ବଢ଼ୁଛି ପାରଦ : ରାଜଧାନୀରେ ୪୧.୫,ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର : ଜଳୁଛି ରାଜଧାନୀ,ଗତକାଲି ରାଜଧାନୀର ତାପମାତ୍ରା ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରି ଅତିକ୍ରମ କରିଥିଲା। ଆଜି କିନ୍ତୁ ବର୍ତ୍ତମାନ ସୁଦ୍ଧାର ସବୁ ରେକର୍ଡ ଭାଙ୍ଗି ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି ରାଜଧାନୀ ଭୁବନେଶ୍ୱର। ଗତକାଲି ଅପେକ୍ଷା ‌ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ି ଆଜି ରାଜଧାନୀର ତାପମାତ୍ରା ୪୧.୫ ଡିଗ୍ରିରେ ପହଞ୍ଚିଥିଲା। ଲକ୍‌ଡାଉନ୍‌ ଯୋଗୁଁ ଗୃହବନ୍ଦୀ ରାଜଧାନୀବା‌ସୀ ଗ୍ରୀଷ୍ମ ପ୍ରବାହକୁ ସିଧାସଳଖ ଅନୁଭୂତ କରି ନଥିଲେ ବି ଘରେ ବସି ଗରମରେ ସନ୍ତୁଳି ହୋଇଥିଲେ। ପରିବା, ରାସନ ଆଦି ପାଇଁ ଘରୁ ବାହାରୁଥିବା ଲୋକଙ୍କର ବି ଆଜି ଦେଖା ନଥିଲା। ରାସ୍ତା ସମ୍ପୂର୍ଣ୍ଣ ଶୂନଶାନ୍ ଥିବା ବେଳେ କାଁ ଭାଁ କେଉଁଠି କେମିତି ପୁଲିସ ବାବୁଙ୍କୁ ଦେଖିବାକୁ ମିଳିଥିଲା। ଲକ୍‌ଡାଉନ୍‌ ସାଙ୍ଗକୁ ଆଜିର ଖରା ସହରର ସ୍ଥିତି ଆହୁରି ଅଧିକ ଖାଁ ଖାଁ ହୋଇଯାଇଥିଲା। ତେବେ ଆସନ୍ତା ୪ ଦିନ ମଧ୍ୟରେ ଏହି ତାପମାତ୍ରା କମିବାର ସମ୍ଭାବନା ନାହିଁ ଓଲଟା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଏଣୁ ଲୋକମାନଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସକାଳ ୮ଟା ସୁଦ୍ଧ‌ା କାମ ସାରି ଘରେ ରହିବା ସହ ଆବଶ୍ୟକ ପଡ଼ିଲେ ଓଦା ଗାମୁଛା ମୁଣ୍ଡରେ ପକାଇ, ଛତା ଓ ପାଣିବୋତଲ ଧରି ବାହାରକୁ ଯିବାକୁ କୁହାଯାଇଛି।

Share Now:

Kalinga News Beuro

Leave a Reply

Next Post

ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଏକାଠି ହେଲେ ହଜାର ହଜାର ପ୍ରବାସୀ ଶ୍ରମିକ:ଘରକୁ ଫେରିବାକୁ ଜିଦ୍

Tue Apr 14 , 2020
ମୁମ୍ବାଇ : ଦେଶରେ କଲଡାଉନ ସମୟ ଆଉ ୧୯ ଦିନ ପାଇଁ ବୃଦ୍ଧି ହେବା ନେଇ ହତାସ ହୋଇପଡ଼ିଛନ୍ତି ମୁମ୍ବାଇରେ କାମ କରୁଥିବା ଉତ୍ତରପ୍ରଦେଶ, ବିହାର ପଶ୍ଚିମବଙ୍ଗର ଶ୍ରମିକ। ଆଜି ହଜାର ହଜାର ଶ୍ରମିକ ମୁମ୍ବାଇର ବାନ୍ଦ୍ରା ଷ୍ଟେସନଠାରେ ଏକତ୍ରିତ ହୋଇ ବିକ୍ଷୋଭ କରିଛନ୍ତି। ସେମାନଙ୍କୁ ଘଉଡ଼େଇବା ଲାଗି ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ ଆଜି ଲକଡାଉନ ସମାପ୍ତହୋଇ ଆସନ୍ତା କାଲିଠାରୁ ଟ୍ରେନ,ବସ ଆଦି ଚଳାଚଳ […]
Bandra station-Mumbai-2020.jpg

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial