ପରଲୋକରେ ପାରଳା ମହାରାଜ ଗୋପୀନାଥ ଗଜପତି

ଭୁବନେଶ୍ୱର: ଶୁକ୍ରବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପାରଳାଖେମୁଣ୍ଡିର ରାଜା ଗୋପୀନାଥ ଗଜପତି ନାରାୟଣ ଦେଓ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ୧୯୪୩ ମସିହା ମାର୍ଚ ୬ ତାରିଖରେ ଜନ୍ମିତ ଗୋପୀନାଥ ଗଜପତି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ନବମ ଓ ଦଶମ ଲୋକସଭାର ସାଂସଦ ହୋଇଥିଲେ। ପ୍ରଥମେ ସେ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଥିଲେ। ପରେ ସେ ବିଜେପିରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୧୯୭୪ ମସିହା ମେ ୨୬ ତାରିଖ ଦିନ ଗୋପୀନାଥ ଗଜପତି ପାରଳାଖେମୁଣ୍ଡିର ‘ରାଜା’ ଭାବେ ଅଭିଷିକ୍ତ ହୋଇଥିଲେ। ସେ ଥିଲେ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ପୁତ୍ର। ୧୯୬୭ ମସିହା ମାର୍ଚ୍ଚ ୧୪ ତାରିଖ ଦିନ ସେ ଧରମପୁରର ରାଜଜେମା ରାଣୀ ପୂର୍ଣ୍ଣ ଦେବୀଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି।

Share Now:

Kalinga News Beuro

Leave a Reply

Next Post

ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଗାଁ ଲୋକେ, ପୁଲିସ ଭକୁଆ

Fri Jan 10 , 2020
ଭୁବନେଶ୍ୱର/ବୋଲଗଡ଼ : ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆସି ଭୁବନେଶ୍ବର ଏୟାରଫିଲ୍ଡ ଥାନା ପୁଲିସ ହଟହଟା ହୋଇଛି। ଅଭିଯୁକ୍ତ ଯୁବକଙ୍କୁ ଗ୍ରାମର ମହିଳା ଓ ପୁରୁଷ ମେଳି ବାନ୍ଧି ପୁଲିସଠାରୁ ଛଡ଼େଇ ନେଇଛନ୍ତି। ଫଳରେ ପୁଲିସ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛି। ଭୁବନେଶ୍ୱର କମିସନରେଟ୍ ପୁଲିସ ଅନ୍ତର୍ଗତ ଏୟାରଫିଲ୍ଡ ଥାନାର କେସ ନଂ ୧୫୭/୧୯ ବଳରେ ଜନୈକ କଲେଜ ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର ପଦର୍ଶନ, ହତ୍ୟା ଧମକ ଓ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial