ଭୁବନେଶ୍ୱର: କିସମ ପରିବର୍ତ୍ତନ ସରଳ ହେବ। ଲୋକମାନେ ଯେପରି କିସମ ପରିବର୍ତ୍ତନ କରିବା ସହ ନିଜର ସ୍ବତ୍ତ୍ୱ ଶୀଘ୍ର ପାଇ ପାରିବେ ସେ ନେଇ ପଦକ୍ଷେପ ନିଆଯିବ। ସାମାଜିକ-ଅର୍ଥନୈତିକ ଦୃଶ୍ୟପଟରେ ବଦଳୁଥିବାରୁ ରାଜସ୍ଵ ବିଭାଗର ଏହି ପୁରୁଣା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ରାଜସ୍ଵ ପର୍ଷଦ ସଦସ୍ୟ ସିଜେ ବେଣୁଗୋପାଳ କହିଛନ୍ତି। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]

ଅଗ୍ନି ନିରାପତ୍ତା, ଅକୁପାନ୍ସି ସାର୍ଟିଫିକେଟ୍ ନ ଥିଲେ ବେଆଇନ ନିର୍ମାଣ ବୋଲି ଧରାଯିବ ଭୁବନେଶ୍ୱର: ନଗର ଉନ୍ନୟନ ବିଭାଗ ତୃତୀୟଥର ପାଇଁ ସର୍ବକ୍ଷମା ଯୋଜନାର ଅବଧି ବଢ଼ାଇଛି। ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ସମସ୍ତ ବେଆଇନ ନିର୍ମାଣକାରୀଙ୍କୁ ‌ସେମାନଙ୍କ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବାକୁ ସୁଯୋଗ ଦିଆଯାଇଛି। ଏହି ସମୟ ମଧ୍ୟରେ ଯେଉଁମାନେ ଆବେଦନ ନ କରିବେ, ସେମାନଙ୍କର ଘର/ପ୍ରତିଷ୍ଠାନକୁ ବିଏମ୍‌ସି/ବିଡିଏ ସିଲ୍‌ କରିବେ ନଚେତ୍ ବୁଲଡୋଜର ଲଗାଇ ଭାଙ୍ଗିବେ […]

ଭୁବନେଶ୍ୱର: ନୂଆ ନୂଆ ଆଇନ ଲାଗୁ କରାଯିବା ସହ ଅଧିକ ଜରିମାନା ସତ୍ତ୍ୱେ ଲୋକେ ସୁଧୁରୁନାହାନ୍ତି। ବିଶେଷକରି ରଙ୍ଗ୍‌ ସାଇଡ୍‌ରେ ଗାଡ଼ି ଚାଳନା ଯୋଗୁ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏଣିକି ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ୍‌ କରିବାକୁ କମିଶନରେଟ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି। ରଙ୍ଗ୍‌ ସାଇଡ୍‌ରେ ଗାଡି ଚଲାଇଲେ ଗାଡ଼ି ଚକାରେ କଣା ହୋଇଯିବ। ଏଥିପାଇଁ ଦେଶ ବିଦେଶରେ ବ୍ୟବହୃତ ‘ସ୍ପାଇକ ବ୍ୟାରିୟର’ ବା ଟାୟାର […]

ଭୁବନେଶ୍ୱର: ଟ୍ରାଫିକ୍‌ ଜାମ୍‌କୁ ଦୃଷ୍ଟିରେ ରଖି ବାପୁଜୀନଗରରେ ନୂଆ ଟ୍ରାଫିକ୍‌ ପ୍ଲାନ୍‌ ଗତକାଲିଠାରୁ କାର୍ଯ୍ୟକ‌ାରୀ ହୋଇଛି। ପ୍ରସ୍ତୁତ ପ୍ଲାନ୍‌କୁ ନମାନିଲେ ହଜାରେ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେବଳ ବିଜ୍ଞପ୍ତି ପ୍ରକାଶ ପାଇଛି। ‌ହେଲେ ଲୋକଙ୍କ ପାଖରେ ସୂଚନା ପହଞ୍ଚିନାହିଁ। ସେଥିପାଇଁ ହଠାତ୍‌ କଟକଣା ଲୋକଙ୍କୁ ଅକଳରେ ପକାଇଛି। ଏଣୁ ଆଜିଠାରୁ କଟକଣା ଲାଗୁ ହୋଇଥିଲେ ମଧ୍ୟ ୧୫ ଦିନ ଯାଏ ଲୋକଙ୍କୁ ସଚେତନ କରିବା ପାଇଁ […]

ରାଜମହଲ-ଏଜି ରାସ୍ତାର ଉଭୟ ପାର୍ଶ୍ଵରେ କଟକଣା, ବାଇକ୍‌ ପାର୍କିଂ କଲେ ୧ ହଜାର ଜରିମାନା ଭୁବନେଶ୍ୱର: ଟ୍ରାଫିକ୍‌ ଜାମ୍‌କୁ ଦୃଷ୍ଟିରେ ରଖି ବାପୁଜୀନଗରରେ ନୂଆ ଟ୍ରାଫିକ୍‌ ପ୍ଲାନ୍‌ ଆଜିଠାରୁ କାର୍ଯ୍ୟକ‌ାରୀ ହେବାକୁ ଯାଉଛି। ଗତ ୨୧ ତାରିଖରେ ଏ ନେଇ ପ୍ରସ୍ତୁତ ନକ୍ସାକୁ ବିଏମ୍‌ସି ମୋହର ମାରିବା ପରେ ରବିବାରଠାରୁ ଏହାକୁ କାର୍ଯ୍ୟକାରୀ କରାଯାଉଥିବା ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ବାପୁଜୀନଗର […]

