ସୁବର୍ଣ୍ଣପୁର ଜିଲ୍ଲା ପାଇଁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବିତରଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର ଜିଲ୍ଲା ପାଇଁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବିତରଣ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବିଭିନ୍ନ ବିଭାଗର ୬୭ଟି ଜନକଲ୍ୟାଣକାରୀ ଯୋଜନାର ମଧ୍ୟ ଉଦଘାଟନ କରିବା ସହ ୩୫ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ୧,୫୩,୯୦୨ ଜଣ ହିତାଧିକାରୀ ସ୍ମାର୍ଟ କାର୍ଡ ପାଇବେ। ଏମାନଙ୍କ ମଧ୍ୟରୁ ୬ଟି ବ୍ଲକରେ ଗ୍ରାମାଞ୍ଚଳର ୧,୪୫,୧୫୭ ଜଣ ଏବଂ ତିନୋଟି ପୌରାଞ୍ଚଳରେ ୮, ୭୪୬ ଜଣ ହିତାଧିକାରୀ ଅଛନ୍ତି। ଏହି କାର୍ଡ ଦ୍ୱାରା ହିତାଧିକାରୀଙ୍କ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ସହାୟତା ରହିଥିବା ବେଳେ ମହିଳାଙ୍କ ପାଇଁ ବର୍ଷକୁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରହିଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗରେ ୭୯ କୋଟି ୨୨ଲକ୍ଷ ୧୩ ହଜାର ବ୍ୟୟ ଅଟକଳରେ ସମ୍ପୂର୍ଣ୍ଣ ହୋଇଥିବା ୬୭ଟି ପ୍ରକଳ୍ପର ଶୁଭ ଉଦଘାଟିତ ହୋଇଛି। ଆହୁରି ମଧ୍ୟ ୧୪୮,୦୪,୮୨୦୦୦ ଅଟକଳ ଥାଇ ୩୫ଗୋଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

Share Now:

Kalinga News Beuro

Next Post

ଲମତାପୁଟ ଅଞ୍ଚଳରୁ ୩୦ ଲକ୍ଷର ଗଞ୍ଜେଇ ଜବତ

Thu Nov 25 , 2021
କୋରାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ୩୦୪ କିଲୋ ୪୦୦ ଗ୍ରାମର ଗଞ୍ଜେଇ ଜବତ କରିଛି ପୁଲିସ। ଏକ ବୋଲେରୋରେ କାଠବାକ୍ସରେ ଯନ୍ତ୍ରପାତି ନେବା ଭଳି ୧୧ଟି ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିଲା। ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଲମତାପୁଟ ସଗର ଛକ ନିକଟରେ ଗାଡି ଚେକିଂ […]
୩୦ ଲକ୍ଷର ଗଞ୍ଜେଇ ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial