କରାଚୀ :ଭାରତ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇଦେବା ପରେ ଭାରତ ଉପରେ ରାଗ ସୁଝାଇବାକୁ ପାକିସ୍ତାନ ସୁଯୋଗ ଅପେକ୍ଷାରେ ରହିଛି । କେବଳ ଆତଙ୍କବାଦୀ ଆକ୍ରମଣ ନୁହେଁ, ଭାରତ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପାକିସ୍ତାନ ପ୍ରସ୍ତୁତି କରୁଥିବା ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ରିପୋର୍ଟ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ କରାଚୀ ନିକଟସ୍ଥ ସୋନମିଆନି ପରୀକ୍ଷାଘାଟିରୁ ଏକ ନାଭାଲ ମିସାଇଲ ପରୀକ୍ଷଣ […]

ଭୁବନେଶ୍ୱର: ରାଜଧାନୀର ଟ୍ରାଫିକ ବ୍ୟବସ୍ଥାକୁ ସଦୃଢ କରିବା ପାଇଁ ଅଣ୍ଟା ଭିଡିଛି ପୁଲିସ । ରାଜଧାନୀରେ ବେଆଇନ ପାର୍କିଂ ଉପରେ ରୋକ ଲଗାଯାଇଛି । ଭୁବନେଶ୍ୱରରେ ବେଆଇନ ପାର୍କିଂ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି କମିସନରେଟ ପୁଲିସ । ଏଣିକି ରାଜଧାନୀରେ ବେଆଇନ ପାର୍କିଂ କଲେ ଗାଡି ଚକରେ ତାଲା ପକାଯିବ । ଏହାଛଡା ବେଆଇନ ପାର୍କିଂ ପାଇଁ ୫୦୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯିବ ବୋଲି […]

ଇସ୍‌ଲାମାବାଦ : ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପୁଣି ଭାରତକୁ ଯୁଦ୍ଧ ଧମକ ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଦୁଇ ଦିନ ତଳେ ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଇଥିବା ବେଳେ ଆଜି ସେଠାର ରେଳ ମନ୍ତ୍ରୀ ଶେଖ ରସିଦ୍‌ ଅହମ୍ମଦ କହିଛନ୍ତି ଯେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଅକ୍ଟୋବର କିମ୍ବା ନଭେମ୍ବରରେ ଭୟଙ୍କର ଯୁଦ୍ଧ ହେବ। କଶ୍ମୀରକୁ ନେଇ ନିର୍ଣ୍ଣାୟକ ଯୁଦ୍ଧର ସମୟ ଆସିଛି। […]

୧୫କୋଟିର ଫ୍ଲାଏଓଭର ବର୍ଷକ ତଳେ କାର୍ଯ୍ୟକ୍ଷମ ହୋଇଥିଲା, ଆଜି ମରାମତି ହେବ ଭୁବନେଶ୍ୱର : ରବିବାର ମଧ୍ୟାହ୍ନରେ ହାଇଟେକ୍ ଛକରେ ଥିବା ପୁରୀ ପାଇପାସ୍ ଫ୍ଲଏଓଭର ଦବି ଯାଇଛି। ମଧ୍ୟାହ୍ନରୁ ବ୍ରିଜ୍ ଦବିଥିଲେ ହେଁ ଏହାର ମରାମତି ନହେବାରୁ ଏବଂ ହଜାରହଜାର ଗାଡ଼ି ବିପଦ ସଂକୁଳ ଭାବେ ଯାତାୟତ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଲୋକମାନେ ରାସ୍ତାରୋକ କରିବା ସହ ହୋହଲ୍ଲା କରିବାରୁ କିଛି ଘଣ୍ଟା ପାଇଁ ଆଜି […]

ସମ୍ବଲପୁର : ସମ୍ବଲପୁର ସଦର ଡାକ୍ତରଖାନାରୁ ଦୈନିକ ନୂଆ ଭାବରେ ଆସୁଥିବା ପ୍ରାୟ ୧୦୦ରୁ ୧୨୦ ରୋଗୀଙ୍କ ମିଲ୍‌ ଗାଏବ ହୋଇ ଯାଉଛି। ରୋଗୀ ସକାଳୁ କିମ୍ବା ସଂଧ୍ୟାରେ ଯେତେବେଳେ ମଧ୍ୟ ଭର୍ତ୍ତି ହୁଅନ୍ତୁ ସେମାନେ ସେମାନେ ସେହି ଦିନର ଖାଦ୍ୟ ପାଉନାହାନ୍ତି। ଅନେକ ରୋଗୀ ପରବର୍ତ୍ତୀ ଦିନ ମଧ୍ୟ ଖାଦ୍ୟରୁ ବଞ୍ଚିତ ହେଉଥିବା ନେଇ ସଦର ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ଭର୍ତ୍ତି ରୋଗୀମାନେ ଅଭିଯୋଗ କରିଛନ୍ତି। ସମ୍ବଲପୁର ସଦର […]