ଭୁବନେଶ୍ୱର: ୟୁନିଟ-୧ ହାଟ ଏବଂ ୟୁନିଟ-୨ ମାର୍କେଟ୍‌ ବିଲଡିଂରେ ଦେଖା ଦେଉଥିବା ଭିଡ଼, ପାର୍କିଂ ସମସ୍ୟା ଦୂର କରିବା ଏବଂ ରାଜମହଲ ଛକରୁ ଏଜି ଏବଂ ଏଜି ଛକରୁ ରାଜମହଲ ମଧ୍ୟରେ ଯେମିତି ଗାଡ଼ି ଚଳାଚଳ ସ୍ଵଭାବିକ ହେବ ସେଥିପାଇଁ ଏହି ଦୁଇ ରାସ୍ତାରୁ ଆଜି ଜବରଦଖଲ ଉଚ୍ଛେଦ ହୋଇଛି। ରାଜମହଲରୁ ଏଜି ଏବଂ ଏଜିରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତାରେ ଫୁଟପାଥ୍‌କୁ ଜବରଦଖଲମୁକ୍ତ କରିବା ସହ ବ୍ୟବସ୍ଥିତ ପାର୍କିଂ […]

କଟକ: ଦହିବରା କଟକିଆଙ୍କ ପସନ୍ଦ। ଏହି ଦହିବରା ଖାଇବା ପାଇଁ ଲୋକେ କାହିଁ ଦୂରରୁ ଧାଇ ଆସିଥାନ୍ତି କଟକ ସହରକୁ। ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଖୁବ୍‌ ଚାହିଦା ରହିଛି। ଏବେ କଟକର ପ୍ରଦୀପ୍ତ କୁମାର ସାହୁ (ବାବୁଲା) ଦହିବରା ବିକି ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଚଳିତବର୍ଷ ଦିଲ୍ଲୀ ଜବାହାରଲାଲ ନେହରୁ ଷ୍ଟାଡିୟମ୍‌ଠାରେ ଆୟୋଜିତ ୧୧ତମ ଜାତୀୟ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲରେ ଭାଗ […]

ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସହିତ ବେତନ ସଂଶୋଧନ ଓ ଅନ୍ୟାନ୍ୟ ଦାବିକୁ ନେଇ ହୋଇଥିବା ଆଲୋଚନା ବୈଠକ ବିଫଳ ହେବା ପରେ ୟୁନାଇଟେଡ୍‌ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁବିଏଫ୍‌ୟୁ) ପକ୍ଷରୁ ଚଳିତ ମାସ ୩୧ରୁ ଦୁଇ ଦିନିଆ ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଧର୍ମଘଟର ଦ୍ଵିତୀୟ ଦିନଟି ହେଉଛି ଫେବ୍ରୁଆରି ୧। ସେହିଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବେ। ଯଦି […]

ଭୁବନେଶ୍ୱର: କେରଳର କୋଚି ସମ୍ବେଦନଶୀଳ ଅଞ୍ଚଳରେ ବେଆଇନ କୋଠା ଭଙ୍ଗାଯିବା ପରେ ଏବେ ଭୁବନେଶ୍ୱର ଚିନ୍ତା। କାରଣ ରାଜଧାନୀର ଛାତି ଉପରେ ବି ବେଆଇନ୍ ଭାବେ ଛିଡ଼ା ହୋଇଛି ଏମିତି ଅନେକ ଆପାର୍ଟମେଣ୍ଟ। କ’ଣ ହେବ ସେମାନଙ୍କ ଭବିଷ୍ୟତ? ଏସବୁକୁ ବି ବିସ୍ଫୋରକ ଦ୍ୱାରା ଭାଙ୍ଗିବ କି ବିଡିଏ? ଏହାକୁ ନେଇ ବିଲଡରଙ୍କ ଛାତିରେ ଛନକା ପଶିଛି। ବିଶାଲ ଦେବ ବିଡିଏର ଉପାଧ୍ୟକ୍ଷ ଥିବା ସମୟରେ ସହରର ଛୋଟ ବଡ଼ […]

ତିରୁଅନନ୍ତପୁରମ୍‌ : ପ୍ଲାଷ୍ଟିକ ବିରୋଧରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛନ୍ତି କେରଳ । ରାଜ୍ୟ ସରକାର କେବଳ ପ୍ଲାଷ୍ଟିକର ବ୍ୟବହାର ନୁହେଁ, ତାହାର ଉତ୍ପାଦନ, ବିତରଣ, ଖରିଦ ଓ ପ୍ରସାର ଉପରେ ସଂପୂର୍ଣ୍ଣ କଟକଣା ଲଗାଇଛନ୍ତି । ନିକଟରେ କେରଳ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ସବୁପ୍ରକାରର ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ଉତ୍ପାଦନ, ବିତରଣ, ଖରିଦ ଓ ବ୍ୟବହାର ଉପରେ ସଂପୂର୍ଣ୍ଣ ନିଷେଧାଜ୍ଞା ଲଗାଯାଇଛି । […]

Social media & sharing icons powered by UltimatelySocial