ନୂଆ ରୂପରେ ଆସିଲା ସର୍ବକ୍ଷମା

ପୁରୁଣା ନିୟମକୁ ସଂଶୋଧନ କରି ବିଜ୍ଞପ୍ତି ପ୍ରକାଶ ପାଇଲା, ଆବେଦନ କରିବାକୁ ୬ମାସର ମହଲତ

ଭୁବନେଶ୍ୱର: ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା-୨୦୧୮ ବା ସର୍ବକ୍ଷମା ଯୋଜନା ୨୦୧୮ ଏକରକମ ଫେଲ୍‌ ମାରିବା ପରେ ରାଜ୍ୟ ସରକାର ଏଥିରେ ବହୁ ମାତ୍ରାରେ ସଂଶୋଧନ ଆଣି ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା-୨୦୧୯ ବା ନୂଆ ସର୍ବକ୍ଷମା ଯୋଜନା ଆଣିଛନ୍ତି। ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ୬ମାସ ମଧ୍ୟରେ ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳର ଲୋକମାନେ ଏହି ଯୋଜନାରେ ଆବେଦନ କରିପାରିବେ।
ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଗଢ଼ି ଉଠିଥିବା ବେଆଇନ ନିର୍ମାଣକୁ ଆଇନସମ୍ମତ ବା ରେଗୁଲାରାଇଜ୍‌ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜୁନ୍ ୨୦, ୨୦୧୮ରେ ଘୋଷଣା ହୋଇଥିବା ସର୍ବକ୍ଷମା ଯୋଜନାକୁ ନଗର ଉନ୍ନୟନ ବିଭାଗ ସଂଶୋଧନ କରି ଏହି ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଉନ୍ନୟନ କର୍ତ୍ତୃପକ୍ଷ, ବିଏମ୍‌ସି ଠାରୁ ପ୍ଲାନ୍ ନେଇ ଘର ନିର୍ମାଣ କରିଥିବା ଲୋକଙ୍କ ଉପରେ ମାତ୍ରାଧିକ ଜରିମାନା ଲଦି ଦିଆଯାଇଥିବାରୁ ‘ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା-୨୦୧୮’ ଏକରକମ ଫେଲ୍‌ ମାରିଥିଲା। ଏପରିକି ଏହି ଯୋଜନା ଘୋଷଣା ହେବାର ବର୍ଷକ ମଧ୍ୟରେ ବି ଆଶାନୁରୂପ ଆବେଦନ ହେଲାନି। ଦୁଇ ଥର ୬ମାସ ଲେଖାଏଁ ଏହାର ଅବଧି ବଢ଼ାଇବା ସତ୍ତ୍ବେ ବି ସାରା ରାଜ୍ୟ‌େର ଆବେଦନ ୩ହଜାର ଟପିଲାନି। ଏପଟେ ସରକାରଙ୍କ ମାତ୍ରାଧିକ ଜରିମାନାକୁ ବିରୋଧ କରି କିଛି ଲୋକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ରାୟ ଆସିବା ପୂର୍ବରୁ ନଗର ଉନ୍ନୟନ ବିଭାଗ ଜରିମାନା ହ୍ରାସ କରିବା ସହ ପୂର୍ବ ନିୟମରେ ସଂଶୋଧନ କରି ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଅଧିକରୁ ଅଧିକ ଲୋକ ଯେପରି ସର୍ବକ୍ଷମା ଯୋଜନାରେ ସାମିଲ୍‌ ହେବେ ସେହିଭଳି ଏହାକୁ ପ୍ରସ୍ତୁତ କରାଯାଇଛି। ଆବାସିକ ଘର, ବ୍ୟବସାୟିକ ଘର ଆଦିର ସେଟ୍‌ବ୍ୟାକ୍, ପାର୍କିଂ, କମ୍ପାଉଣ୍ଡିଂ ଚାର୍ଜ ଆଦିରେ କୋହଳ କରି ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯେତିକି ଫି’ ଧାର୍ଯ୍ୟ ହୋଇଥିଲା ତାହା ପ୍ରାୟ ଅଧା କରାଯାଇଥିବାବେଳେ ଯେତିକି ଖୋଲା ସ୍ଥାନ ଛାଡ଼ିବାର ଥିଲା ତାହାକୁ ବି କୋହଳ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ମହାନଦୀ ପାଇଁ କଟକରୁ ଦିଲ୍ଲୀ ସାଇକଲ୍‌ ଯାତ୍ରା : ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୨ ଛାତ୍ରନେତା

Thu Aug 8 , 2019
ତୁମ ପରିଶ୍ରମର ଫଳ କେବେ ବିଫଳ ହେବ ନାହିଁ : ପ୍ରଧାନମନ୍ତ୍ରୀ ମାହାଙ୍ଗା : ମହାନଦୀ ଜଳ ବିବାଦ ସମାଧାନ ପାଇଁ ସାଇକଲ୍‌ରେ କଟକରୁ ଦିଲ୍ଲୀ ଯାତ୍ରା କରିଥିବା ମାହାଙ୍ଗାର ଛାତ୍ରନେତା ତଥା ରେଭେନ୍ସା କଲେଜର ପୂର୍ବତନ ଛାତ୍ର କ୍ରିଷ୍ଣକାନ୍ତ ଷଡଙ୍ଗୀ ଓ ଆନନ୍ଦପୁରର ଶୁଭ୍ରଜିତ ବାରିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କୁ ଭେଟିଛନ୍ତି।ପ୍ରଧାନମନ୍ତ୍ରୀଙ୍କୁ ସେମାନେ ମହନଦୀ ଜଳ ବିବାଦର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଦୁଇ ଛାତ୍ରଙ୍କ ସାହସିକତାକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial