ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ ଭୁବନେଶ୍ୱର: ଆସନ୍ତା ଏପ୍ରିଲ ମାସରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ମାର୍ଚ୍ଚ ୬ ତାରିଖରୁ ୧୩ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ । ଆରମ୍ଭ ହୋଇଛି ରାଜ୍ୟସଭା ରେସ୍‌ । ଆସନ୍ତା ଏପ୍ରିଲ ମାସରେ […]

ମଦୁରାଇ: ୟୋକୋହାମା ବନ୍ଦରରେ ପୃଥକ କରି ରଖାଯାଇଥିବା ବିଳାସମୟ ଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରୁ ଭାରତୀୟ ପରିଚାରକମାନଙ୍କୁ (କ୍ରୁ’ ମେମ୍ବର୍ସ) ସ୍ଥାନାନ୍ତର କରାଯାଇପାରେ। ଏଥି ନିମନ୍ତେ ପ୍ରସ୍ତୁତ ରହିବାକୁ ଜାପାନସ୍ଥିତ ଭାରତୀୟ ଦୂତାବାସ ତରଫରୁ ମଙ୍ଗଳବାର ଦିନ ସେମାନଙ୍କୁ କୁହାଯାଇଛି। ଏକ ଚାଟର୍ଡ ବିମାନରେ ସେମାନଙ୍କୁ ପାଣିଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରୁ ଉଦ୍ଧାର କରାଯିବ। କେତେକ ଯାତ୍ରୀ ‘କରୋନାଭାଇରସ୍‌’ ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିବା ପରେ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’କୁ ପୃଥକ୍‌ ରଖାଯାଇଛି। ମଙ୍ଗଳବାର […]

ରାଉରକେଲା : ଭାରତର ୧୦୨ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ରାଉରକେଲା ଅନ୍ୟତମ। ନିକଟରେ ପ୍ରକାଶିତ ହୋଇଥିବା ଓଡିଶା ଷ୍ଟାର ରେଟିଙ୍ଗରେ ,ରାଉରକେଲାରୁ ଅଂଶଗ୍ରହଣ କରିଥିବା ୩୧ଟି ଶିଳ୍ପାନୁଷ୍ଠାନ ମଧ୍ୟରୁ ୨୪ଟିକୁ ଏକ ଷ୍ଟାର (ସର୍ବନିମ୍ନ ପରିବେଶ ପାରଦର୍ଶୀ) ମାନ୍ୟତା ମିଳିଛି । ଓଡ଼ିଶାରେ ରାଉରକେଲା ସମେତ ସାତୋଟି ସହର ଏହି ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ଅନ୍ତର୍ଭୁକ୍ତ । କଳକାରଖାନାରୁ ନିର୍ଗତ ଧୂଆଁ,କୋଇଲା ଖଣି ,ରାସ୍ତାର ଧୂଳି, ଯାନବାହାନ […]

ଆୟ ଠୁଁ ବଢିଗଲା ବ୍ୟୟ ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ (ବିଏମ୍‌ସି)ର ୨୦୨୦-୨୧ ବଜେଟ୍‌ ରେକର୍ଡ କରିବାକୁ ଯାଉଛି। ବିଏମ୍‌ସି ଏହି ଆର୍ଥିକ ବର୍ଷରେ ୭୦୦କୋଟିର ବଜେଟ୍‌ କରିବାକୁ ଯୋଜନା କରୁଛି। ଆଶ୍ଚର୍ଯ୍ୟର ବିଷୟ ବିଏମ୍‌ସି ଏଥର ୧୦୦କୋଟି ରାଜସ୍ୱ ଆଦାୟ କରିପାରିବ କି ନାହିଁ ସେନେଇ ଦ୍ଵନ୍ଦରେ ଥିବାବେଳେ ଖର୍ଚ୍ଚ କିନ୍ତୁ ୭୦୦କୋଟି କରିବେ ବୋଲି ଯୋଜନା କରିସାରିଲେଣି। ବିଏମ୍‌ସି ପକ୍ଷରୁ ଆଜି ଆସନ୍ତା ଆର୍ଥିକ ବର୍ଷର […]

ଭୁବନେଶ୍ୱର: ଦେଶରେ ବର୍ତ୍ତମାନର ପରିପାର୍ଶ୍ଵିକ ପରିସ୍ଥିତି ଯାହା ତାହାକୁ ଅଣଦେଖା କରି କେନ୍ଦ୍ର ସରକାର ବା ମୋଦି ସରକାର ନିଜର ପ୍ରଚାର ଉଦ୍ଦେଶ୍ୟରେ ଯାହା ସବୁ କରୁଛନ୍ତି ତାହା ବଡ ଦୁର୍ଭାଗ୍ୟ ଜନକ। ଦେଶରେ ବଢୁଥିବା ବେକାରୀ ସମସ୍ୟା,କୃଷି ଓ କୃଷକ ମାନଙ୍କ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ,ଶିକ୍ଷା ,ସ୍ୱାସ୍ଥ୍ୟ ,ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ମଧ୍ୟ ବର୍ଗିୟ ଲୋକମାନଙ୍କ ଅଣ୍ଟା ଭାଙ୍ଗୁଥିବା ବେଳେ ,ଭାରତକୁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ […]

