ଆରମ୍ଭ ହେବ ଅନ୍‌ଲାଇନ୍‌ ଦାନ ବ୍ୟବସ୍ଥା ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ବଜେଟ୍‌ ଅନୁମୋଦନ କରାଯାଇଛି। ୨୦୨୦-୨୧ ଆର୍ଥିକବର୍ଷ ପାଇଁ ୧୫୪ କୋଟିର ବଜେଟ୍ ପ୍ରସ୍ତୁତ ହୋଇଥିବା ବେଳେ ପରିଚାଳନା କମିଟି ଏଥିରେ ମୋହର ମାରିଛି। ବଜେଟ୍‌ରେ ସେବାୟତ କଲ୍ୟାଣ ଓ ଭକ୍ତଙ୍କ ସୁବିଧାକୁ ସର୍ବାଧିକ […]

ସ୍ବତନ୍ତ୍ର ପ୍ୟାକେଜ୍ ୨୧୫ କୋଟିକୁ ବୃଦ୍ଧି ଭୁବନେଶ୍ବର/ମାଲକାନଗିରି/ଚିତ୍ରକୋଣ୍ଡା, ୧୭/୧୧ (ଇମିସ): ନକ୍ସଲ ଅଧ୍ୟୁଷିତ ସ୍ବାଭିମାନ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ନୂଆ ନକ୍ସା ତିଆରି କରିଛନ୍ତି ରାଜ୍ୟ ସରକାର। ବିକାଶ ଯୋଜନାର ଅଂଶ ‌ସ୍ବରୂପ ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ସ୍ମାର୍ଟ ଫୋନ୍ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ପିଲାଙ୍କ ଅନ୍‌ଲାଇନ୍ ଶିକ୍ଷାରେ ସୁବିଧା ହେବ ଓ ସ୍ଥାନୀୟ ଲୋକେ ଅନ୍ୟ ଅଞ୍ଚଳ ସହିତ ନିଜକୁ ଯୋଡ଼ିବାରେ ସକ୍ଷମ ହେବେ। […]

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଟ୍ରମା କେୟାର ସେଣ୍ଟର ନିର୍ମାଣ ପାଇଁ ବାଟ ଫିଟିଛି। ଗତକାଲି ହସ୍ପିଟାଲ‌ ପରିସରରେ ଜବରଦଖଲକୁ ‌ଉଚ୍ଛେଦ କରାଯାଇଛି। ତେଣୁ ଆଗାମୀ ଦିନରେ ଟ୍ରମା କେୟାର ସେଣ୍ଟର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି। ରାଜଧାନୀରେ ଦୁର୍ଘଟଣା ବହୁ ସଂଖ୍ୟାରେ ବଢ଼ି ଚାଲିଛି। ସହର ଭିତରେ ହେଉ ବା ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ତେଣୁ ଏସବୁ ରୋଗୀଙ୍କୁ କ୍ୟାପିଟାଲ […]

ଭୁବନେଶ୍ବର : ଶିଶୁମାନେ ଭବିଷ୍ୟତରେ ବଡ଼ ହେବା ପାଇଁ ସ୍ବପ୍ନ ଦେଖିବା ଦରକାର। ଏହି ସ୍ବପ୍ନକୁ ସାକାର କରିବା ଲାଗି ସେମାନେ ନିରନ୍ତର ପ୍ରୟାସ ଜାରି ରଖନ୍ତୁ। ଏଥିପାଇଁ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକମାନେ ପ୍ରେରଣା ଯୋଗାଇଦିଅନ୍ତୁ ବୋଲି ପିକକ୍‌ ଶିଶୁ ମେଳାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ କହିଛନ୍ତି। ସପ୍ତାହବ୍ୟାପୀ ଚାଲିବାକୁ ଥିବା ୩୧ତମ ପିକକ୍‌ ଶିଶୁମେଳା ଶିଶୁ ଦିବସ ଅବସରରେ ଉଦ୍‌ଘାଟିତ ହୋଇଛି। କୋଭିଡ୍‌ କଟକଣା ଯୋଗୁଁ […]

ରାଉରକେଲା: ଆଲୋକ ଓ ଖୁସିର ପର୍ବ ଦୀପାବଳି ରାଉରକେଲାର ଏକ ପରିବାର ପାଇଁ ଦୁଃଖ ଆଣି ଦେଇଛି। ଦୀପ ନିଆଁରେ ଜଳି ଯାଇଛି ଘର। ପୁରୁଷୋତ୍ତମ ସାମଲ ନିଆଁରେ ପୋଡି ଯାଇଥିବା ବେଳେ ପାଞ୍ଚ ମାସର ଶିଶୁ ଅଳ୍ପକେ ବର୍ତ୍ତି ଯାଇଛି। ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ସମସ୍ତ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏମିତି ଘଟଣା ଘଟିଛି ବାସନ୍ତୀ କଲୋନି ଡିଇ -୧୮୮ରେ। ଗୁରୁତର […]

