ଓଲିଉଡର ଏହି ନୂଆ ଯୋଡ଼ିକୁ ନେଇ ଚର୍ଚ୍ଚା

ଓଲିଉଡର ଏହି ନୂଆ ଯୋଡ଼ିକୁ ନେଇ ଚର୍ଚ୍ଚା

ଭୁବନେଶ୍ବର: ଖୁବ୍ ଶୀଘ୍ର ସିନେମା ହଲ୍ ଖୋଲିବ ବୋଲି ଚର୍ଚ୍ଚା ହେଉଛି। ଏହି ଖବର ପ୍ରଚାରିତ ହେବା ପରେ ଏବେ କେତେକ ଓଡ଼ିଆ ସିନେମାର ରିଲିଜ୍ ଲାଗି ପ୍ରସ୍ତୁତି ଆରମ୍ଭ କଲେଣି। ଏଥିମଧ୍ୟରୁ ଗୋଟିଏ ହେଲା ‘ଲଭ୍ ୟୁ ପ୍ରିୟା’। ଜୟ ସେନଙ୍କ ପ୍ରଯୋଜିତ ତଥା ଜେଏଚ୍ ଟିଭି ବ୍ୟାନରରେ ପ୍ରସ୍ତୁତ ‘ଲଭ୍ ୟୁ ପ୍ରିୟା’ ରେ ଏକ ନୂଆ ଯୋଡ଼ିଙ୍କୁ ନେଇ ଓଲିଉଡରେ ଜୋରଦାର ଚର୍ଚ୍ଚା ଚାଲିଛି ବେଶ କିଛି ଦିନ ଧରି। ଏହି ଯୋଡ଼ିଙ୍କର ‘ଲଭ୍ ୟୁ ପ୍ରିୟା’ର ସେନସର୍ ସରିଛି। ଏଠାରେ ଯେଉଁ ଓଲିଉଡ ଯୋଡ଼ିଙ୍କ କଥା କୁହାଯାଉଛି ସେମାନେ ହେଲେ ସୋହମ ସିଂହ ଓ ମହିମା। ଏହି ଦୁଇ କଳାକାର ‘ଲଭ୍ ୟୁ ପ୍ରିୟା’ ସିନେମାରେ ନାୟକ ଏବଂ ନାୟିକା ଭୂମିକାରେ ଅଛନ୍ତି । ସୋହମ ସିଂ ଓ ମହିମା ‘ଲଭ୍ ୟୁ ପ୍ରିୟା’ରେ ଏକ ଜବରଦସ୍ତ କିସ୍ ସିନ୍ ଦେଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ସୋହମ ସିଂଙ୍କୁ ଆଗରୁ ‘ଅଜାତଶତ୍ରୁ’ ଏବଂ ମହିମାଙ୍କୁ ‘ଚାଲ୍ ଟିକେ ଦୁଷ୍ଟ ହେବା’ ସିନେମାରେ ଦେଖିବାକୁ ମିଳିଛି।‘ ‘ଲଭ୍ ୟୁ ପ୍ରିୟା’ର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଜୀବନ ପଣ୍ଡା, ଟୁନା ଟନ୍ ଟନ୍, ମିତା ଚକ୍ରବର୍ତ୍ତୀ, ପ୍ରୀତିରାଜ, ଗୁଡ୍ଡୁ, ପୁଷ୍ପା ପଣ୍ଡା, ରାଜା, ଏବଂ ନିକି ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ ଓ ସଂଳାପ ଲେଖିଛନ୍ତି ଆଶୁତୋଷ ବାରିକ। ଏହାର ନିର୍ଦେଶକ ହେଲେ ବିବେକ କୁମାର। ତେବେ ଏହି ସିନେମାର ରିଲିଜ୍ ତାରିଖ ଏଯାବତ୍ ଘୋଷିତ ହୋଇନାହିଁ।

Share Now:

Kalinga News Beuro

Next Post

ଭଦ୍ରକ ପୌରପାଳିକାର୧୨ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

Mon Jul 27 , 2020
ଭଦ୍ରକ: ଭଦ୍ରକ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ଏବଂ ଭଦ୍ରକ ସହରରେ ସ୍ଥାନୀୟ ସଂକ୍ରମଣ ଯେପରି ବୃଦ୍ଧି ନ ପାଏ ତାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ପୌରପାଳିକାର ୩୦ରୁ ୧୨ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଭଦ୍ରକ ପୌରପାଳିକାର ଏହି ୧୨ଟି ୱାର୍ଡ ହେଲା ୩, ୬, ୭, ୯, ୧୩, ୧୪, ୧୫, ୧୬, ୧୭, […]
ଭଦ୍ରକ ପୌରପାଳିକାର୧୨ଟି ୱାର୍ଡ କଣ୍ଟେନମେଣ୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial