ଭୁବନେଶ୍ୱର : ଚୀନ୍‌ର ଉହାନ ସହର ଯେପରି କରୋନା ଆକ୍ରାନ୍ତଙ୍କ ପାଇଁ ଖାଁ ଖାଁ ହୋଇଯାଇଥିଲା, ଲୋକ ଘରୁ ବାହାରିବାକୁ ଡରୁଥିଲେ ଏବେ ସେମିତି ଅବସ୍ଥା ବମିଖାଲ ଜୟଦୁର୍ଗା ନଗରରେ। ସ୍ଥାନୀୟ ଲୋକ କହିଲେଣି ଯେ, ମାଳମାଳ କରୋନା ଆକ୍ରାନ୍ତଙ୍କ ପାଖରେ ରହୁଥିବାରୁ ଘରୁ ବାହାରି ହେଉନି, ପ୍ରଶାସନ ଆମର ରକ୍ତ ନମୁନା ଓ ସ୍ୱାବ୍ ପରୀକ୍ଷା କରୁ ନଥିବାରୁ ଆମକୁ ଭୟ ଲାଗୁଛି। ନିୟମିତ ବ୍ୟବଧାନରେ ଗୋଟିଏ ପରେ […]

ଭୁବନେଶ୍ୱର: ସାରା ଦେଶ ଏବେ କରୋନା ଭୂତାଣୁ ସହ ଲଢେଇ କରୁଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଏବେ ସମଗ୍ର ଦେଶରେ ଲକଡାଉନ ଘୋଷଣା କରିଛନ୍ତି। କରୋନା ଭଳି ମାରତ୍ମକ ଭୂତାଣୁ ସହ ଲଢ଼ିବା ପାଇଁ କୌଣସି ଟୀକା ଏଯାବତ୍‌ ବାହାରି ପାରି ନଥିବା ବେଳେ ଏହି ରୋଗର ଚିକିତ୍ସା ପାଇଁ ଔଷଧ ଭାବେ ହାଇଡ୍ରୋ‌କ୍ସିକ୍ଲୋରୋକୁଇନ୍ ବ୍ୟବହାର କରାଯାଉଛି। ତେବେ, ଏହି ଔଷଧକୁ କିଛି ଲୋକ ଏବେ […]

ନୂଆଦିଲ୍ଲୀ : ସମଗ୍ର ବିଶ୍ୱ କରୋନା ମହାମାରୀକୁ ନେଇ ବ୍ୟସ୍ତ ଥିବାବେଳେ ଏହି ଭୁତାଣୁ ର ଉତ୍ପତ୍ତିସ୍ଥଳ ଚୀନ ଗୋପନରେ ନିଜ ବିସ୍ତାରବାଦୀ କାର୍ଯ୍ୟକ୍ରମ ଜାରି ରଖିଛି। ଗତ କିଛି ଦିନ ଧରି ଚୀନର ପ୍ରାୟ ୭-୮ଟି ଯୁଦ୍ଧ ପୋତ ଭାରତ ମହାସାଗରରେ ପଇଁତରା ମାରୁଛନ୍ତି। ଏହାକୁ ନେଇ ଭାରତୀୟ ନୌସେନା ସତର୍ତ ହୋଇଉଠିଛି। ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ କହିଛନ୍ତି ଯେ ସବୁ ସ୍ଥିତିର ସାମନା […]

ନୂଆଦିଲ୍ଲୀ: ଏପ୍ରିଲ୍ ୧୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୧୪୩୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୩୭୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୯ […]

ଫୁଲବାଣୀ: ଜଙ୍ଗଲରେ ନିଆଁ ଲଗାଉଥିବା ଜଣେ ଯୁବକଙ୍କୁ ଗିରଫ କରିଛି ବନ ବିଭାଗ। ଏହି ଯୁବକଙ୍କ ନାମ ଅନିଲ ଦିଗାଲ ହୋଇଥିବାବେଳେ ତାଙ୍କ ବାପାଙ୍କ ନାମ ଆବୁ ଦିଗାଲ ବୋଲି ଜଣାପଡିଛି। ଏହି ଯୁବକଙ୍କ ଘର ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗଣ୍ଡପଦର ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ମହୁଲ ଫୁଲ ଗୋଟାଇବାକୁ ସ୍ଥାନୀୟ ଲୋକମାନେ ଜଙ୍ଗଲକୁ ଯାଇଥାନ୍ତି। ତେବେ ଜଙ୍ଗଲରେ ପତ୍ରଝଡ଼ା ଯୋଗୁଁ ମହୁଲ ଫୁଲ ଭଲ […]

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ୧୧ କୋଟି ୭୦ ଲକ୍ଷ ଶିଶୁ ମିଳିମିଳା ରୋଗ ଭୋଗିବାର ଆଶଙ୍କା ଦେଖାଦେଇଛି। ଏବେ ବରୋନା ବିଶ୍ୱମହାମାରୀ ମୁକାବିଲା ପାଇଁ ଶତାଧିକ ଦେଶ ଲକ୍‌ଡାଉନ୍‌ରେ ଥିବା ବେଳେ ଶିଶୁମାନଙ୍କୁ ବିଭିନ୍ନ ଟିକାଦାନ ସେବାରେ ଗୁରୁତର ସଂକଟ ଉପୁଜିଛି। ସାଧାରଣତଃ ବିଦ୍ୟାଳୟରେ ବା ବିଭିନ୍ନ ସମାଗମ ସ୍ଥଳରେ ଏକାଦିକ୍ରମେ ବହୁସଂଖ୍ୟକ ଶିଶୁଙ୍କୁ ଟିକାଦାନ କରାଯାଇଥାଏ। ସେଭଳି ସ୍ଥିତି ସୃଷ୍ଟି କରିବା ଏବେ ଅସମ୍ଭବ ଥିବା ବେଳେ ମିଳିମିଳା ଜ୍ୱର […]

ମୁମ୍ବାଇ : ଦେଶରେ କଲଡାଉନ ସମୟ ଆଉ ୧୯ ଦିନ ପାଇଁ ବୃଦ୍ଧି ହେବା ନେଇ ହତାସ ହୋଇପଡ଼ିଛନ୍ତି ମୁମ୍ବାଇରେ କାମ କରୁଥିବା ଉତ୍ତରପ୍ରଦେଶ, ବିହାର ପଶ୍ଚିମବଙ୍ଗର ଶ୍ରମିକ। ଆଜି ହଜାର ହଜାର ଶ୍ରମିକ ମୁମ୍ବାଇର ବାନ୍ଦ୍ରା ଷ୍ଟେସନଠାରେ ଏକତ୍ରିତ ହୋଇ ବିକ୍ଷୋଭ କରିଛନ୍ତି। ସେମାନଙ୍କୁ ଘଉଡ଼େଇବା ଲାଗି ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ ଆଜି ଲକଡାଉନ ସମାପ୍ତହୋଇ ଆସନ୍ତା କାଲିଠାରୁ ଟ୍ରେନ,ବସ ଆଦି ଚଳାଚଳ […]

ଭୁବନେଶ୍ୱର : ଜଳୁଛି ରାଜଧାନୀ,ଗତକାଲି ରାଜଧାନୀର ତାପମାତ୍ରା ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରି ଅତିକ୍ରମ କରିଥିଲା। ଆଜି କିନ୍ତୁ ବର୍ତ୍ତମାନ ସୁଦ୍ଧାର ସବୁ ରେକର୍ଡ ଭାଙ୍ଗି ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି ରାଜଧାନୀ ଭୁବନେଶ୍ୱର। ଗତକାଲି ଅପେକ୍ଷା ‌ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ି ଆଜି ରାଜଧାନୀର ତାପମାତ୍ରା ୪୧.୫ ଡିଗ୍ରିରେ ପହଞ୍ଚିଥିଲା। ଲକ୍‌ଡାଉନ୍‌ ଯୋଗୁଁ ଗୃହବନ୍ଦୀ ରାଜଧାନୀବା‌ସୀ ଗ୍ରୀଷ୍ମ ପ୍ରବାହକୁ ସିଧାସଳଖ […]

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀ ଲକ୍‌ଡାଉନ୍ ସମୟସୀମା ଆହୁରି ୧୯ ଦିନ ବୃଦ୍ଧି କରିବା ପରେ ଭାରତୀୟ ରେଳବାଇ ମେ ୩ ତାରିଖ ପର୍ଯ୍ୟନ୍ତ ଯାତ୍ରୀ ସେବା ବାତିଲ କରିଛି। ଏ ସଂକ୍ରାନ୍ତରେ ଟୁଇଟ୍ କରି ରେଳ ମନ୍ତ୍ରାଳୟ କହିଛି ଯେ ପ୍ରିମିୟମ ଟ୍ରେନ୍, ମେଲ୍/ଏକ୍ସ‌େପ୍ରେସ୍ ଟ୍ରେନ୍, ପାସେଞ୍ଜର୍ ଟ୍ରେନ୍, ସବ୍ଅର୍ବାନ୍‌ ଟ୍ରେନ୍, କୋଲ୍‌କାତା ମେଟ୍ରୋ ରେଲ୍, କୋଙ୍କଣ ରେଲ୍‌ୱେ ଇତ୍ୟାଦି ସମେତ ଭାରତୀୟ ରେଳବାଇର ସମସ୍ତ ଯାତ୍ରୀବାହୀ ଟ୍ରେନ୍ […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟ ସରକାରଙ୍କ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଆଜି ସକାଳୁ ଜଣେ ଓ ସନ୍ଧ୍ୟାରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକାଳୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଯାଜପୁର ଅଞ୍ଚଳର ଓ ତାଙ୍କର ବୟସ ୬୫ ବର୍ଷ। ସେହିଭଳି […]

Social media & sharing icons powered by UltimatelySocial