ଭୁବନେଶ୍ୱର : ନିର୍ଦ୍ଦେଶାଳୟ ସମୂହ। ସଚିବାଳୟ ପଛ ପଟେ ଥିବା ଏହି ୯ ମହଲା ବିଶିଷ୍ଟ କୋଠାଟି ‘ନ ତାଲା’ ନାମରେ ‌ସାରା ରାଜ୍ୟରେ ପରିଚିତ। ସଚିବାଳୟରେ ମନ୍ତ୍ରୀ ଓ ସଚିବ ଯୋଜନା ପ୍ରଣୟନ କରୁଥିଲା ବେଳେ ତାହାର କାର୍ଯ୍ୟକାରିତା ସିଧାସଳଖ ଭାବେ ଏହିଠାରୁ ହିଁ ତଦାରଖ ହୁଏ। ଅଧିକାଂଶ ଗୁରୁତ୍ବପୂର୍ଣ୍ଣ ବିଭାଗର ନିର୍ଦ୍ଦେଶକମାନଙ୍କ କାର୍ଯ୍ୟାଳୟ ଏହିଠାରେ। ପାଖାପାଖି ୩୦ଟି ବିଭାଗର ନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀମାନେ ଏଠାରେ ବସନ୍ତି। […]

ବିଭାଗୀୟ ତାଳମେଳ ଅଭାବରୁ ସଫଳ ହେଉନି ଭୁବନେଶ୍ୱର : ‘ବାଇକ୍‌ ଚାଳକଙ୍କ ପାଇଁ ହେଲମେଟ୍‌ ବାଧ୍ୟତାମୂଳକ’ ନେଇ ବିଭିନ୍ନ ସମୟରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ମଧ୍ୟରୁ କୌଣସି ଗୋଟିଏ ବି ଅଧିକ ଦିନ ପର୍ଯ୍ୟନ୍ତ ବଳବତ୍ତର ହୋଇ ରହିପାରିନାହିଁ। ‘ନୋ ହେଲମେଟ୍‌ ନୋ ପେଟ୍ରୋଲ’ ହେଉ କିମ୍ବା ‘ଡବଲ୍‌ ହେଲମେଟ୍‌’ ଲାଗୁ କରିବା ପ୍ରସଙ୍ଗ‌ କିମ୍ବା ‘ଫ୍ଲାଏଓଭର୍‌ରେ ହେଲମେଟ୍‌ ବାଧ୍ୟତାମୂଳକ’; ସବୁ ଫସର ଫାଟିଛି। ନିୟମାବଳୀ ଲାଗୁ ହେବା ପରେ […]

କର୍କଟ ରୋଗ ପ୍ରତି ଏତେ ଭୟ କାହିଁକି? ଭୁବନେଶ୍ୱର: ଅନ୍ୟ ଅଣସଂକ୍ରମିତ ରୋଗ ଭଳି କର୍କଟ ଏକ ଭୟାନକ ରୋଗ ନୁହେଁ କି ଏହାକୁ ଡରିବା ଉଚିତ୍ ନୁହେଁ। ଆଜିର ପ୍ରତ୍ୟେକ ପରିବାରରେ ମଧୁମେହ, ଉଚ୍ଚ ରକ୍ତଚାପ, ଥାଇରଏଡ୍‌, କର୍କଟ ଓ ହୃଦ୍‌ଘାତ ଭଳି ରୋଗ ଦେଖିବାକୁ ମିଳୁଛି। ମଧୁମେହ, ଉଚ୍ଚ ରକ୍ତଚାପ ଭଳି ରୋଗକୁ ଭଲ କରିବା ସମ୍ଭବ ନୁହେଁ, କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ। ମାତ୍ର […]

ବାଲେଶ୍ୱର : ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ(ଆଇଟିଆର)ରୁ ଗୁରୁବାର ସ୍ୱଳ୍ପ ଦୂରଗାମୀ ମଧ୍ୟମ ରେଞ୍ଜର କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବାର ଯୋଜନା କରାଯାଇଛି। ଏହି ଦୃଷ୍ଟିରୁ ଜୟଦେବକସବା ମୌଜାର ସମୁଦ୍ର ଉପକୂଳବର୍ତ୍ତୀ ଏଲ୍‌ସି ୩ଠାରୁ ୨ କିଲୋମିଟର ପରିଧିକୁ ବିପଦ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ତେଣୁ ଏହି ଅଞ୍ଚଳରେ ବସବାସ କରୁଥିବା ଗାଁର ଜନସାଧାରଣ ଓ ଗୃହପାଳିତ ପଶୁଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ କରାଯିବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ […]

ଭୁବନେଶ୍ୱର: ଭାରତୀୟ ସଙ୍ଗୀତ ସଂସ୍ଥାନ ଆନୁକୂଲ୍ୟରେ ଗୀତିକବି ଲାବଣ୍ୟ ଚନ୍ଦ୍ର ସାହୁଙ୍କ ଓଡ଼ିଶୀ ସଙ୍ଗୀତ ସିଡିି ‘ଓଡ଼ିଶୀ ସଙ୍ଗୀତାମୃତ’ ଆଜି ବୁଦ୍ଧ ମନ୍ଦିରରେ ଉନ୍ମୋଚିତ ହୋଇଯାଇଛି। କୀର୍ତ୍ତନ ନାରାୟଣ ପାଢ଼ୀଙ୍କ ନିର୍ଦ୍ଦେଶନା ଓ ଗୁରୁଶ୍ରୀ ନିମାକାନ୍ତ ରାଉତରାୟଙ୍କ ରଚିତ ୮ଟି ଗୀତ ଏଥିରେ ରହିଛି। ସାହିତ୍ୟିକ ପ୍ରଫେସର ରାଜକିଶୋର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ତମସାରାଣୀ ଦାସମହାପାତ୍ର, ସମ୍ମାନିତ […]

