ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ଦଳ ପରେ କଂଗ୍ରେସ ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ଦଫାରେ ନିଜର ତାଲିକା ଘୋଷଣା କରିଛି। କଂଗ୍ରେସ ପ୍ରଥମ ତାଲିକାରେ ୪୯ ଜଣଙ୍କର ନାମ ଘୋଷଣା କରିଛି। ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୨୩ ଜଣ ଓ ପଞ୍ଚମ ପର୍ଯ୍ୟାୟର ନିର୍ବାଚନ ପାଇଁ ୨୯ ଜଣ […]
ସମ୍ଭାବ୍ୟ ପ୍ରାର୍ଥୀ ଚର୍ଚ୍ଚାରେ ନବୀନ ନିବାସ କର୍ମଚାରୀ ବାଲିଅନ୍ତା/ବାଲିପାଟଣା: ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେଡି ଟିକେଟ କିଏ ପାଇବ, ତାହାକୁ ନେଇ ଏବେ ସରଗରମ ଆଲୋଚନା। ବିଧାୟକ ଅରବିନ୍ଦ ଢାଲି ଦଳ ଛାଡ଼ିଦେଲା ପରେ ଏଥର ବିଜେଡି କାହାକୁ ମଇଦାନକୁ ଓହ୍ଲାଇବ ତହା ସ୍ପଷ୍ଟ ହେଉ ନାହିଁ। ଏହି ସମୟରେ ବିଜେଡିର ଗୋଷ୍ଠୀ ବିବାଦ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ପଟେ ଆମ ସଂଗଠନର ମୁଖ୍ୟ କମଳ ପାତ୍ର(ଚନ୍ଦନ)ଙ୍କ ସମର୍ଥନରେ […]
ଜଳବୋର୍ଡକୁ ୩ ହଜାର କୋଟି ଆବଣ୍ଟନ ନ କରିବା ମାମଲା ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ସରକାରଙ୍କ ଏକ ଆବେଦନ ନେଇ ଦିଲ୍ଲୀ ଅର୍ଥ ସଚିବଙ୍କୁ ସୁ୍ପ୍ରିମକୋର୍ଟଙ୍କ ପକ୍ଷରୁ ସୋମବାର ନୋଟିସ୍ ଜାରି କରାଯାଇଛି। ଜଳବୋର୍ଡକୁ ୩ ହଜାର କୋଟି ଟଙ୍କା ଆବଣ୍ଟନ ନ କରିବା ମାମଲା ନେଇ ଶୀର୍ଷ କୋର୍ଟ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଜଳବୋର୍ଡକୁ ଧାର୍ଯ୍ୟ ଟଙ୍କା ଆବଣ୍ଟନ କରାଯାଉ ନ ଥିବା ନେଇ କୋର୍ଟରେ […]
ଭୁବନେଶ୍ୱର: ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ଦେହାନ୍ତ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିଲେ। ‘ଥକା ମନ ଚାଲ ଯିବା’ ସହ ‘ଜଗନ୍ନାଥ ତୁମେ ବଡ ଛଳିଆ’ ଆଦି ଗୀତ ପାଇଁ ସେ ବେଶ ଲୋକପ୍ରିୟ ଥିଲେ। ଉଲ୍ଲେଖ ଥାଉ କି ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରବିବାର ହିଟ୍ ଆଣ୍ଡ୍ ରନ୍ ମାମଲା ଦେଖିବାକୁ ମିଳିଛି। ସହିଦନଗର ଥାନା ପଣ୍ଡାପାର୍କ ନିକଟରେ ଘଟିଥିବା ଏବି ଦୁର୍ଘଟଣାରେ ଜଣେ ଚା ଦୋକାନୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର ବିଞ୍ଝାରପୁରର ଦିଲୀପ ପରିଡ଼ା। ସୂଚନା ଅନୁସାରେ ଦିଲୀପ ନିଜ ଚା’ ଦୋକାନ ସମ୍ମୁଖରେ ସଫା କରୁଥିଲେ। ଏହି ସମୟରେ ଏକ ଦାମୀ କାର୍ (ଓଡି ୩୩ଏକେ ୬୮୮୮) ଦିଲୀପଙ୍କ ଉପରେ ମାଡି ଆସିଥିଲା। ଦିଲୀପ […]
