ଚୀନ୍‌ ପରୀକ୍ଷା କଲା ‘କ୍ୟାରିଅର କିଲର୍‌’ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର

ଚୀନ୍‌ ପରୀକ୍ଷା କଲା ‘କ୍ୟାରିଅର କିଲର୍‌’ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ସମ୍ପ୍ରତି ଆମେରିକା ଓ ଭାରତ ସହ ଚୀନ୍‌ର ଉତ୍ତେଜନା ବଢ଼ି ଚାଲିଥିବା ପରିପ୍ରେକ୍ଷୀରେ ବେଜିଂ ପ୍ରଶାସନ ନିକଟରେ ‘କ୍ୟାରିଅର କିଲର’ ସମେତ ଦୁଇଟି ଘାତକ ଦ୍ରୁତଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିବା ଘଟଣା ପରିସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି। ଏହାର ନିୟମିତ ସମରାଭ୍ୟାସ କ୍ରମରେ ଗୋଟିଏ ସ୍ବଳ୍ପ ଦୂରଗାମୀ ଓ ଗୋଟିଏ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି ବୋଲି ପିପୁଲ୍‌ସ ଲିବରେସନ୍‌ ଆର୍ମି ରକେଟ୍‌ ଫୋର୍ସ(ପ୍ଲାର୍ଫ) ସୋମବାର ସ୍ପଷ୍ଟ କରିଛି। କୌଣସି ପ୍ରକାର ଯୁଦ୍ଧ ପାଇଁ ଆମେ ସତର୍କ ରହିଛୁ ଏବଂ ସେ ଦିଗରେ ଆମର କାର୍ଯ୍ୟାନୁଷ୍ଠାନ ଦ୍ରୁତ ତଥା ନିର୍ଭୁଲ ବୋଲି ନିଶ୍ଚିତ କରାଇବା ପାଇଁ ଏହି ପରୀକ୍ଷଣ କରାଯାଇଥିବା ଜନୈକ ଚୀନୀ କମାଣ୍ଡର ଲିଉ ୟାଙ୍ଗ କହିଛନ୍ତି। ଅପରପକ୍ଷେ, ଚୀନ୍‌ ପରୀକ୍ଷା କରାଇଥିବା ଏହି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨,୫୦୦ କିମି ରହିଛି ଯାହା କି ଦକ୍ଷିଣ ଚୀନ୍‌ ସାଗରରେ ଆମେରିକାର ନିମିଜ୍‌ ଏବଂ ଅନ୍ୟାନ୍ୟ ନୌଜାହାଜ ପ୍ରତି ବିପଦ ସୃଷ୍ଟି କରିଛି। କୌଣସି ସମ୍ଭାବ୍ୟ ଆଣବିକ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସୈନିକମାନେ କେତେ ନିପୁଣ ଏବଂ ତତ୍ପର ତାହା ପ୍ରମାଣିତ କରିବା ପାଇଁ ଏହି କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଥିବା ଚୀନୀ ସେନା ୱେବ୍‌ସାଇଟ୍‌ରେ କୁହାଯାଇଛି। ଏକ ଭିଡିଓରେ ଚୀନୀ ସୈନିକମାନେ ସଂପୃକ୍ତ ଭ୍ରାମ୍ୟମାଣ କ୍ଷେପଣାସ୍ତ୍ର ଉତ୍‌କ୍ଷେପକକୁ ନେବା ଆଣିବା କରୁଥିବା ଦେଖାଯାଇଥିବା ବେଳେ ଏପରି ସମରାଭ୍ୟାସ କେବେ କରାଯାଇଛି, ସେ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ।

Share Now:

Kalinga News Beuro

Next Post

ଭୟଙ୍କର ବର୍ଷାରେ ମୁମ୍ବାଇ ବେହାଲ: ୧୬ ଏନ୍‌ଡିଆର୍‌ଏଫ୍‌ ଦଳ ମୁତୟନ

Fri Aug 7 , 2020
ମୁମ୍ବାଇ: ମୁମ୍ବାଇରେ ଚଳିତ ଋତୁର ରେକର୍ଡ ପରିମାଣରେ ବର୍ଷା ହୋଇଛି। ଗତ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଭୟଙ୍କର ଲଗାଣ ବର୍ଷା ଫଳରେ ମୁମ୍ବାଇର ଜୀବନଯାତ୍ରା ଠପ୍‌ ହୋଇଯାଇଛି। ସମଗ୍ର ମୁମ୍ବାଇ ସହର ଜଳମଗ୍ନ ହୋ‌ଇ ପଡ଼ିବା ସହିତ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରେଳ ଧାରଣା ଉପରେ ପାଣି ଚାଲୁଥିବାରୁ ଅନେକ ରେଳ ଚଳାଚଳ […]
ଜୀବନଯାତ୍ରା ବେହାଲ, ୧୬ ଏନ୍‌ଡିଆର୍‌ଏଫ୍‌ ଦଳ ମୁତୟନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial