିର ସମୀକ୍ଷା ହେବ ବୋଲି ମନ୍ତ୍ରୀ କହିଥିଲେ। ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ଶିଳ୍ପ ନିର୍ଦ୍ଦେଶକ ରଘୁ ଜି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Share Now:

Kalinga News Beuro

Next Post

ଚୀନ୍‌ ପରୀକ୍ଷା କଲା ‘କ୍ୟାରିଅର କିଲର୍‌’ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର

Fri Aug 7 , 2020
ନୂଆଦିଲ୍ଲୀ: ସମ୍ପ୍ରତି ଆମେରିକା ଓ ଭାରତ ସହ ଚୀନ୍‌ର ଉତ୍ତେଜନା ବଢ଼ି ଚାଲିଥିବା ପରିପ୍ରେକ୍ଷୀରେ ବେଜିଂ ପ୍ରଶାସନ ନିକଟରେ ‘କ୍ୟାରିଅର କିଲର’ ସମେତ ଦୁଇଟି ଘାତକ ଦ୍ରୁତଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିବା ଘଟଣା ପରିସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି। ଏହାର ନିୟମିତ ସମରାଭ୍ୟାସ କ୍ରମରେ ଗୋଟିଏ ସ୍ବଳ୍ପ ଦୂରଗାମୀ ଓ ଗୋଟିଏ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି ବୋଲି ପିପୁଲ୍‌ସ ଲିବରେସନ୍‌ ଆର୍ମି ରକେଟ୍‌ ଫୋର୍ସ(ପ୍ଲାର୍ଫ) ସୋମବାର […]
ଚୀନ୍‌ ପରୀକ୍ଷା କଲା ‘କ୍ୟାରିଅର କିଲର୍‌’ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial