ଭୁବନେଶ୍ବର: ପାଖାପାଖି ୫ ମାସ ଧରି ରୋକ୍‌ ଲାଗିବା ପରେ ଏଏସ୍‌ଆଇ ଅଧୀନସ୍ଥ ପର୍ଯ୍ୟଟନସ୍ଥଳୀ ତଥା ଐତିହ୍ୟ ସ୍ମାରକୀ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ମାତ୍ର ପର୍ଯ୍ୟଟକଙ୍କ ଭିତରେ ପର୍ଯ୍ୟଟନସ୍ଥଳୀ ବୁଲିବାର ଭୋକ ଆଉ ଆଗଭଳି ନାହିଁ। କରୋନା ଲୋକଙ୍କ ମନରେ ଏତେ ଭୟ ସଞ୍ଚାର କରିଛି ଯେ ଲୋକେ ବୁଲିବା କଥା ଭୁଲି ଯାଇଛନ୍ତି। ଫଳରେ ଗତ ୫ ଦିନ ଭିତରେ କେବଳ ଖଣ୍ଡଗିରି-ଉଦୟଗିରିକୁ ‌୨୦ ଜଣ ପର୍ଯ୍ୟଟକ ଆସିଥିବା […]

ନୂଆଦିଲ୍ଲୀ: ମୁମ୍ବାଇକୁ ତଦନ୍ତ ପାଇଁ ଯାଇଥିବା ବିହାର ପୁଲିସକୁ କ୍ବାରାଣ୍ଟିନ୍‌ରେ ରଖାଯିବା ଠିକ୍‌ ହୋଇନାହିଁ ବୋଲି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଶୁଣାଣି କରି ସୁପ୍ରିମ୍‌ କୋର୍ଟ କହିଛନ୍ତି। ମୁମ୍ବାଇ ପୁଲିସ ଭଳି ଏକ ଅଭିଜ୍ଞ ପୁଲିସ ବାହିନୀ ଏଭଳି କରିବା ଦ୍ବାରା ଠିକ୍‌ ବାର୍ତ୍ତା ଯାଇନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଅପରପକ୍ଷେ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସତ୍ୟ ଉନ୍ମୋଚିତ ହେଉ ବୋଲି ସୁପ୍ରିମ୍‌ […]

ମୁମ୍ବାଇ ସଂଗରୋଧରେ ବିହାର ପୋଲିସ,ଜୋର ଧରିଲା ସିବିଆଇ ତଦନ୍ତ ଦାବି ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଦେଢ଼ ମାସ ହୋଇ ଯାଇଥିଲେ ମଧ୍ୟ ଏହା ପଛର ପ୍ରକୃତ ରହସ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ତେବେ ଗତକିଛି ଦିନ ହେଲା ଏହାକୁ ନେଇ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି, ଯାହାକି ସୁଶାନ୍ତଙ୍କ ମୃତ୍ୟୁକୁ ନୂଆ ମୋଡ଼ ଦେଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ […]

ଭୁବନେଶ୍ୱର : ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ ସମ୍ବଲପୁରୀ ଶାଢ଼ିକୁ ଖୁବ୍‌ ପ୍ରଶଂସା କରିଥିବା ବେଳେ ଏହି ଶାଢ଼ି ପିନ୍ଧି ସେ ସଦ୍ୟ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ର ସୋସିଆଲ ମିଡିଆ ପ୍ରଚାର କରିଥିଲେ। ତେବେ ଏହି ଶାଢ଼ିଟି ବିଦ୍ୟା ବାଲାନଙ୍କୁ ପିନ୍ଧାଇବା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଅମ୍ରିତା ସାବତଙ୍କ ‘ଉତ୍କଳ ଅମ୍ରିତା’ ବ୍ରାଣ୍ଡ୍‌। ବର୍ଷେ ତଳେ ଯେବେ ମୁମ୍ବାଇରେ ‘ଉତ୍କଳ ଅମ୍ରିତା’ […]

ଭୁବନେଶ୍ୱର : ଓଡ଼ିଆ ଆଲବମ୍‌ ଜଗତର ରାଣୀ ଦୀପା ସାହୁ ଆଉ ନାହାନ୍ତି। ସ୍ପର୍ଶ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍‌ଣ ୪ଟା ୨ରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ୩୭ ବର୍ଷ ହୋଇଥିଲା। ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି। ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ତାଙ୍କ ସହ ଆଲବମ୍‌ରେ ଅଭିନୟ କରିଥିବା ବହୁ […]

ଭୁବନେଶ୍ବର: ଖୁବ୍ ଶୀଘ୍ର ସିନେମା ହଲ୍ ଖୋଲିବ ବୋଲି ଚର୍ଚ୍ଚା ହେଉଛି। ଏହି ଖବର ପ୍ରଚାରିତ ହେବା ପରେ ଏବେ କେତେକ ଓଡ଼ିଆ ସିନେମାର ରିଲିଜ୍ ଲାଗି ପ୍ରସ୍ତୁତି ଆରମ୍ଭ କଲେଣି। ଏଥିମଧ୍ୟରୁ ଗୋଟିଏ ହେଲା ‘ଲଭ୍ ୟୁ ପ୍ରିୟା’। ଜୟ ସେନଙ୍କ ପ୍ରଯୋଜିତ ତଥା ଜେଏଚ୍ ଟିଭି ବ୍ୟାନରରେ ପ୍ରସ୍ତୁତ ‘ଲଭ୍ ୟୁ ପ୍ରିୟା’ ରେ ଏକ ନୂଆ ଯୋଡ଼ିଙ୍କୁ ନେଇ ଓଲିଉଡରେ ଜୋରଦାର ଚର୍ଚ୍ଚା ଚାଲିଛି ବେଶ […]

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ଶେଷକୃତ୍ୟ ଭୁବନେଶ୍ବର: ଶେଷଯାଏ ନାଟକର ମୋହ ଥିଲା। କିନ୍ତୁ ମୋହ ତୁଟାଇଦେଲା ସମୟ। ବେଳ ଥାଉ ଥାଉ ସେ ବାହୁଡ଼ିଗଲେ ଅଫେରା ରାଇଜକୁ। ଦୀର୍ଘ ୫ ଦଶନ୍ଧି ଧରି ଅଭିନୟ ମାୟାରେ କୋଟି କୋଟି ଓଡ଼ିଆଙ୍କୁ ବାନ୍ଧି ରଖିଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନାୟକ ବିଜୟ ମହାନ୍ତି ଶେଷରେ ମୋହମାୟାର ବନ୍ଧନ ତୁଟାଇ ପଞ୍ଚଭୂତରେ ବିଲୀନ ହୋଇଗଲେ। ତୋପ ସଲାମୀ ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର […]

ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପ୍ରତିଦ୍ଵନ୍ଦୀ ଅଭିନେତାଙ୍କ ୭୦ ବର୍ଷର କାହାଣୀ ଭୁବନେଶ୍ବର : ଓଡ଼ିଆ ଦର୍ଶକଙ୍କୁ ଦୀର୍ଘ ୫୦ ବର୍ଷ ଧରି ନିଜ ଅଭିନୟର ମାୟାରେ ବାନ୍ଧି ରଖିଥିବା ଅପ୍ରତିଦ୍ଵନ୍ଦୀ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ଅଭିନୟର ଅପରାଜେୟ ସମ୍ରାଟ ବିଜୟ ହାରି ଯାଇଛନ୍ତି ମୃତ୍ୟୁ ନିକଟରେ। ଗତ କିଛି ମାସ ଧରି ଅସୁସ୍ଥ ଥିବା ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କର ଗତକାଲି ସଂଧ୍ୟାରେ ରାଜଧାନୀର […]

ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ,ଓଡିଶା ପାଇଁ ଅପୂରଣୀୟ କ୍ଷତି ଭୁବନେଶ୍ୱର : ଗତ କିଛି ମାସ ଧରି ଅସୁସ୍ଥ ଥିବା ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ତାଙ୍କର ପରଲୋକ ସହ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ ଘଟିଛି। ଓଡ଼ିଆ ଚଳଚ୍ଚିତ୍ରକୁ ପ୍ରତିଷ୍ଠିତ କରିବାରେ ତାଙ୍କ ଉଲ୍ଲେଖନୀୟ ଅବଦାନ ଥିଲା । ଆଜି ସଂଧ୍ୟାରେ […]

କଟକ: କରୋନାବେଳେ ମାସ୍କ ଫେସନ। କଟକର ଗୋଲ୍ଡେନ ମ୍ୟାନ ଆଲୋକ ମହାନ୍ତି ନିଜ ପାଇଁ ପ୍ରସ୍ତୁତ କରିଛନ୍ତି ସୁନାର ମାସ୍କ। ଏହି ମାସ୍କର ଓଜନ ରହିଛି ଶହେ ଗ୍ରାମ। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ। ମାସ୍କରେ ସୁନ୍ଦର କାରୁକାର୍ଯ୍ୟ ହୋଇଛି। ଏହି ମାସ୍କକୁ ନେଇ ଏବେ ଚର୍ଚ୍ଚାରେ କଟକର ଆଲୋକ ମହାନ୍ତି। ସୁନା ପ୍ରତି ଆଲୋକଙ୍କ ଅହେତୁକ ଦୁର୍ବଳତା ରହିଛି ବୋଲି ତାଙ୍କୁ […]

Social media & sharing icons powered by UltimatelySocial