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ସୋମବାର ଦିନ ୮ ରାଉଣ୍ଡ ଗୁଳିଚାଳନା କରିଥିବା ଯୁବକଙ୍କୁ ଅଟକ ରଖିଛି ପୁଲିସ । ଏହି ଯୁବକଙ୍କ ନାମ ଶାହରୁଖ ବୋଲି ଜଣାପଡିଥିବାବେଳେ ସ୍ଥାନୀୟ ଅଂଚଳରେ ଏହି ଯୁବକ ରହୁଥିବାର ଜଣାପଡିଛି | ଗତକାଲି ସିଏଏ ବିରୋଧୀ ଓ ସପକ୍ଷବାଦୀ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ଯାହାର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଉକ୍ତ ଯୁବକ ହାତରେ ବନ୍ଧୁକ ଧରି ଫାୟାରିଙ୍ଗ୍ କରୁଥିବା […]

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଥିବା ବର୍ଷା ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ। ମଙ୍ଗଳବାରଠାରୁ ବୁଧବାର ସକାଳ ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ସ୍ଥାନେ ସ୍ଥାନେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ୨୫ […]

ଭୁବନେଶ୍ୱର: ଆଜି ସକାଳେ ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଏକ ନରହନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଥିଲା । ଭୁବନେଶ୍ୱରର ଉପକଣ୍ଠରେ ଥିବା ପାତ୍ରପଡ଼ା ମେଡିସିନାଲ୍ ଗାର୍ଡ଼େନରେ ହାତୀକୁ ବନବିଭାଗ ଠାବ କରିଥିଲା । ଏଠାରେ ପୁଣି ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବାର ଖବର ମିଳିଛି । ଗୁରୁତର ମହିଳାଙ୍କୁ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି କରାଯାଇଛି। ସକାଳ ୫ ଟା ୩୦ ରେ ମହିଳାଙ୍କୁ ଆକ୍ରମଣ କରିଥିବାର ସୂଚନା […]

୧୦୦ କୋଟିର ଯୋଜନା ବିଏମ୍‌ସିର ଅପାରଗତା ପାଇଁ ଫୁସ ଭୁବନେଶ୍ୱର: କେଉଁଠି ପୋଖରୀ ପୋତି ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କରାଯାଇଛି ତ କେଉଁଠି କ˚କ୍ରିଟ ଆବର୍ଜନାରେ ଜଳାଶୟ ପୋତି ହୋଇ ପାଦେ ପାଣି ଅଛି। ଆଉ କେଉଁଠି ଖାଲି ପଙ୍କ। ରାଜସ୍ଵ ନକ୍ସାରେ ଯେଉଁଠି ଜଳାଶୟ ଥିଲା, ଏବେ ସେଠାରେ ତା’ର ଚିହ୍ନବର୍ଣ୍ଣ ମିଳୁନି। ଏହିଭଳି ଭାବେ ରାଜଧାନୀରୁ ୫୪ଟି ଜଳାଶୟ ଉଭାନ୍‌ ବା ଚୋରି ହୋଇଗଲାଣି। ଆଶ୍ଚର୍ଯ୍ୟର ବିଷୟ […]

ଚନ୍ଦ୍ରଶେଖରପୁର: ଏକ କନ୍‌ଷ୍ଟ୍ରକସନ୍‌ କମ୍ପାନିର କଞ୍ଚାମାଲ ଚୋରି ଘଟଣା ମାଲିକଙ୍କୁ ଅବଗତ କରାଇବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଇନ୍‌ଫୋସିଟି ଥାନାରେ ଅଭି‌ଯୋଗ ହୋଇଛି। ମୃତକ ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବାଲିଚୁଆଁର ଚିନ୍ମୟ ସ୍ୱାଇଁ ଓରଫ ବୁଟୁ (୨୭)। ଚିନ୍ମୟଙ୍କ ଡାହାଣ କାନମୁଣ୍ଡା ଉପରେ ଶକ୍ତ ଆଘାତ ଲାଗିଥିବା ବେଳେ ଗାଲ ଓ ବେକରେ ରାଞ୍ଚୁଡ଼ା ଦାଗ ରହିଛି। ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ହତ୍ୟା କରିବା […]

Social media & sharing icons powered by UltimatelySocial