ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ବିରୋଧରେ ମୁଖ୍ୟ ସଚିବଙ୍କୁ ଅଭିଯୋଗ କଲେ ସ୍ଥାନୀୟ ବାସିନ୍ଦା ଭୁବନେଶ୍ବର: ରାଜଧାନୀରେ ଏବେ ବିଭିନ୍ନ ସ୍ଥାନରେ ପୁରୁଣା ଡ୍ରେନ୍‌କୁ ଅଧା ଭାଙ୍ଗି ନୂଆ ଡ୍ରେନ୍‌ ନିର୍ମାଣ କରାଯାଉଛି। ପୂର୍ତ୍ତ ବିଭାଗ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୁରୁଣା ଡ୍ରେନ୍‌ର ସ୍ଲାବ୍‌ ଭାଙ୍ଗି ଡ୍ରେନ୍‌କୁ ରାସ୍ତା ଠାରୁ ପ୍ରାୟ ୧ ଫୁଟ ଉଚ୍ଚା କରୁଛି। ଡ୍ରେନ୍‌ ଉପରେ ସ୍ଲାବ୍‌ ବଦଳରେ କଙ୍କ୍ରିଟ ଢଳେଇ ପଡ଼ୁଛି। ପ୍ରାୟ ୧୦ଫୁଟ ଦୂରରେ […]

ନଠୁଆବର : ରସୁଲପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀବନ୍ତପୁର ଗ୍ରାମ ନିକଟରେ ଆଜି ଖରସ୍ରୋତା ନଦୀରେ ଦୁଇଟି କୁମ୍ଭୀର ଭାସୁଥିବା ଦେଖି ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଶ୍ରୀବନ୍ତପୁର ଓ ଯୋକଡ଼ିଆ ମଝିରେ ଥିବା ପୁରୁଣା ସେତୁର ଉପର ମୁଣ୍ଡରେ ଗୋଟିଏ କୁମ୍ଭୀର ଭାସୁଥିବା ବେଳେ ନୂଆ ସେତୁର ତଳମୁଣ୍ଡରେ ଅନ୍ୟ କୁମ୍ଭୀରଟି ଭାସୁଥିଲା। ଗୋଟିଏ କୁମ୍ଭୀର ପାଣିରୁ ବାହାରି ନଦୀକୂଳ ବୁଦୁବୁଦୁକିଆ ଅଞ୍ଚଳରେ ବୁଲୁଥିବା ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଫଳରେ […]

ସେବାୟତ ବେଶରେ ପଶିଲେ ହିନ୍ଦୁ ଭିନ୍ନ ଅନ୍ୟ ଧର୍ମର ଲୋକ ପୁରୀ: ବିଭିନ୍ନ ଘଟଣାବଳୀକୁ ନେଇ ଶ୍ରୀମନ୍ଦିର ସବୁବେଳେ ଚର୍ଚ୍ଚାରେ। କେତେବେଳେ ଶ୍ରୀମନ୍ଦିର ଉପରକୁ ପାଗଳ ଚଢ଼ିଯିବା ନେଇ ତ ଅନ୍ୟ କେତେବେଳେ ଶ୍ରୀମନ୍ଦିର ପତିତପାବନ ବାନା ଚିରିଯିବା ନେଇ ଚର୍ଚ୍ଚା ହୋଇଥାଏ। ତେବେ ଲକ୍‌ଡାଉନ ସମୟରେ ଶ୍ରୀମନ୍ଦିର ମଧ୍ୟକୁ ବାହାର ଜିଲ୍ଲାର ଜଣେ ପୁଲିସ ଇନ୍‌ସ୍ପେକ୍ଟର ପଶିଯିବା ପରେ ଶ୍ରୀମନ୍ଦିରରେ ପ୍ରବେଶକୁ ନେଇ ଅଧିକ କଟକଣା ଜାରି ହୋଇଥିଲା। […]

ଭୁବନେଶ୍ବର: ଆଜି ଅପରାହ୍ନରେ ପୁଲିସ ଡିଜି ଅଭୟ ଭୁବନେଶ୍ୱର ଏବଂ କଟକ ଦ୍ବୈତନଗରୀ ପାଇଁ ଏକ ଦାଦାବଟି ନିରୋଧୀ ହେଲ୍ପଲାଇନ – ୯୯୩୮୯୧୦୦୦୦ର ଶୁଭାରମ୍ଭ କରିଛନ୍ତି। ଡିଜିପି କହିଛନ୍ତି ଯେ ଏହି ଉତ୍ସର୍ଗୀକୃତ ହେଲ୍ପଲାଇନ ଦୁଇ ସହରରେ ଦାଦାବଟି ଆଦାୟ ସଂପର୍କିତ ଅଭିଯୋଗ ଗ୍ରହଣ କରିବ। ନାଗରିକମାନେ ଟେଲିଫୋନ୍ କଲ୍, ହ୍ବାଟସ ଆପ୍, ଏସ୍ଏମ୍ଏସ୍ ଏବଂ ଟେଲିଗ୍ରାମ ଆପ୍ ମାଧ୍ୟମରେ ଅଭିଯୋଗ କରିପାରିବେ ଓ ସେମାନଙ୍କ ପରିଚୟ ଗୁପ୍ତ ରଖାଯିବ […]

