ଭୁବନେଶ୍ୱରର ଉପକଣ୍ଠରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର, ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର: ଆଜି ସକାଳେ ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଏକ ନରହନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଥିଲା । ଭୁବନେଶ୍ୱରର ଉପକଣ୍ଠରେ ଥିବା ପାତ୍ରପଡ଼ା ମେଡିସିନାଲ୍ ଗାର୍ଡ଼େନରେ ହାତୀକୁ ବନବିଭାଗ ଠାବ କରିଥିଲା । ଏଠାରେ ପୁଣି ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବାର ଖବର ମିଳିଛି । ଗୁରୁତର ମହିଳାଙ୍କୁ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି କରାଯାଇଛି। ସକାଳ ୫ ଟା ୩୦ ରେ ମହିଳାଙ୍କୁ ଆକ୍ରମଣ କରିଥିବାର ସୂଚନା ମିଳିଛି । ଗତ ତିନି ଦିନ ହେଲା ପିପିଲି, ଡେଲାଙ୍ଗ ଏବଂ ନିମାପଡା ଅଞ୍ଚଳରେ ଘୁରି ବୁଲୁଥିବା ନରହନ୍ତା ହାତୀ ବନବିଭାଗକୁ ଚକମା ଦେଇ ଭୁବନେଶ୍ୱର ଉପକଣ୍ଠରେ ପହଞ୍ଚିଥିବା କୁହାଯାଉଛି । ରାତି ଅଧରୁ ବନବିଭାଗ ହାତୀର ଟେର ପାଉନ ଥିବା ବେଳେ ଆଜି ରାଜଧାନୀ ଉପକଣ୍ଠରେ ଦନ୍ତାହାତୀଟି ଥିବାର ଜାଣିବାକୁ ପାଇଛି ବନବିଭାଗ । ତେବେ ଗଙ୍ଗୁଆ ନଦୀ ପାର ହୋଇ ହାତୀଟି ଭୁବନେଶ୍ୱର ଆସିଥିବା ସନ୍ଦେହ କରାଯାଉଛି । ଡେଲାଙ୍ଗ, ଖୋର୍ଦ୍ଧା, ଟାଙ୍ଗୀ , ବାଲିପାଟଣା ଓ ଗୋପ ବନବିଭାଗ ଟିମ୍ ସହ ପିପିଲି ଓ ବଳଙ୍ଗା ପୁଲିସ, ହାତୀକୁ କାବୁ କରିବାକୁ ଉଦ୍ୟମ କରୁଛନ୍ତି । ହାତୀ ଘଉଡ଼ାଇବାରେ ବନବିଭାଗର ୭୦ କର୍ମଚାରୀ ଲାଗିଛନ୍ତି । ଡାକବାଜି ଯନ୍ତ୍ରରେ ବାହାରକୁ ନ ବାହାରିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କୁହାଯାଉଥିବା ଜଣାଯାଇଛି ।
ପିପିଲି ଓ ନିମାପଡ଼ା ଅଞ୍ଚଳରେ ବଣୁଆ ହାତୀ ୪ ଜଣଙ୍କ ଜୀବନ ନେଇଥିବା ବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଖୋର୍ଦ୍ଧା ବନଖଣ୍ଡରୁ ଭାର୍ଗବୀ ଓ ଦୟା ନଦୀ ପାର କରି ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଦେଇ ପିପିଲିକୁ ହାତୀଟି ପଶି ଆସିଥିଲା । ଆତଙ୍କ ଖେଳାଇଥିବା ବଣୁଆ ହାତୀ ବର୍ତମାନ ପିପିଲି ଛାଡ଼ି ଭୁବନେଶ୍ୱର ଉପକଣ୍ଠରେ ପହଞ୍ଚିଛି । ହାତୀକୁ ଘଉଡ଼ାଇବାକୁ ବନବିଭାଗର ଟିମ୍ ଉଦ୍ୟମ କରୁଛନ୍ତି । ପିପିଲି ଏନଏସିର ୧୬ଟି ୱାର୍ଡକୁ ସିଲ୍ କରାଯାଇଛି । ସ୍ଥାନୀୟ ଅଞ୍ଚଳକୁ ଅନ୍ଧାର କରିଦିଆଯାଇଛି । ହାତୀକୁ ଖୋର୍ଦ୍ଧା ଆଡ଼କୁ ଘଉଡ଼ାଇବାକୁ ଉଦ୍ୟମ କରାଯାଉଛି । ପ୍ରଥମଥର ପାଇଁ ପିପିଲି ଅଞ୍ଚଳରେ ଆତଙ୍କ ଖେଳାଇଛି ବଣୁଆ ହାତୀ ।

Share Now:

Kalinga News Beuro

Leave a Reply

Next Post

୮ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା,୨୬ରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି:୫ ଦିନ ଲାଗି ଜାରି ହେଲା ୟେଲୋ ୱାର୍ଣ୍ଣିଂ

Tue Feb 25 , 2020
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଥିବା ବର୍ଷା ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ। ମଙ୍ଗଳବାରଠାରୁ ବୁଧବାର ସକାଳ ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ସ୍ଥାନେ ସ୍ଥାନେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ୨୫ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial