ଭୁବନେଶ୍ୱର:ନାଗରିକ ସଂଶୋଧନ ଆଇନ ହେଉଛି ନାଗରିକତା ଦେବାର ଆଇନ । ଏହା କାହାର ନାଗରିକତା ନେବା ନାହିଁ ।ଏହି ସଂଶୋଧନରେ କୌଣସି ବିବାଦ ନାହିଁ କିମ୍ବା କାହାପ୍ରତି କିଛି ବାଛ ବିଚାର ନାହିଁ । ବିରୋଧୀ ଜାଣିଶୁଣି ବିବାଦ ବଢାଇବା ସହିତ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି । ସେମାନଙ୍କ ଏହି ହୀନ ପ୍ରୟାସ ପାଇଁ ଭାରତ ବିଦେଶରେ ବଦନାମ ହେଉଛି ।ସାରା ଦେଶରେ ଏବେ ନାଗରିକତା ସଂଶୋଧନ ଆଇନ (ସିଏଏ) […]

କଟକ: ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିଲେ ବି କଟକର ଅନ୍ୟତମ ପରିଚୟ ଆରାଧ୍ୟା ଦେବୀ ମା’ କଟକ ଚଣ୍ଡୀ ପୀଠ ପ୍ରତି ଅବହେଳାକୁ ନେଇ ବିଭିନ୍ନ ମହଲରେ ସ୍ୱର ଉଠୁଛି। କଟକ ଚଣ୍ତୀଙ୍କ ପୀଠର ବିକାଶ ପାଇଁ ଏଯାଏ ଆବଶ୍ୟକ ସର୍ବନିମ୍ନ ପଦକ୍ଷେପ ବି ନେଇ ନାହାନ୍ତି। […]

ଭୁବନେଶ୍ୱର: କେରଳର କୋଚି ସମ୍ବେଦନଶୀଳ ଅଞ୍ଚଳରେ ବେଆଇନ କୋଠା ଭଙ୍ଗାଯିବା ପରେ ଏବେ ଭୁବନେଶ୍ୱର ଚିନ୍ତା। କାରଣ ରାଜଧାନୀର ଛାତି ଉପରେ ବି ବେଆଇନ୍ ଭାବେ ଛିଡ଼ା ହୋଇଛି ଏମିତି ଅନେକ ଆପାର୍ଟମେଣ୍ଟ। କ’ଣ ହେବ ସେମାନଙ୍କ ଭବିଷ୍ୟତ? ଏସବୁକୁ ବି ବିସ୍ଫୋରକ ଦ୍ୱାରା ଭାଙ୍ଗିବ କି ବିଡିଏ? ଏହାକୁ ନେଇ ବିଲଡରଙ୍କ ଛାତିରେ ଛନକା ପଶିଛି। ବିଶାଲ ଦେବ ବିଡିଏର ଉପାଧ୍ୟକ୍ଷ ଥିବା ସମୟରେ ସହରର ଛୋଟ ବଡ଼ […]

ଧଉଳି: ଧଉଳି ଶାନ୍ତିସ୍ତୂପରେ ପର୍ଯ୍ୟଟକ ଅସୁରକ୍ଷିତ। ଗାଡ଼ି ସାଇଡ୍‌କୁ କେନ୍ଦ୍ର କରି ଶାନ୍ତିସ୍ତୂପ ପରିସରରେ ଆଜି ଅପରାହ୍‌ଣରେ ଭୀଷଣ ଗଣ୍ଡଗୋଳ ହୋଇଛି। ନିଶାଡ଼ି ଯୁବକମାନେ ଜଣେ ବିଏସଏଫ କମାଣ୍ଡରଙ୍କ ସମେତ ଅନ୍ୟ ଏକ ଦମ୍ପତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ସେମାନଙ୍କ ମାଡ଼ରେ ରାୟଗଡ଼ାରେ ବିଏସଏଫ୍‌ କମାଣ୍ଡର୍‌ ଭାବେ କାର୍ଯ୍ୟରତ ବିକାଶ କୁମାର ମିଶ୍ର (୩୮) ଗୁରତର ଆହତ ହୋଇଛନ୍ତି। ଅଭିଯୁକ୍ତଙ୍କ କାଠବହ୍ଲା ମାଡ଼ରେ ବିକାଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା […]

ଭୁବନେଶ୍ୱର: ରାଜଭବନ ପୁଷ୍ପ ଉଦ୍ୟାନ ଆଜି ଜନ ସମୁଦ୍ର ପାଲଟିଥିଲା। ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲ, ହରିଣ ପାର୍କ, ଆକ୍ବାରିୟମ ଓ ଫାଉଣ୍ଟେନ୍‌ର ଆକର୍ଷଣ ରାଜଧାନୀ ବ୍ୟତୀତ ଆଖପାଖ ଅଞ୍ଚଳରୁ ମଧ୍ୟ ଲୋକଙ୍କୁ ଟାଣି ଆଣିଥିଲା। ଆଜି ରବିବାର ଛୁଟି ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ସବୁ ରେକର୍ଡକୁ ଅତିକ୍ରମ କରିଯାଇଥିଲା। ଆଜି ଗୋଟିଏ ଦିନରେ ୧୦ ହଜାରରୁ ଅଧିକ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ଯାହା ସର୍ବକାଳୀନ ରେକର୍ଡ ଥିଲା। […]

ଭୁବନେଶ୍ୱର : ଭୁବନେଶ୍ବର ମାର୍କେଟ ବିଲ୍‌ଡିଂରେ ଆତଙ୍କରାଜ ଘଟଣାରେ ୨୧ ଜଣଙ୍କୁ ଧରିଛି କ୍ୟାପିଟାଲ ଥାନା ପୁଲିସ। ପ୍ରଥମ ଦଫ‌ାରେ ୧୮ ଜଣଙ୍କୁ ଧରିଥିବା‌ ବେଳେ ଦ୍ବିତୀୟ ଦଫାରେ ଆଉ ୩ ଜଣଙ୍କୁ ଧରିଛି। ପ୍ରଥମେ ଧରାପଡ଼ିଥିବା ୧୮ ଜଣଙ୍କ ମଧ୍ୟରୁ ୧୨ ଜଣ ନାବାଳକ। ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୧୨ ଜଣଙ୍କୁ ଖୋର୍ଦ୍ଧା ସିଡବ୍ଲୁସିରେ ଉପସ୍ଥାପନ କରାଯିବା ପରେ ବ୍ରହ୍ମପୁର ଜୁଭେନାଇଲ ହୋମ୍‌କୁ ପଠାଯାଇଛି। […]

୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଲା କମିସନରେଟ୍ ପୁଲିସ୍ ଭୁବନେଶ୍ୱର : ଜେଏନୟୁ ଶୈଳୀରେ ଭୁବନେଶ୍ୱରର ମାର୍କେଟ ବିଲଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ ଘଟଣାକୁ ଗମ୍ଭୀରତାର ସହ ନେଇଛି କମିସନରେଟ୍ ପୁଲିସ୍। ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ଦଙ୍ଗା ଭଳି ସାଂଘାତିକ ଦଫା । ଏହି ସୂଚନା ଦେଇଛନ୍ତି ପୁଲିସ କମିସନର ଡ.ସୁଧାଂଶୁ ଷଡଙ୍ଗୀ । ମାର୍କେଟ ବିଲଡିଂ ଆକ୍ରମଣ ଘଟଣାରେ ୩୦ଜଣ ସଂପୃକ୍ତ ଥିଲେ, ସେମାନଙ୍କ ମଧ୍ୟରୁ ୨୧ […]

ନୂଆଦିଲ୍ଲୀ: ଦୀପିକା ପାଦୁକୋନ୍‌ଙ୍କ ବିବାଦୀୟ ହୋଇପଡ଼ିଥିବା ଚଳଚ୍ଚିତ୍ର ‘ଛପାକ୍‌’ର ରିଲିଜ ଲାଗି ପଟିୟାଲା ହାଉସ୍‌ କୋର୍ଟ ସବୁଜ ସଙ୍କେତ ଦେବା ସହିତ ଏହାର ନିର୍ମାତାଙ୍କୁ ଏସିଡ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ ଶ୍ରେୟ ଦେବା ପାଇଁ କହିଛନ୍ତି। ସିନେମା ଆସନ୍ତାକାଲି ଅର୍ଥାତ ଜାନୁଆରି ୧୦ ତାରିଖରେ ରିଲିଜ ହେବ। ଏହାପୂର୍ବରୁ ‘ଛପାକ୍‌’ର ରିଲିଜକୁ ଅଟକାଇବା ପାଇଁ ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ଓକିଲ କରିଥିବା ଆବେଦନ ଉପରେ ପଟିୟାଲା ହାଉସ୍‌ […]

ଭୁବନେଶ୍ୱର/ବୋଲଗଡ଼ : ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆସି ଭୁବନେଶ୍ବର ଏୟାରଫିଲ୍ଡ ଥାନା ପୁଲିସ ହଟହଟା ହୋଇଛି। ଅଭିଯୁକ୍ତ ଯୁବକଙ୍କୁ ଗ୍ରାମର ମହିଳା ଓ ପୁରୁଷ ମେଳି ବାନ୍ଧି ପୁଲିସଠାରୁ ଛଡ଼େଇ ନେଇଛନ୍ତି। ଫଳରେ ପୁଲିସ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛି। ଭୁବନେଶ୍ୱର କମିସନରେଟ୍ ପୁଲିସ ଅନ୍ତର୍ଗତ ଏୟାରଫିଲ୍ଡ ଥାନାର କେସ ନଂ ୧୫୭/୧୯ ବଳରେ ଜନୈକ କଲେଜ ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର ପଦର୍ଶନ, ହତ୍ୟା ଧମକ ଓ […]

ଭୁବନେଶ୍ୱର: ଶୁକ୍ରବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପାରଳାଖେମୁଣ୍ଡିର ରାଜା ଗୋପୀନାଥ ଗଜପତି ନାରାୟଣ ଦେଓ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ୧୯୪୩ ମସିହା ମାର୍ଚ ୬ ତାରିଖରେ ଜନ୍ମିତ ଗୋପୀନାଥ ଗଜପତି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ନବମ ଓ ଦଶମ ଲୋକସଭାର ସାଂସଦ ହୋଇଥିଲେ। ପ୍ରଥମେ ସେ […]

Social media & sharing icons powered by UltimatelySocial