ଜଗତସିଂହପୁର: ତିର୍ତ୍ତୋଲ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ସମର୍ଥକଙ୍କ ସହ ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି। ତେବେ ସେ ବିଜେଡିରେ ସାମିଲ ପରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ବିଜେଡିରେ ସାମିଲ କରିଥିବାରୁ କୃତଜ୍ଞତା ଜଣାଉଛି। କିଛି ସ୍ୱାର୍ଥ ନେଇ ମୁଁ ଦଳକୁ ଆସିନାହିଁ। ତାଙ୍କ ବିକାଶମୂଳକ କାମରେ ଆକର୍ଷିତ ହୋଇଛି। […]
ଥାନେ : ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱାଣ୍ଡିରେ ଥିବା ଏକ ସ୍କ୍ରାପ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିଯିବାରୁ ୧୫ରୁ ୨୦ଟି ସ୍କ୍ରାପ୍ ଗୋଦାମ ଜଳି ଯାଇଥିଲା। ଏହି ଅଗ୍ନିକାଣ୍ଡ ଘଟଣାଟି ଓଉଲି ଗ୍ରାମ ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ମଧ୍ୟରାତ୍ରିରେ ପାରଶନାଥ ପରିସରରେ ଥିବା ଗୋଦାମଗୁଡ଼ିକରେ ଏହି ନିଆଁ ଲାଗିଥିଲା। ଗୋଦାମରେ କାଠ ପ୍ଲାଇ, ପ୍ଲାଷ୍ଟିକ ସାମଗ୍ରୀ, କାଗଜ, […]
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ନାରାୟଣପୁର ଜିଲ୍ଲାର ଛୋଟେଡଙ୍ଗର ଥାନା ଠାରୁ ମାତ୍ର ୫ ଶହ ମିଟର ଦୁରରେ ନକ୍ସଲ ଉତ୍ପାତ ମଚାଇଥିଲେ। ସ୍ଥାନୀୟ ମାଇନସକୁ ଯାଉଥିବା ଚାରୋଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଲେ। ସମସ୍ତ ଟ୍ରକରେ ଲୁହାଛଡ଼ ରହିଥିଲା। ନିଆଁ ଲାଗି ଟ୍ରକଗୁଡିକ ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିାବାକୁ ମିଳିଛି। ଏହି ଅଂଚଳରେ ଅମଦାଇ ମାଇନସ୍ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। ଆଜି ସକାଳ ପାଖାପାଖି ୧୦ଟା ୬ ମିନିଟ ସମୟରେ ଉତ୍ତର ଭୂବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡ଼ିଥିଲେ। ମାତ୍ର ୨ ଘଣ୍ଟା ଭିତରେ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ପ୍ରଭାରୀ, ସଭାପତି ମନମୋହନ ସାମଲ, ଭୁବନେଶ୍ୱର […]
ନାଲକୋନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରି ସାହିରେ ପାରିବାରିକ କଲହରୁ ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଛି ନିଜ ଜନ୍ମ କଲା ପୁଅ। ପରେ ପୁଅ ନିଜ ବେକରେ ରସି ଲଗେଇ ଆତ୍ମହତ୍ୟା କରିବା ଘଟଣା ଶନିବାର ଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ହେଲେ ଦ୍ରୌପଦୀ ସାହୁ (୭୦) ଓ ତାଙ୍କର ପୁଅ ରଂଜିତ (୩୧)। ପୁଲିସ ସୂତ୍ରରୁ ପ୍ରକାଶ ବଅଁରପାଳ ବ୍ଲକ […]