ରାଉରକେଲା ଠାରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା

ରାଉରକେଲା : ଭାରତର ୧୦୨ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ରାଉରକେଲା ଅନ୍ୟତମ। ନିକଟରେ ପ୍ରକାଶିତ ହୋଇଥିବା ଓଡିଶା ଷ୍ଟାର ରେଟିଙ୍ଗରେ ,ରାଉରକେଲାରୁ ଅଂଶଗ୍ରହଣ କରିଥିବା ୩୧ଟି ଶିଳ୍ପାନୁଷ୍ଠାନ ମଧ୍ୟରୁ ୨୪ଟିକୁ ଏକ ଷ୍ଟାର (ସର୍ବନିମ୍ନ ପରିବେଶ ପାରଦର୍ଶୀ) ମାନ୍ୟତା ମିଳିଛି । ଓଡ଼ିଶାରେ ରାଉରକେଲା ସମେତ ସାତୋଟି ସହର ଏହି ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ଅନ୍ତର୍ଭୁକ୍ତ । କଳକାରଖାନାରୁ ନିର୍ଗତ ଧୂଆଁ,କୋଇଲା ଖଣି ,ରାସ୍ତାର ଧୂଳି, ଯାନବାହାନ ଏବଂ ବିଭିନ୍ନ ନିର୍ମାଣ କାର୍ଯ୍ୟ ସମୟରେ ନିର୍ଗତ ହେଉଥିବା ଧୂଳି ଓ ଧୂଆଁ ଏହି ପ୍ରଦୂଷଣର ମୁଖ୍ୟ କାରଣ ।ଏହା ସହରରେ ବସବାସ କରୁଥିବା ଜନସାଧାରଣଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଛି । ଶିଳ୍ପାନୁଷ୍ଠାନ ,ରାଜ୍ୟ ପ୍ରଦୂଷଣ ବୋର୍ଡ଼ ଏବଂ ଜନସାଧାରଣ ସମସ୍ତେ ମିଳିମିଶି ଏହି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବାକୁ ବକ୍ତାମାନେ ରାଉରକେଲା ଠାରେ ଅନୁଷ୍ଠିତ ହୋଇଥିବା ” ଜନସାଧାରଣଙ୍କ ସହଯୋଗ ନନ-ଆଟେନମେଣ୍ଟ ସହର ଗୁଡିକରେ ବାୟୁ ପ୍ରଦୂଷଣ କମାଇବାରେ ସହାୟକ ହେବକି ?” ଶୀର୍ଷକ କର୍ମଶାଳାରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ।
ଏହି କର୍ମଶାଳାରେ ରାଉରକେଲାସ୍ଥିତ ବିଭିନ୍ନ ମହାବିଦ୍ୟାଳୟ ଏବଂ ଏନଆଇଟିର ୮୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଛାତ୍ର ଯୋଗଦେଇଥିଲେ । ଚିକାଗୋ ସ୍ଥିତ ଏନର୍ଜି ପଲିସି ସଂସ୍ଥାର କମୁନିକସନ ଏବଂ ଆଉଟରିଚ ସଂଯୋଜକ ପରଂବ୍ରହ୍ମ ତ୍ରିପାଠୀ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ରାଉରକେଲା ଶାଖାର ପରିବେଶ ଯନ୍ତ୍ରୀ ଇଂ ବବିତା ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Share Now:

Kalinga News Beuro

Leave a Reply

Next Post

ଆଜି ସ୍ଥାନାନ୍ତରଣ ହୋଇପାରନ୍ତି ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରେ ଥିବା ଭାରତୀୟ କ୍ରୁ’ମେମ୍ବର୍‌

Wed Feb 26 , 2020
ମଦୁରାଇ: ୟୋକୋହାମା ବନ୍ଦରରେ ପୃଥକ କରି ରଖାଯାଇଥିବା ବିଳାସମୟ ଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରୁ ଭାରତୀୟ ପରିଚାରକମାନଙ୍କୁ (କ୍ରୁ’ ମେମ୍ବର୍ସ) ସ୍ଥାନାନ୍ତର କରାଯାଇପାରେ। ଏଥି ନିମନ୍ତେ ପ୍ରସ୍ତୁତ ରହିବାକୁ ଜାପାନସ୍ଥିତ ଭାରତୀୟ ଦୂତାବାସ ତରଫରୁ ମଙ୍ଗଳବାର ଦିନ ସେମାନଙ୍କୁ କୁହାଯାଇଛି। ଏକ ଚାଟର୍ଡ ବିମାନରେ ସେମାନଙ୍କୁ ପାଣିଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରୁ ଉଦ୍ଧାର କରାଯିବ। କେତେକ ଯାତ୍ରୀ ‘କରୋନାଭାଇରସ୍‌’ ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିବା ପରେ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’କୁ ପୃଥକ୍‌ ରଖାଯାଇଛି। ମଙ୍ଗଳବାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial