ପୁରୁଣା ନିୟମକୁ ସଂଶୋଧନ କରି ବିଜ୍ଞପ୍ତି ପ୍ରକାଶ ପାଇଲା, ଆବେଦନ କରିବାକୁ ୬ମାସର ମହଲତ ଭୁବନେଶ୍ୱର: ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା-୨୦୧୮ ବା ସର୍ବକ୍ଷମା ଯୋଜନା ୨୦୧୮ ଏକରକମ ଫେଲ୍‌ ମାରିବା ପରେ ରାଜ୍ୟ ସରକାର ଏଥିରେ ବହୁ ମାତ୍ରାରେ ସଂଶୋଧନ ଆଣି ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା-୨୦୧୯ ବା ନୂଆ ସର୍ବକ୍ଷମା ଯୋଜନା ଆଣିଛନ୍ତି। ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ୬ମାସ ମଧ୍ୟରେ […]

ନୂଆଦିଲ୍ଲୀ: ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଭାବୁକ ହୋଇପଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ମୋଦୀ ସୁଷମାଙ୍କ ଝିଅ ଓ ଜ୍ୱାଇଁଙ୍କ ସହ କଥା ହେବାବେଳେ ଭାବୁକ ହୋଇପଡିଥିଲେ | ଏହାପୂର୍ବରୁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଷମାଙ୍କ ନିଧନରେ ଶୋକ ପ୍ରକାଶ କରିବା ସହ ତାଙ୍କ କାର୍ଯ୍ୟକାଳକୁ ପ୍ରଶଂସା କରିଥିଲେ | ମୋଦୀ ଲେଖିଥିଲେ ଯେ ଜଣେ ସୁଦକ୍ଷ ପ୍ରଶାସିକା ଭାବେ ସୁଷମା ଯେତେଗୋଟି ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଛନ୍ତି […]

୨୮ ରାଜ୍ୟ, ୯ ‌କେନ୍ଦ୍ର ଶାସିତ ଅଞ୍ଚଳ ନୂଆଦିଲ୍ଲୀ : ଜମ୍ମୁ କଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ସରକାର ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବାକୁ‌ ଘୋଷଣା କରିଛନ୍ତି। ଏହି ଘୋଷଣା କାର୍ଯ୍ୟକାରୀ ହେବା ପରେ ଜମ୍ମୁ କଶ୍ମୀର ହେବ ଆକାର ଦୃଷ୍ଟିରୁ ଦେଶର ସର୍ବବୃହତ୍ କେନ୍ଦ୍ରଶାସିତ ଅଞ୍ଚଳ। ସେହିଭଳି ଲଦାଖ ଦ୍ବିତୀୟ ବୃହତ୍ କେନ୍ଦ୍ର ଶାସିତ ଅଞ୍ଚଳ ହେବ। ଏହି ଦୁଇଟି ନୂଆ କେନ୍ଦ୍ର ଶାସିତ ଅଞ୍ଚଳ […]

ରି-ଫିଲିଂକୁ ଟଙ୍କା ନାହିଁ, ସିଲିଣ୍ଡର ଦେଇ ପୁରୁଣା ବାକି ଶୁଝିଲେ ବଅଁରପାଳ : ଦୋକାନରୁ ୫୨୦ଟଙ୍କାରେ ତେଜରାତି ଜିନିଷ କିଣିଥିଲେ ଅନାମ ଗୋଚ୍ଛାୟତ(ଛଦ୍ମନାମ)। ବାକି ଶୁଝି ପାରିଲେନି। ଦୋକାନୀ ଦାଉରୁ ବର୍ତ୍ତିବା ପାଇଁ ଶେଷରେ ଘରେ ଖାଲି ଗଡ଼ୁଥିବା ଉଜ୍ଜଳା ଗ୍ୟାସ୍‌ ସିଲିଣ୍ଡରକୁ ୮ଶହ ଟଙ୍କାରେ ଦୋକାନିକୁ ବିକ୍ରି କରିଦେଲେ। ଅନାମଙ୍କ ଭଳି ସମାନ ପରିସ୍ଥିତିରେ ନିଜ ଗ୍ୟାସ୍‌ ସିଲିଣ୍ଡରକୁ ନେଇ ହୋଟେଲ୍‌ ହାତକୁ ଟେକିଦେଲେ ସଜନ ଗୋଚ୍ଛାୟତ(ଛଦ୍ମନାମ)। ୧୨ଶହ […]

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ପୁରୀ ବାଇପାସ ରାସ୍ତାରେ ଏକ ନିର୍ମାଣାଧୀନ ଘରର ପାଣି ସମ୍ପରେ ପଶି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଲା। ଅକାଳରେ ଝଡ଼ିଗଲା ୩ଟି ଜୀବନ। ପେଟ ଚାଖଣ୍ଡକ ପାଇଁ ସେମାନେ ଧାଇଁ ଆସିଥିଲେ ପଡ଼ୋଶୀ ରାଜ୍ୟରୁ ଆମ ରାଜଧାନୀକୁ। ଠିକା ଶ୍ରମିକ ଭାବେ ନିଜ ଗୁଜୁରାଣ ମେଣ୍ଟାଉଥିଲେ। ରାଜଧାନୀ ପାଇଁ ସେମାନେ ସଂପୂର୍ଣ୍ଣ ଭାବେ ନୂଆ, କାରଣ ମାତ୍ର ୩ ସପ୍ତାହ ହେବ ସେମାନେ […]

ବର୍ଷକୁ କୋଟି କୋଟି ଟଙ୍କା ହରାଉଛି, ତୁରନ୍ତ ବନ୍ଦ ନକଲେ ଘର ସିଲ୍‌ ହେବ ଭୁବନେଶ୍ୱର : ବିଏମ୍‌ସିକୁ ଆବାସିକ ଘର ପାଇଁ ହୋଲଡିଂ ଟିକସ ଦେଉଛନ୍ତି। କିନ୍ତୁ ଘରେ ହୋଟେଲ, ଗେଷ୍ଟହାଉସ୍ ଖୋଲାଯାଇଛି। ଏମିତି ଭାବେ ବର୍ଷ ବର୍ଷ ଧରି ବିଏମ୍‌ସିକୁ ଲକ୍ଷ ଲକ୍ଷ ଟଙ୍କା ଟିକସ ଫାଙ୍କି ଚାଲିଛନ୍ତି। ଏହିଭଳି ୪୦ଟି ଘରେ ଆଜି ବିଏମ୍‌ସିର ଉତ୍ତର ଜୋନ୍ ପକ୍ଷରୁ ଚଢ଼ଉ ହୋଇଛି। ବେଆଇନ ଭାବେ ଆବାସିକ […]

ସପକ୍ଷରେ ୯୯, ବିରୋଧରେ ୮୪ ବିଜେଡିର ସମର୍ଥନ, ଜେଡିୟୁର କକ୍ଷତ୍ୟାଗ ନୂଆଦିଲ୍ଲୀ: ବିବାଦୀୟ ମୁସ୍‌ଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ୍‌) ବିଲ୍‌କୁ ଆଜି ସଂସଦ ଅନୁମୋଦନ ପ୍ରଦାନ କରିଛି। ଲୋକସଭାରେ ଗତ ୨୫ ତାରିଖ ଗୃହୀତ ହୋଇଥିବା ତିନି ତଲାକ୍‌ ବିଲ୍‌ ଆଜି ରାଜ୍ୟସଭାରେ ମଧ୍ୟ ଗୃହୀତ ହୋଇଛି। ଏବେ ଏହି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଂଜୁରି ପାଇଁ ପଠାଯିବ। ଏହା ଆଇନରେ ପରିଣତ ‌ହେଲେ ଏକା ଥରକେ […]

ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲ ପରେ ପାଳି ପଡ଼ିଛି ଆମ୍ରି ହସ୍ପିଟାଲର। ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ପକ୍ଷରୁ ଆଜି ଆମ୍ରି ହସ୍ପିଟାଲରେ ଚଢ଼ଉ କରାଯିବା ସହ ଔଷଧ ନମୁନା ସଂଗ୍ରହ କରାଯାଇଛି। ତେବେ ଲଗାତାର ଦୁଇଟି ବଡ଼ ବଡ଼ ହସ୍ପିଟାଲରେ ଚଢ଼ଉ କରାଯିବା ପରେ ରାଜଧାନୀର ଅନ୍ୟାନ୍ୟ ହସ୍ପିଟାଲଗୁଡ଼ିକରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟର ୩ଜଣିଆ ଟିମ୍ ଆମ୍ରିରେ ଯାଞ୍ଚ କରିଥିଲେ। ହସ୍ପିଟାଲର ସେଣ୍ଟ୍ରାଲ ଡ୍ରଗ୍ […]

ସେଟ୍‌ବ୍ୟାକ୍, ପାର୍କିଂ ଓ କମ୍ପାଉଣ୍ଡିଂ ଫି’ କମିଲା, ଖୁବ୍ ଶୀଘ୍ର ନୂଆ ବିଜ୍ଞପ୍ତି ପ୍ରକାଶ ପାଇବ ଭୁବନେଶ୍ୱର: ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଗଢ଼ି ଉଠିଥିବା ବେଆଇନ ନିର୍ମାଣକୁ ଆଇନସମ୍ମତ ବା ରେଗୁଲାରାଇଜ୍‌ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜୁନ୍ ୨୦, ୨୦୧୮ରେ ଘୋଷଣା ହୋଇଥିବା ସର୍ବକ୍ଷମା ଯୋଜନାକୁ ନଗର ଉନ୍ନୟନ ବିଭାଗ ପୁଣି ସଂଶୋଧନ କରିଛି। ଖୁବ୍ ଶୀଘ୍ର ପୁଣି ‘ବେଆଇନ ନିର୍ମାଣକୁ ନିୟମିତ […]

ମେଘେଶ୍ୱର ମନ୍ଦିର ପରିସରରେ ଭିକାରି ହତ୍ୟାକାଣ୍ଡର ଫିଟିବ ଗୁମର ଭୁବନେଶ୍ୱର : ଷ୍ଟୋନମ୍ୟାନକୁ ନେଇ ଆତଙ୍କ। କେବଳ କଟକରେ ଷ୍ଟୋନମ୍ୟାନ ୩ଟି ହତ୍ୟାକାଣ୍ଡ ଘଟାଇଛି ନା ଆଉ କେଉଁଠି କେଉଁଠି ହତ୍ୟାକାଣ୍ଡ ଘଟାଇଛି ସେ ନେଇ ତଥ୍ୟ ସଂଗ୍ରହ କରୁଛି କମିସନରେଟ ପୁଲିସ। ଭୁବନେଶ୍ୱର ସ୍ପେସାଲ ସ୍କ୍ବାଡ୍‌ର ଏକ ଟିମ୍‌ କଟକ ଯାଇ ତାକୁ ଜେରା ଆରମ୍ଭ କରିଛି। ଦୁଇ ବର୍ଷ ତଳେ ବଡ଼ଗଡ଼ ଥାନା ଅଧୀନ ମେଘଶ୍ୱର ମନ୍ଦିର […]

Social media & sharing icons powered by UltimatelySocial