ଖଣ୍ଡଗିରି: ରାଜଧାନୀର ବସ୍ତିମାନଙ୍କରେ ଚାଲିଛି ମାଳମାଳ ମଦ ଭାଟି। ମଙ୍ଗଳବାର ପୁଣି ଏକ ଦେଶୀ ମଦ ଭାଟିକୁ ଠାବ କରିଛି ଅବକାରୀ ବିଭାଗ। ଚୁନୁକୋଳି ବସ୍ତିରୁ ଏହି ଭାଟିକୁ ଠାବ କରାଯାଇଛି। ଏଠାରୁ ପ୍ରାୟ ୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପୋଚ, ରନ୍ଧା ମଦ ଓ ଭାଟି ସରଞ୍ଜାମ ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ୧୦ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। […]

ଭୁବନେଶ୍ୱର: ବିଜେଡିରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ଅସନ୍ତୋଷ କ୍ରମଶଃ ତେଜିବାରେ ଲାଗିଛି। ଆଜି ସକାଳୁ ନବୀନ ନିବାସରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲଙ୍କ ନେତୃୃତ୍ୱରେ ଶହ ଶହ ବିଜେଡି କର୍ମୀ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କର ଦଳ ବିରୋଧୀ କାର୍ଯ୍ୟ ସଂପର୍କରେ ଫେରାଦ ହୋଇଛନ୍ତି। ଦାମୋଦର କିଭଳି ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି, ତାର ଲମ୍ବା […]

ଭୁବନେଶ୍ୱର, : ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି। ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ବନ୍ୟା ପରିସ୍ଥିତି ଓ ଜିଲ୍ଲାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ସାତ ଦିନ ରିଲିଫ୍‌ ଯୋଗାଇବା ନେଇ ସେ ଘୋଷଣା କରିଥିଲେ। ଏ ବାବଦରେ ପୌଢ଼ମାନଙ୍କୁ ଦୈନିକ ୬୦ […]

ଭୁବନେଶ୍ୱର : ୬ ଦଫା ଦାବି ନେଇ ଆଜି ଓଡ଼ିଶା ସ୍ୱାସ୍ଥ୍ୟ ମିସନ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଡାକରା ଦିଆଯାଇଛି। ସଂଘର ଅଧୀନରେ ଥିବା ହଜାର ହଜାର କର୍ମଚାରୀ ଆଜି ବିଧାନସଭା ସମ୍ମୁଖରେ ଧାରଣାରେ ସାମିଲ ହୋଇଛନ୍ତି। ତେବେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ମା’ ଓ ଶିଶୁ ସ୍ୱାସ୍ଥ୍ୟ ସମେତ ସ୍ୱାସ୍ଥ୍ୟସେବା ବ୍ୟାଘାତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସଂଘର ଦାବି […]

ପୁଲିସ କମିସନରଙ୍କ ସହ ଡିଜିଙ୍କ ଆଲୋଚନା, ଉଚ୍ଛେଦ ହେବ ଉଠା ଦୋକାନ ଭୁବନେଶ୍ୱର : ମହାତ୍ମାଗାନ୍ଧୀ ମାର୍ଗ ଆନ୍ଦୋଳନକାରୀଙ୍କ କବ୍‌ଜାକୁ ଚାଲିଯିବା ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସଂଧ୍ୟାରେ ଡିଜି ଶର୍ମା ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି। ହାଇକୋର୍ଟରେ ଝୁଲି ଥିବା ମାମଲାର ସମୀକ୍ଷା […]

ଭୁବନେଶ୍ୱର : ମାଉସୀ ମା’ ଛକ ଓଭରବ୍ରିଜ୍‌ ତଳ ରେଳଧାରଣା କଡ଼ରୁ ଜଗା ଦାସ ନାମକ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ପାରିପାର୍ଶ୍ୱିକ ପରିସ୍ଥିତି ଓ ଜଗା ଦେହରେ ଥିବା କ୍ଷତ ଚିହ୍ନରୁ ଏହା ଏକ ସଂଘବଦ୍ଧ ହତ୍ୟାକାଣ୍ଡ ବୋଲି ରେଳବାଇ ଥାନା ପୁଲିସ ସ୍ପଷ୍ଟ କରିଛି। ଏକାଧିକ ବ୍ୟକ୍ତି ହତ୍ୟାକାଣ୍ଡରେ ସଂପୃକ୍ତ ଅଛନ୍ତି। ପୁଲିସ ସେହି ଦିଗରେ […]