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆଗାମୀ ସେପ୍ଟେଟର ୨ ତାରିଖରୁ ଆରମ୍ଭ ହେବ। ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ବିଜେଡି ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛି। ଏହି କମିଟି ଦଳର ସଭ୍ୟ ସଂଗ୍ରହ ଅଭିଯାନ ଉପରେ ନଜର ରଖିବ। କମିଟିର ଦାୟିତ୍ୱ ୭ ଜଣଙ୍କୁ ଦିଆଯାଇଛି। ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

ବାଲିଅନ୍ତାରୁ ଦିଲ୍ଲୀ ବୁଲୁଛି ଫାଇଲ୍, ୯ବର୍ଷ ତଳୁ ପ୍ରସ୍ତୁତ ହେଲାଣି ନୀଳ ନକ୍ସା ବାଲିଅନ୍ତା: ରାଜଧାନୀ ତଥା ରାଜଧାନୀ ଉପକଣ୍ଠ ବାଲିଅନ୍ତା-ବାଲିପାଟଣା ବ୍ଲକ ଅଞ୍ଚଳ ମଧ୍ୟ ଦେଇ ପ୍ରବାହିତ କୁଆଖାଇ ଓ କୁଶଭଦ୍ରା ନଦୀ କିଭଳି ଚିରସ୍ରୋତା ହେବ, ସେ ନେଇ ସରକାରଙ୍କ ପକ୍ଷରୁ ୯ବର୍ଷ ତଳୁ ପ୍ରସ୍ତୁତ ହେଲାଣି ନୀଳନକ୍ସା। ବାରମ୍ବାର ପରୀକ୍ଷଣ ଓ ନିରୀକ୍ଷଣ କରାଯାଇ ବର୍ଷ ତମାମ ଜଳ ସଂରକ୍ଷଣ ବ୍ୟବସ୍ଥା ନେଇ ଦୁଇ ନଦୀରେ […]

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟ୍‌ଲିଙ୍କର ଆଜି ଦିଲ୍ଲୀ ଏମ୍ସରେ ପରଲୋକ ହୋଇଯାଇଛି। ତାଙ୍କୁ ୬୬ ବର୍ଷ ହୋଇଥିଲା। ଗତ କିଛି ମାସ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳର ନେତା ଶୋକ ପ୍ରକାଶ କରିଛନ୍ତି। ଆଜି ଅପରାହ୍ନରେ ଦିଲ୍ଳୀ ଏମ୍ସ ପକ୍ଷରୁ ଜାରି ବୁଲେଟିନରେ ସୂୂଚନା ଦିଆଯାଇଥିଲା ‌ଯେ […]

ଜନ୍ମାଷ୍ଟମୀରେ ଇସ୍କନ ସାମ୍ନାରେ ଅଭାବନୀୟ ସ୍ଥିତି, ପାଣିରେ ବୁଡ଼ି ରହିଲେ ଶ୍ରଦ୍ଧାଳୁ, ସୁଅରେ ଭାସିଗଲା ଚପଲ, ବିଏମ୍‌ସି ଉପରୁ ଲୋକଙ୍କ ଆସ୍ଥା ତୁଟିଗଲାଣି ଭୁବନେଶ୍ୱର : ରାଜଧାନୀକୁ ସ୍ମାର୍ଟ କରିବାକୁ ଚିତ୍କାର କରୁଛନ୍ତି ବିଏମ୍‌ସିର ଅଧିକାରୀମାନେ। କିନ୍ତୁ ଏମ‌ାନେ ଏତେ ଅପରାଗ, ଏତେ ଅଯୋଗ୍ୟ ଯେ ଏମାନଙ୍କ ଉପରୁ ସହରବାସୀଙ୍କ ଆସ୍ଥା ତୁଟିଗଲାଣି। ମାତ୍ର ଘଣ୍ଟାଏ ବର୍ଷାରେ ଲୋକମାନେ ଏମିତି କଲବଲ ହେଲେ ଯେ ଏଠାରେ ପ୍ରଶାସନ ଥିଲା ପରି […]

ପୁରୁଣା ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏଥିପାଇଁ ଆଜି ମଧ୍ୟରାତିରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କର ନାହି କଟା ହୋଇଥିଲା। ପରମ୍ପରା ଅନୁଯାୟୀ ଦୁଇଜଣ ସେବାୟତ ଉଗ୍ର‌ସେନ ଓ ବାସୁଦେବ ହୋଇ ଆସଥିଲେ। ଏହି ସମୟରେ ମନ୍ଦିରରେ ସନ୍ଧ୍ୟା ଧୂପ, ନୀତି ପୂଜା ଓ ଆଳତି ହୋଇଥିଲା। ପରେ ଦକ୍ଷିଣୀ ଗୃହରୁ ଶ୍ରୀକୃଷ୍ଣଙ୍କ ପ୍ରତିମା ଅଣାଯାଇ ଜନ୍ମାଷ୍ଟମୀ ନୀତି କରାଯାଇଥିଲା। ଶ୍ରୀକୃଷ୍ଣଙ୍କୁ ପିତ୍ତଳ ପାତ୍ରରେ ଶୁଆଇ ମନ୍ଦିରକୁ […]

Social media & sharing icons powered by UltimatelySocial