କାମାକ୍ଷାନଗର: କାମାକ୍ଷାନଗରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସେତୁକାମ ଆରମ୍ଭରୁ ନିର୍ମାଣ ଭୁଶୁଡି ପଡ଼ି ସୃଷ୍ଟି ହୋଇଥିବା ଗାତରେ ପଡ଼ି ଯାଇଛନ୍ତି ଜଣେ ବାଇକ୍‌ ଚାଳକ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମାଠାରେ ରାମିଆଳ ନଦୀ ଉପରେ ସେତୁ କାର୍ଯ୍ୟ ଆରମ୍ଭରୁ ହିଁ ଭୁଶୁଡ଼ି ପଡ଼ି ଗାତ ହୋଇ ଯାଇଥିବା ସୂଚନା ରହିଛି। ସେଇ ବାଟ ଦେଇ ଯାଉଥିବା ଜଣେ ବାଇକ୍‌ ଚାଳକ ଉକ୍ତ ଗାତରେ ଖସି […]

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସଂପୃକ୍ତ ଅଞ୍ଚଳରେ ଏକ ଲଗୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ବିସ୍ତାର ହୋଇ ରହିଛି। ଆଗାମୀ ଦିନରେ ଏହା ଅଧିକ ଘନୀଭୂତ ହେବା ସହ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା ଏବଂ ତା’ପରେ ୩ ଦିନ ପର୍ଯ୍ୟନ୍ତ […]

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ଚିତାପେଡି ପଞ୍ଚାୟତ ବାଙ୍କି ଗାଁର ଜଣେ ବୃଦ୍ଧଙ୍କୁ ହାତୀ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣକ ହେଲେ କ୍ରିଷ୍ଣl ମଲାର (୬୦)। ଖବର ପାଇ ବିଶ୍ରା ରେଞ୍ଜର ମାଣିକ ହାଁସଦା ଓ ବିଶ୍ରା ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ମୃତ ବୃଦ୍ଧଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ମିଳିଥିବା ସୂଚନା […]

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅନ୍ତର୍ଗତ ଜଗମୋହନ ଗ୍ରାମ ଡେରାସାହିର ୧୫ ବର୍ଷିୟ ନାବାଳକ କେନାଲକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣାଯାଇଛି। ନାବାଳକଜଣକ ହେଲେ ଡେରାସାହିର ପି ପ୍ରଭାକରଙ୍କ ପୁଅ କାହ୍ନା ମହାରଣା। ଖବର ପାଇ ଧରାକୋଟ ଦମକଳ ବାହିନୀ କେନାଲରେ ପହଞ୍ଚି ନାବାଳକକୁ ଉଦ୍ଧାର ପାଇଁ ଖୋଜାଖୋଜି କରୁଥିବା ବେଳେ ଏ ପର୍ଯ୍ୟନ୍ତ କାହ୍ନାକୁ ଉଦ୍ଧାର କରାଯାଇପାରିନାହିଁ। ସୂଚନା ଅନୁଯାୟୀ, ଆଜି ସକାଳେ କାହ୍ନା ସହ […]

ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କଲେ ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୁରୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚଉହଦୀରେ ହୋଇଥିବା ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ଏହାପରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ଭୁବନେଶ୍ବର ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ କି […]

କଟକ : କଟକ ଉପକଣ୍ଠ ତେଲେଙ୍ଗାପେଣ୍ଠରେ ଆଜି ଭୋର ସକାଳୁ ଘଟିଥିବା କାର ଦୁର୍ଘଟଣାରେ ରାଜ୍ୟର ପୂର୍ବତନ ମନ୍ତ୍ରୀ, ସମ୍ବଲପୁରର ପ୍ରାକ୍ତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଅମରନାଥ ପ୍ରଧାନଙ୍କ ପୁତ୍ର ଦେବବ୍ରତ ପ୍ରଧାନ(ଅଂକୁର)ଙ୍କ ମୃତ୍ୟୁ ହୋଇଛି। ସେ ଅନ୍ୟ ୨ ଜଣ ସାଙ୍ଗଙ୍କ ସହିତ କାରରେ ଯାଉଥିବା ବେଳେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦେବବ୍ରତଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅନୁଗୁଳରେ ଶୋକ ଖେଳିଯାଇଛି। […]

Social media & sharing icons powered by UltimatelySocial