ପାଇକସାହି : ଶିକାର ପାଇଁ ସାତକୋଶିଆ ଜଙ୍ଗଲ ଡେଇଁ ଆଠମଲ୍ଲିକକୁ ଯାଇଛି ବାଘୁଣୀ ‘ସୁନ୍ଦରୀ’। ବାଛୁରୀ ଖାଇବା ନିଶାରେ ଚଣାଗୋଡ଼ିନାଳର ପ୍ରଖର ପାଣିକୁ ପାର୍‌ କରିଛି। ୮/୯ମାସର ବାଛୁରୀ ଛୁଆକୁ ଗୋଚର ଭୂଇଁରୁ ଟେକି ନେଇ ଶିକାର କରିଛି। ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ୍‌ ବିପ୍ରଡିହ ଗାଁ ନିକଟରେ ଗତ ସୋମବାର ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଲୋକଙ୍କୁ କେବଳ ଭୟଭୀତ କରିଛି। ଉଲ୍ଲେଖଯୋଗ୍ୟ, ସାତକୋଶିଆ ଓ […]

ଖଣ୍ଡଗିରି: ଭରତପୁର ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିବା ୫ ହାତୀଙ୍କ ପାଇଁ ରାଜଧାନୀବାସୀଙ୍କ ନିଦ ହଜି ଯାଇଛି। ବିଶେଷକରି ଖଣ୍ଡଗିରି, ଭରତପୁର, ବରମୁଣ୍ଡା ଜଗନ୍ନାଥବିହାର, ରେଣ୍ଟାଲ କଲୋନି, ଶୈଳଶ୍ରୀବିହାର, ଦାସପୁର, ପଥରଗାଡ଼ିଆ ଓ ଅନ୍ଧାରୁଆ ଅଞ୍ଚଳରେ ଏହି ହାତୀଙ୍କ ପାଇଁ ଆତଙ୍କ ଖେଳି ଯାଇଛି। ଗୋଟିଏ ପଟେ ରାଜଧାନୀ ଭିତରକୁ ପଶି ଆସିବାର ଭୟ ଓ ଅନ୍ୟ ପଟେ ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ […]

ନିଶାଡ଼ିଙ୍କ କବ୍‌ଜାରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ଅସୁରକ୍ଷିତ ଭୁବନେଶ୍ୱର: ସନ୍ଧ୍ୟା ପରେ ରାଜଧାନୀର କେତେକ ସରକାରୀ ସ୍କୁଲ୍‌ ପରିସର ନିଶାଡ଼ି, ଡକାୟତ, ହତ୍ୟାକାରୀଙ୍କ ଆଡ଼ାସ୍ଥଳୀ ପାଲଟିଯାଉଛି। ଏହିଠାରୁ ହିଁ ସେମାନଙ୍କ ଅପରାଧିକ କାର୍ଯ୍ୟକଳାପର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ସରକାରୀ ସ୍କୁଲ କ୍ୟାମ୍ପସ୍‌ ଏବଂ ଖେଳ ପଡ଼ିଆ ନିକଟରେ ପୁଲିସ ପାଟ୍ରୋଲିଂ ହେଉ ନଥିବାରୁ ଅପରାଧୀଙ୍କ ପାଇଁ ଏହା ସବୁଠାରୁ ସୁରକ୍ଷିତ ସ୍ଥାନ ପାଲଟିଛି।ସଞ୍ଜ ନଇଁଲେ ସ୍କୁଲ କ୍ୟାମ୍ପସଗୁଡ଼ିକ ଓପନ୍‌ […]

ଭୁବନେଶ୍ୱର: କଳା କହ୍ନେଇଙ୍କ ଜନ୍ମୋତ୍ସବ ପାଇଁ ସଜେଇ ହୋଇଛି ମଠରୁ ମନ୍ଦିର। ଭଜନ କୀର୍ତନରେ ଉଚ୍ଛୁଳିବ କୃଷ୍ଣ ଭାବ। ଉତ୍ସବ ମୁଖର ହେବ ସହର। ଗୃହୀ ମତରେ ଜନ୍ମାଷ୍ଟମୀ ରବିବାର ପାଳିତ ହେଉଥିବା ବେଳେ ବୈଷ୍ଣବ ମତରେ ପ୍ରଭୁଙ୍କ ଜନ୍ମୋତ୍ସବ ସୋମବାର ପାଳିବାକୁ ପ୍ରସ୍ତୁତି କରାଯାଇଛି। ଇସ୍କନ୍‌, ରାମମନ୍ଦିର, ବାୟାବାବା ମଠ, ନୟାପଲ୍ଲୀ ବେହେରା ସାହି ରାଧାକୃଷ୍ଣ ମନ୍ଦିରଠୁ ଆରମ୍ଭ କରି ଅନ୍ୟ ମନ୍ଦିରରେ ଏନେଇ ବିଶେଷ ଆୟୋଜନ କରାଯାଇଛି। […]

ଭୁବନେଶ୍ୱର : ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ମହିଳା ହକି ଦଳର ଚାରି ଓଡ଼ିଆ ଝିଅଙ୍କୁ ୧ କୋଟି ଟଙ୍କା ଲେଖାଏଁ ମିଳିବ। ସେହିଭଳି କାଂସ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ଓଡ଼ିଆ ସଦସ୍ୟଙ୍କୁ ୬୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ସଂଶୋଧିତ କ୍ରୀଡ଼ା ପୁରସ୍କାର ନୀତି ଅନୁଯାୟୀ ଏହି ପୁରସ୍କାର ରାଶି ଦିଆଯିବ। ଚାରି ଝିଅ ଦୀପ୍‌ଗ୍ରେସ୍‌ ଏକ୍କା, […]