ଷ୍ଟାମ୍ପ ପେପର୍‌ରେ ଦସ୍ତଖତ ମାରି ଜମି ବିକୁଛନ୍ତି ଦଲାଲ୍‌, ଘର ପାଖକୁ ଯିବା ପାଇଁ ଦିଆଯାଇଛି ୮ ଫୁଟ୍‌ର ରାସ୍ତା ଚନ୍ଦ୍ରଶେଖରପୁର: ଲୟୋଲା ସ୍କୁଲ ନିକଟରେ ସରକାରୀ ଜମି ବିକ୍ରି ଘଟଣାର ଗୁମର ଖୋଲିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ସରକାରୀ ଜମିକୁ ମନ୍ଦିର କମିଟି ଜମି କହି ଲୋକଙ୍କୁ ବିକ୍ରି କରିଛନ୍ତି। ଜମିର ପରିମାଣ, କେତେ ଟଙ୍କାରେ ବିକ୍ରି ହେଉଛି ସେନେଇ ଷ୍ଟାମ୍ପ ପେପର୍‌ରେ ଉଲ୍ଲେଖ ହୋଇଛି। […]

ଥାନା ଭିତରେ ପଶି କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ଦେବାଶିଷଙ୍କୁ ମହଙ୍ଗା ପଡ଼ିଛି ଭୁବନେଶ୍ୱର: ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ତଥା ଘସିପୁରା ବ୍ଲକ୍ ଅଧ୍ୟକ୍ଷ ଦେବାଶିଷ ପାତ୍ରଙ୍କୁ ପୁଲିସ ଗିରଫ କରିଛି । ବୁଧବାର ରାତି ସାଢ଼େ ୯ଟା ସମୟରେ ମଙ୍ଗୁଳି ଟୋଲ ଗେଟ୍ ନିକଟରେ ତାଙ୍କୁ ଗିରଫ କରାଯାଇଛି। ଥାନା ଭିତରେ ପଶି କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ଗଣଶିକ୍ଷା […]

ନବରଙ୍ଗପୁର/ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ନିକଟରେ ଏକ ମଶାଣି ବିବାଦ ଉଗ୍ର ରୁପ ନେଇଛି। ଜଣେ ବୃଦ୍ଧାଙ୍କ ଶବ ସଂସ୍କାର ନେଇ ବିବାଦ ଉପୁଜିବା ପରେ ଦିନ ୧୧ଟାରୁ ଲୋକେ ମୃତଦେହ ରାସ୍ତାରେ ରଖି ରାସ୍ତାରୋକ କରିଛନ୍ତି। ଖବରପାଇ ପୁଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ପ୍ରଶାସନ ପକ୍ଷରୁ ରାଇଘର ଧଡ୍ରାପରାଠାରେ ୭ ଏକ ଜଙ୍ଗଲ ଜମିକୁ ଶ୍ମଶାନ ପାଇଁ ବ୍ୟବସ୍ଥା […]

ନୂଆଦିଲ୍ଲୀ: ଓଡ଼ିଶା, ଓଡ଼ିଅା ଓ ଓଡ଼ିଶାର ବିଧାୟକମାନଙ୍କ ପ୍ରତି ଆକ୍ଷେପମୂଳକ ଓ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ଓଡ଼ିିଶା ପୁଲିସ ନୂଆଦିଲ୍ଲୀର ନିଜାମ୍ମୁଦ୍ଦିନ ଥାନା ଅଞ୍ଚଳରୁ ଗିରଫ କରିଥିବା ଜଣାପଡ଼ିଛି। ଏ ନେଇ ଅଭିଜିତଙ୍କ ବନ୍ଧୁ ଆରତି ଟିକୋ ସିଂହ ଟ୍ଵିଟ୍‌ କରିବା ପରେ ଘଟଣା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଆଜି ଅଭିଜିତଙ୍କ ମନ୍ତବ୍ୟ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହେବା ସହିତ ତାଙ୍କ ବିରୋଧରେ […]

ଖଣ୍ଡଗିରି: ଜଣେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ କଳଙ୍କିତ କାହାଣୀକୁ ନେଇ ମଙ୍ଗଳବାର ଯାଁଳା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୂଲ ଲାଗି ଚଳୁଥିବା ବୃଦ୍ଧ ଦମ୍ପତିଙ୍କ କଷ୍ଟାର୍ଜିତ ୩୨ ହଜାର ଟଙ୍କାକୁ ବିଦ୍ୟାଳୟ ଆଲ୍‌ମିରାରେ ଲୁଚାଇ ରଖି ପରେ ପୁଲିସ ହାତରେ ଧରାପଡ଼ିବା ଭଳି ଏକ ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଲୋକେ ଶିକ୍ଷୟିତ୍ରୀଙ୍କୁ ଛି’ଛାକର କରିଛନ୍ତି। ଅପରପକ୍ଷେ ଗରିବ ବୃଦ୍ଧ ଦମ୍ପତି ଟଙ୍କା ଫେରି ପାଇବା ପରେ […]

Social media & sharing icons powered by UltimatelySocial