ବାରିପଦା : ଅନ୍ୟ ସବୁ ସ୍ଥାନ ଭଳି ଆଜି ବାରିପଦାରେ ମଧ୍ୟ ‘ଭାରତ ବନ୍ଦ’ ସଫଳ ହୋଇଥିଲା। ତେବେ ବନ୍ଦ ବେଳେ ବାରିପଦା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି ଅପ୍ରୀତିକର ଦୃଶ୍ୟ ଦେଖିବାକୁ ମିଳିଥିଲା। ବନ୍ଦକୁ ଏଡ଼ାଇବା ପାଇଁ ଏଡିଏମ୍‌ ଗଙ୍ଗାଧର ନାୟକ ଶୀଘ୍ର କାର୍ଯ୍ୟାଳୟକୁ ଆସିଯାଇଥିଲେ। ତେବେ କଂଗ୍ରେସ କର୍ମୀମାନେ ପିକେଟିଂ କରି ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରୁଥିଲେ ମଧ୍ୟ ଏଡିଏମ୍‌ଙ୍କ ଅଫିସ୍‌ ଖୋଲାଥିଲା। ଶ୍ରୀ ନାୟକ ସେଠାରେ […]

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌(ଏସ୍‌ବିଆଇ) ଏକ ନୂଆ ନିୟମ ଜାରି କରିଛି। ଏଣିକି ଆପଣଙ୍କ ସଞ୍ଚୟ ଖାତାରେ ଅନ୍ୟ କେହି ଟଙ୍କା ଜମା କରିପାରିବେ ନାହିଁ। ଅତ୍ୟାବଶ୍ୟକ କ୍ଷେତ୍ରରେ ଏସ୍‌ବିଆଇ ପକ୍ଷରୁ ରହିଥିବା ପ୍ରକ୍ରିୟା ଅନୁସାରେ ଜମା କରିହେବ। ଆପଣଙ୍କ ବ୍ୟାଙ୍କ୍‌ ଖାତାରେ ଯଦି ଅନ୍ୟ କେହି ଜମା କରିବାକୁ ଚାହାନ୍ତି ତେବେ ଫର୍ମରେ ଆପଣଙ୍କ ଦସ୍ତଖତ କିମ୍ବା ଆପଣଙ୍କର ଏକ ଲିିଖିତ ପତ୍ର ଦେବାକୁ ହେବ। ବିମୁଦ୍ରାୟନ ସମୟରେ […]

ଭୁବନେଶ୍ୱର : ତେଲ ଦର ବୃଦ୍ଧି ବିରୋଧରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଆଜି ଦେଶବ୍ୟାପୀ ବନ୍ଦ ପାଳନ କରାଗଲା। ଅଖ ଚକ୍‌ ସବୁ ବନ୍ଦ ହୋଇଗଲା। ଅର୍ଥନୀତିକୁ ବହୁ ପରିମାଣର କ୍ଷତି ସହିବାକୁ ପଡ଼ିଲା। ଏହାସତ୍ତ୍ୱେ କେନ୍ଦ୍ର ସରକାର ତାଙ୍କ ଜିଦ୍‌ରେ ଅଟଳ। ଯେମିତି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭାରତ ବନ୍ଦକୁ ଏତେ ବଡ ଜନ ସମର୍ଥନର ସାମାନ୍ୟତମ ପ୍ରଭାବ ତାଙ୍କ ଉପରେ ପଡିନି। ଓଲଟା ଏହାକୁ ବେଖାତିର୍‌ କରି […]

ଜଳେଶ୍ୱର: ସମାଜ ପାଇଁ ଲଜ୍ଜା। ପୁଣି ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ। ଘରେ ବାପା-ମାଆ ନଥିବାର ସୁଯୋଗ ନେଇ ୫ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡ଼ିବା ପରେ ଘଟଣା ପଦାକୁ ଆସିଥିଲା। ଆଜି ଏମିତି ଦୁଇ ଦୁଇଟି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଅଭିଯୋଗରୁ ପ୍ରକାଶ, ୧୬ ବର୍ଷୀୟ ନାବାଳିକାଙ୍କ ବାପା ଓ ମାଆ ଭୋଗରାଇ ଅଞ୍ଚଳରେ […]

Social media & sharing icons powered by UltimatelySocial