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କୁ ଆର୍ଥିକ ସେବା ପରିସରଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଆଜି ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଜନଧନ ଖାତା ଯୋଜନା ଆରମ୍ଭ ହେବାର ପ୍ରାୟ ୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବହୁପ୍ରତୀକ୍ଷିତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କ (ଆଇପିପିବି) ସେବାର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମ୍‌ରେ ପ୍ରଧାନମନ୍ତ୍ରୀ ଏହି ସେବାର ଆରମ୍ଭ କରିଛନ୍ତି। ଡାକ ବିଭାଗର […]

ଘରେ ପହଞ୍ଚି ଦସ୍ତଖତ ଆଣିବ ପୁଲିସ ଭୁବନେଶ୍ୱର: କମିସନରେଟ୍‌ ପୁଲିସର ନୂଆ ପଦକ୍ଷେପ। ଏଣିକି ପାସପୋର୍ଟ ଯାଞ୍ଚ ପାଇଁ ଆଉ ଆବେଦନକାରୀଙ୍କୁ ଥାନାକୁ ଯିବାକୁ ପଡ଼ିବ ନାହିଁ। କିମ୍ବା ଥାନାରେ ଘଣ୍ଟାଘଣ୍ଟା ଧରି ବଡ଼ ବାବୁଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଓଲଟି ଥାନାବାବୁ ଆପଣଙ୍କ ନିକଟରେ ପହଞ୍ଚି ଆବେଦନ ଫର୍ମରେ ଦସ୍ତଖତ ମାରିବେ। ଭୁବନେଶ୍ୱର ଡିସିପିଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରର ସମସ୍ତ ଥାନା ଅଧିକାରୀ ଓ ପାସପୋର୍ଟ ଯାଞ୍ଚ କରୁଥିବା […]

ରାଜନଗର : ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ପକ୍ଷୀବିହାର ରୂପେ ପରିଚତ ଭିତରକନିକା ଜାତୀୟ ଉଦ୍ୟାନରେ ଏ ବର୍ଷ ଦେଶୀୟ ପକ୍ଷୀଙ୍କର ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ଭିତରକନିକାରେ ୧ ଲକ୍ଷ ୪ ହଜାର ୪୯୦ ଦେଶୀୟ ପକ୍ଷୀ ଥିବା ବେଳେ ଏଥର ୯୧ ହଜାର ୨୨୪ଟି ପକ୍ଷୀ ଆସିଛନ୍ତି। ଗତବର୍ଷଠାରୁ ଏଥର ୧୩ ହଜାର ୨୬୬ କମ୍‌ ପକ୍ଷୀ ଦେଖିବାକୁ ମିଳିଛି। ପୂର୍ବରୁ କେବଳ ବଗଗହନରେ ଦେଶୀୟ ପକ୍ଷୀଙ୍କ ଭିଡ ଜମୁଥିବା […]

ଭୁବନେଶ୍ୱର: ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ ଏହାର ମାସକ ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଙ୍କ କାର୍ଯ୍ୟାଳୟ ସମେତ ରାଜଧାନୀର ସମସ୍ତ ପାର୍କ ଏବଂ ମାର୍କେଟ କମ୍ପ୍ଲେକ୍ସକୁ ପ୍ଲାଷ୍ଟିକ୍‌ ମୁକ୍ତ କରାଯିବ। ବିଡିଏ କାର୍ଯ୍ୟାଳୟକୁ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବାରଣ କରାଯାଇଛି। ଆସନ୍ତାକାଲିଠାରୁ ଏଠାକାର କୌଣସି ଅଧିକାରୀ କି କର୍ମଚାରୀ ପ୍ଲାଷ୍ଟିକ୍‌ ଟିଫିନ୍‌ କିମ୍ବା ପଲିଥିନ୍‌ରେ ଖାଦ୍ୟ ଆଣିବେନି। ପ୍ଲାଷ୍ଟିକ୍‌ ବୋତଲରେ ପାଣି […]

ଯାଜପୁର: ୧୯୧୨ ମସିହାରେ ଯାଜପୁର ଟାଉନ୍‌ ଠାରେ ନିର୍ମାଣ କରାଯାଇଥିବା ଯାଜପୁର ସବ୍‌ଜେଲ ପାଚେରି ଭୁଶୁଡ଼ି ପଡ଼ିଛି। ପାଚେରି ଭୁଶୁଡ଼ି ଜେଲ ଅନ୍ତେବାସୀଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ଉପରେ ପଡ଼ିବାରୁ ଏହା ଭାଙ୍ଗି ଯାଇଛି। ଯଦିଓ ଏହା ପାଚେରି ଭୁଶୁଡ଼ିବା ଯାଗୁଁ କେହି ଜେଲ ଅନ୍ତେବାସୀ ଆହତ ହାଇ ନାହାଁନ୍ତି, ମାତ୍ର ସକାଳୁ ଉଠିବା ପରେ କଏଦୀମାନେ ଶୌଚାଳୟ ବ୍ୟବହାର କରି ନ ପାରି ନାହଁ ନ ଥିବା ହଇରାଣ […]

Social media & sharing icons powered by UltimatelySocial