ଭୁବନେଶ୍ୱର: ଆଜି ପବିତ୍ର ଶାମ୍ବ ଦଶମୀ । ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, ଯେପରି କୁମାର ପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଶାମ୍ବ ଦଶମୀକୁ […]

ରାଜଧାନୀରେ ୨୨୬ ଶୌଚାଳୟ, ୨୦ଟି ସ୍ଥାନରେ ପରିସ୍ରାଗାର ଭୁବନେଶ୍ୱର: ଭୁବନେଶ୍ୱର ଏବେ ଖୋଲା ମଳତ୍ୟାଗମୁକ୍ତ ବା ଓଡିଏଫ୍‌ (++) ସହର ଘୋଷିତ ହୋଇଛି। ଆଜି ବିଏମ୍‌ସିର ଆତ୍ମଘୋଷଣା ଉତ୍ସବରେ ଏହି ସୂଚନା ଦିଆଯାଇଛି। ତେବେ ଓଡିଏଫ୍‌ (++) ମାନ୍ୟତାକୁ ତୃତୀୟ ପକ୍ଷ ଦ୍ୱାରା ଯାଞ୍ଚ କରାଯାଇପାରିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଓଡିଏଫ୍‌ (++) ସଂପର୍କରେ ଘୋଷଣା କରିବା ଅବସରରେ ବିଏମ୍‌ସି ମୁଖ୍ୟ ପ୍ରଶାସକ ସଂଗ୍ରାମଜିତ ନାୟକ କହିଲେ, ଭୁବନେଶ୍ୱରକୁ […]

ମୋବାଇଲ୍‌ରେ କଏଦ୍‌ ମୃତ୍ୟୁ ପୂର୍ବର ଦୃଶ୍ୟ, କ୍ୟାମ୍ପସ୍‌ରେ ନିଶାଦ୍ରବ୍ୟ ବିକ୍ରି ହେଉଛି କିପରି?‌ ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ ଏକ ଘରୋଇ ଇଂଜିନିୟରିଂ କଲେଜ ଛାତ୍ରୀ ଝୁମ୍ପା ଦେବନାଥ(୨୨)ଙ୍କ ଆତ୍ମହତ୍ୟା ଘଟଣା ଆଜି ନୂଆ ମୋଡ଼ ନେଇଛି। ଝୁମ୍ପାଙ୍କ ମୃତ୍ୟୁ ଖବର ପାଇ ଆଜି କୋଲକାତାରୁ ତାଙ୍କ ଘର ଲୋକ ଏଠାରେ ପହଞ୍ଚିଛନ୍ତି। ଝିଅ ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ସେମାନେ ଦୋଷ ଦେଇଛନ୍ତି। ପିଉସୀ ସୁଧା ମଣ୍ଡଳଙ୍କ ଅଭିଯୋଗ […]

ନୂଆ ବର୍ଷ ଆଳରେ ଶୁଭେଚ୍ଛା ବ୍ୟାନର୍ ଭର୍ତ୍ତି, ଟିକେଟ୍‌ ଆଶାରେ ନେତାଙ୍କ ଘରେ ଚକ୍କର ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ କେବେ ହେବ? କେଉଁ ୱାର୍ଡରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ? ‌ସେନେଇ ଏ ପର୍ଯ୍ୟନ୍ତ କିଛି ବି ନିଷ୍ପତ୍ତି ହୋଇନି। ତେବେ କର୍ପୋରେଟର ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ଗୋଟିଏ କି ଦୁଇଟି ୱାର୍ଡ ନୁହେଁ, ଭୁବନେଶ୍ୱରର ସମସ୍ତ ତିନିଟି ଯାକ […]

ଭୁବନେଶ୍ୱର: ରିଆଲିଟି ସୋ’ ପ୍ଲାଟଫର୍ମରୁ ସିନେମାରେ ସୁଯୋଗ ପାଇଥିବା ଜଣେ ନାୟିକା ଆଜିକାଲି ବେଶ ଚର୍ଚ୍ଚାରେ। ସେ ହେଲେ ତମନ୍ନା। ତମନ୍ନାଙ୍କୁ ନିର୍ଦ୍ଦେଶକ ସଞ୍ଜୟ ନାୟକ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜୋକର୍’ରେ ବ୍ରେକ୍ ଦେଇଥିଲେ ,କିନ୍ତୁ ତାହା ଅଧାରେ ଅଟକି ଯାଇଥିଲା। ସେ ଯାହା ହେଉନା କାହିଁକି, ତମନ୍ନା ଏବେ ଓଲିଉଡର ଜଣେ ଆଗଧାଡ଼ିର ନାୟିକା ଭାବେ ମାନ୍ୟତା ପାଇଛନ୍ତି। ସେ ଇତିମଧ୍ୟରେ ‘ଭାଇନା କ’ଣ କଲା ସେ’,‘ନିଝୁମ୍ ରାତିର […]

ଖଣ୍ଡଗିରି: ଗୁରୁବାର ରାତି ପ୍ରାୟ ୧୦ଟାବେଳେ ଯାଁଳାରୁ ଏକ ବିରଳ ଧଳା ଭାଲୁ ଛୁଆକୁ ଖୋର୍ଦ୍ଧା ବନ ବିଭାଗ ଉଦ୍ଧାର କରିଛି। ପ୍ରାୟ ୨/୩ ମାସର ଏହି ଅଣ୍ଡିରା ଛୁଆଟିକୁ ମା’ ଭାଲୁ ଛାଡ଼ି ପଳାଇଥିବା ଅନୁମାନ କରାଯାଉଛି। ଏହି ଧଳା ଭାଲୁ କୁଆଡ଼ୁ ଆସିଲା ବୋଲି ବନ ବିଭାଗ କର୍ମଚାରୀମା‌ନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଯାଁଳା ରାଧାମାଧବ କ୍ରିକେଟ୍ ପଡ଼ିଆରେ କିଛି ଯୁବକ ବୁଲୁଥିବାବେଳେ ଏହି ଛୁଆଟିକୁ […]

ଭୁବନେଶ୍ୱର : କମିସନରେଟ୍‌ ପୁଲିସକୁ ପୂରିଛି ୧୧ ବର୍ଷ। ୧୯୯୮ ମସିହାରେ ଏଥିପାଇଁ ଚିଠା ପ୍ରସ୍ତୁତ ହୋଇଥିବା ବେଳେ ୨୦୦୮ ନୂଆବର୍ଷ ଦିନ କାର୍ଯ୍ୟକ୍ଷମ ହୋଇଥିଲା। ୧୧ ବର୍ଷ ଧରି ଟୁଇନ ସିଟିର ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଦିଗରେ କମିସନରେଟ୍‌ ପୁଲିସ ଉଦ୍ୟମ ଅବ୍ୟାହତ ରଖିଛି। କେତେକାଂଶରେ ସଫଳ ହୋଇଥିବା ବେଳେ କେତେକ କ୍ଷେତ୍ରରେ ଅପରାଧୀ ପୁଲିସକୁ ଚକ୍‌ମା ଦେଇଛନ୍ତି। ପ୍ରଥମ ପୁଲିସ କମିସନର ବିନୟ ବେହେରାଙ୍କଠାରୁ […]

ନୂଆଦିଲ୍ଲୀ : ଓଡ଼ିଶାର ଆଦିବାସୀ ଅଞ୍ଚଳରେ ସ୍ପେସାଲ ଏରିଆ ପ୍ରୋଗ୍ରାମ (ସ୍ୱତନ୍ତ୍ର ଅଞ୍ଚଳ କାର୍ଯ୍ୟକ୍ରମ)ରେ ଓଡ଼ିଶାକୁ ଆସିଥିବା ବହୁ ପରିମାଣର ଅର୍ଥ ଖର୍ଚ୍ଚ ହୋଇପାରିନି। ୨୦୧୭-୧୮ ଓ ୨୦୧୮-୧୯ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୭,୪୪୪.୪୫ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା। ସେଥିମଧ୍ୟରୁ ୨୬,୧୯୬.୬୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇନାହିଁ। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରମା ଦେବୀଙ୍କ ଅଧ୍ୟକ୍ଷତାରେ […]

ଭୁବନେଶ୍ୱର: ସବୁ ଆଖି ଚାହିଁ ରହିଥିଲା ଘଣ୍ଟାକୁ। ସବୁରି ହୃଦ୍‌ସ୍ପନ୍ଦନ ତାଳ ଦେଉଥିଲା ଘଣ୍ଟା କଣ୍ଟାର ଟିକ୍‌ଟିକ୍‌ ଶବ୍ଦକୁ। ସନ୍ଧ୍ୟାରୁ ନାଚଗୀତରେ ମତୁଆଲା ମଣିଷଙ୍କୁ କ୍ଷଣେ ତା’ ସାମ୍ନାରେ ଅଟକାଇ ଦେଇଥିଲା ଅମାନିଆ ଘଡ଼ି। ଊଣେଇଶ ପୂରି ତାକୁ ୨୦ ଛୁଇଁବା ମାତ୍ରେ ହ‌‌ର୍ଷ ଉଲ୍ଲାସର ଫାଟି ପଡ଼ିଥିଲା ପଲ୍ଲୀରୁ ସହର। ନୂଆବର୍ଷକୁ ଟିକେ ନିଆରା ରୂପରେ ସ୍ୱାଗତ କରିବା ପାଇଁ କିଏ ଜିରୋ ନାଇଟ୍‌ରେ ମଜିଥିଲା ତ କିଏ […]

ଭୁବନେଶ୍ୱର: ରବିବାର ସଂଧ୍ୟାରେ ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ହରିଭାଇ କମେଡି କ୍ଲବ୍‌ ପକ୍ଷରୁ ‘ଫନ୍‌ ଆଣ୍ଡ୍‌ ଫେଲିସେସନ୍‌’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଜ୍ଞା ରଞ୍ଜନ ଖଟୁଆଙ୍କ ଦ୍ୱାରା ଲିଖିତ ହାସ୍ୟ ରସାତ୍ମକ ନାଟକ ‘ଲଙ୍କେଶ୍ୱର’ ପରିବେଷଣ କରାଯାଇଥିଲା। ଦୀର୍ଘ ୪ରୁ ୫ ବର୍ଷ ହେବ ହାସ୍ୟାଭିନେତା ହରିହର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏପରି ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରାୟ ୬୦ ଜଣ କଳାକାର ମିଶି ଦର୍ଶକଙ୍କ ମନୋରଞ୍ଜନ […]

Social media & sharing icons powered by UltimatelySocial