ଭୁବନେଶ୍ବର: ଆଲୋକ ଏବଂ ଆନନ୍ଦର ପର୍ବ ଦୀପାବଳି। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମସ୍ତଙ୍କ ଜୀବନରେ ବିକାଶର ଆଲୋକ ଭରିଦେବା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବା ଏବଂ ଓଡ଼ିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବ‌ା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଟିକା ବାହାରିବା ପର୍ଯ୍ୟନ୍ତ କୋଭିଡ଼ ନିୟମ ପାଳନ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ଠିକ୍ ଭାବରେ ମାସ୍କ ପିନ୍ଧିବା, ହାତ ଧୋଇବା, […]

ଭୁବନେଶ୍ୱର: ରାଜଧାନୀର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଛକ ଶିଶୁଭବନ ଟ୍ରାଫିକ ପୋଷ୍ଟ ଉପରେ ଆଜି ସକାଳେ ଏକ କ୍ରେନ୍‌ ମାଡ଼ିଯାଇଛି। ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି କାର୍ଯ୍ୟରତ ଦୁଇ କନଷ୍ଟେବଳ। ସେମାନେ ହେଲେ ବିଜୟ ସାହୁ ଓ ପ୍ରକାଶ ମାର୍ଥା। ଧକ୍କା ଦେଇଥିବା କ୍ରେନକୁ ପୁଲିସ ଅଟକ ରଖିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟାରେ କ୍ରେନଟି ଏୟାରପୋର୍ଟ ଛକରୁ ରାଜମହଲ ଛକ ଅଭିମୁଖେ ଆସୁଥିଲା। ଭାରସାମ୍ୟ […]

ବାଚସ୍ପତିଙ୍କୁ ସମାଜବାଦୀ ପାର୍ଟିର ଚିଠି ଭୁବନେଶ୍ୱର : ଆନ୍ଧ୍ର, ଛତିଶଗଡ଼ ଓ ପଶ୍ଚିମବଙ୍ଗ ସହିତ ଲାଗି ରହିଛି ସୀମା ବିବାଦ। ଓଡ଼ିଶାର ସୀମାନ୍ତ ଗ୍ରାମ ଉପରେ ମଧ୍ୟ ଏହି ପଡ଼ୋଶୀ ରାଜ୍ୟଗୁଡ଼ିକର ଆଖି ରହିଛି। ଏ ସମ୍ପର୍କରେ ସମାଜବାଦୀ ପାର୍ଟି ପକ୍ଷରୁ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଆଲୋଚନା ପାଇଁ ଦାବି କରିଛି। ଏଥିସହିତ, ଓଡ଼ିଶା ବିଧାନସଭା ଗୃହ କମିଟି ସୀମାନ୍ତ ଗ୍ରାମଗୁଡ଼ିକ ଗସ୍ତ […]

ଭୁବନେଶ୍ୱର : ରାସ୍ତାକଡ଼ରେ ପୁଣି ଥାନା ଦୁଆର ମୁହଁରେ ମେଲିଛି ବାଣ ପସରା। ରସୁଣ ବାଣଠାରୁ ଆରମ୍ଭ କରି ଘଡ଼ି ବାଣ ପର୍ଯ୍ୟନ୍ତ ସବୁ ମିଳୁଛି। ଖେଳଣା ବନ୍ଧୁକ ଓ ଟିକିଲି ବାଣ ବି ଅଛି। ଖୋଦ୍‌ କ୍ୟାପିଟାଲ ଥାନାଠାରୁ ମାତ୍ର ୨୦ ମିଟର ଦୂରରେ ବେଧଡ଼କ ଚାଲିଛି ଏହି ବାଣ ବେପାର। କମିସନରେଟ୍‌ ପୁଲିସର କଟକଣାକୁ ଫୁ’ କରି ଥାନା ଦୁଆର ମୁହଁରେ ବାଣ ବିକ୍ରି ଚାଲିଥିଲେ ବି […]

ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତନ ଆସିବ ନାହିଁ। ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ତେବେ ୧୪ ତାରିଖଠାରୁ ପାଗରେ ପରିବର୍ତନ ଆସିବ। ଅଧିକାଂଶ ସହରର ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବା ସହ ଥଣ୍ଡା ଅନୁଭୂତ ହେବ ବୋଲି ଆଞ୍ଚଳିକ […]

Social media & sharing icons powered by UltimatelySocial