ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ଇଚ୍ଛା ଶକ୍ତି ଆଗରେ ବୟସ ହାର୍‌ ମାନେ ବୋଲି ଆଜି ଜଣେ ୧୦୨ ବର୍ଷୀୟ ମହିଳା ପ୍ରମାଣ କରି ଦେଖାଇଛନ୍ତି। ଖାଲି ପ୍ରମାଣ କରିନାହାନ୍ତି, ନିଜର ଇଚ୍ଛାଶକ୍ତି ବଳରେ ସବୁ ପ୍ରତିବନ୍ଧକକୁ ମାତ୍‌ଦେଇ ଭାରତ ପାଇଁ ବିଶ୍ୱସ୍ତରୀୟ ଆଥ୍‌ଲେଟିକ୍ସ ବିଭାଗରରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସ୍ପେନ୍‌ରେ ଚାଲିଥିବା ବିଶ୍ୱ ମାଷ୍ଟରସ୍‌ ଆଥଲେଟିକ୍ସ ଚାମ୍ପିୟନ୍‌ଶିପ୍‌ରେ ଚଣ୍ଡିଗଡ଼ର ୧୦୨ ବର୍ଷୀୟ ମାନ […]

ଓ୍ଵାସିଂଟନ : ସ୍ଥଳଭାଗ ଛୁଇଁବା ପରେ ଭୟଙ୍କର ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ ତାଣ୍ଡବ ରଚାଇଛି । ଏଥିରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ସ୍ଥଳଭାଗ ଛୁଇଁବା ପରେ ଏହାର ବେଗ କିଛିଟା କମି ଘଣ୍ଟାପ୍ରତି ୮୦ ମାଇଲ (୧୩୦ କିମି) ହୋଇଯାଇଛି । ଏହା ଘଣ୍ଟାପ୍ରତି ୩ ମାଇଲ ବେଗରେ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି । ଏହି ଝଡ଼ ପ୍ରଭାବରେ ନର୍ଥ କାରୋଲିନା ଅଂଚଳରେ ପ୍ରବଳ ବର୍ଷା […]

ନ୍ୟୁୟର୍କ : ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି) ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ (୯/୧୧) ଘଟଣାକୁ ମଙ୍ଗଳବାର ୧୭ ବର୍ଷ ପୂରୁଛି। ୨୦୦୧ ସେପ୍ଟେମ୍ବର ୧୧ ତାରିଖ (ମଙ୍ଗଳବାର)ରେ ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା ଦ୍ୱାରା ଏହି ଆକ୍ରମଣ ହୋଇଥିଲା। ଏଥିରେ ୧୯ ଆତଙ୍କବାଦୀଙ୍କ ସମେତ ମୋଟ ୨,୯୯୬ ଜଣ ପ୍ରାଣ ହରାଇଥିଲେ। ୬,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଇତିମଧ୍ୟରେ ଆକ୍ରମଣକୁ ୧୭ ବର୍ଷ ପୂରଣ କରିଥିବା ବେଳେ ଏବେ […]

ପ୍ୟାରିସ୍‌: ଛୁରି ଏବଂ ଲୁହାଛଡ଼ ଧରି ଜଣେ ବ୍ୟକ୍ତି ଆକ୍ରମଣ କରିବାରୁ ରବିବାର ଦିନ ପ୍ୟାରିସ୍‌ରେ ଦୁଇ ବ୍ରିଟିସ୍‌ ପର୍ଯ୍ୟଟକଙ୍କ ସମତେ ୭ ଜଣ ବ୍ୟକ୍ତି ଆହତ ହୋଇଥିବା କଥା ପୁଲିସ ଏବଂ ଅନ୍ୟାନ୍ୟ ସୂତ୍ରରୁ ଜଣାପଡ଼ିଛି। ତଦନ୍ତକାରୀଙ୍କ ନିକଟତମ ସୂତ୍ରରୁ ପ୍ରକାଶ ଯେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସେ ଜଣେ ଆଫଗାନୀ ଲୋକ ବୋଲି ବିଶ୍ୱାସ କରାଯାଉଛି। ଏବେ ଏହି ଅତର୍କିତ ଆକ୍ରମଣ ଆତଙ୍କବାଦୀଙ୍କ ଆକ୍ରମଣ ଭଳି ଜଣାପଡୁ […]

ଓ୍ଵାସିଂଟନ୍‌: ରୁଷ୍‌ରୁ ଅସ୍ତ୍ରଶସ୍ତ୍ର କିଣିବା ପ୍ରସଙ୍ଗରେ ଆମେରିକା ପୁଣିଥରେ ଭାରତକୁ ସତର୍କ କରାଇଛି। ରୁଷ୍‌ରୁ ନୂଆ ଅସ୍ତ୍ରଶସ୍ତ୍ର କିଣିଲେ ଆମେରିକା ପକ୍ଷରୁ ସ୍ୱତନ୍ତ୍ର ରିହାତି ମିଳିବ ନାହିଁ। ଏ ନେଇ କୌଣସି ଗ୍ୟାରେଣ୍ଟି ଦିଆଯାଇ ପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ରୁଷ୍‌ରୁ ପ୍ରତିରକ୍ଷା ଅସ୍ତ୍ର କିଣୁଥିବା କିଛି ରାଷ୍ଟ୍ରଗୁଡ଼ିକ ନିମନ୍ତେ ଆମେରିକା ପକ୍ଷରୁ କେତେକ କଟକଣା ଲାଗୁ କରାଯାଇଥିଲା। ଏଥିରେ କିଛି ରାଷ୍ଟ୍ରଙ୍କୁ ଛାଡ଼ କରାଯାଇଥିଲା। ଭାରତକୁ ମଧ୍ୟ ଏହି ରିହାତି […]

ଜାକର୍ତ୍ତା/ପାଲେମବାଙ୍ଗ : ଦୂତିଙ୍କ ପୁଣି ରୁପେଲି ଚମକ। ୧୦୦ ଭଳି ୨୦୦ ମିଟରରେ ମଧ୍ୟ ଦୂତି ଜିତିଛନ୍ତି ରୌପ୍ୟ ପଦକ। ଏହା କରି ପୁଣି ଥରେ ସେ ଓଡ଼ିଶା ସହ ସମଗ୍ର ଭାରତ ବର୍ଷକୁ କରିଛନ୍ତି ଗୌରବାନ୍ଵିତ। ଏସିଆଡ଼୍‍ରେ ଏକକାଳୀନ ଦୁଇଟି ପଦକ ଜିତିବାରେ ପ୍ରଥମ ଓଡ଼ିଆ ହେବା ସହ ବୁଧବାର ମହାନ ଧାବିକା ପିଟି ଉଷାଙ୍କ ସହ ଦୂତି ହୋଇଛନ୍ତି ସମକକ୍ଷ। ପବିତ୍ର ଜାତୀୟ କ୍ରୀଡ଼ା ଦିବସରେ ଦେଶବାସୀଙ୍କୁ […]

ନୂଆଦିଲ୍ଲୀ: ଗୋପନୀୟତା ଉପରେ ଅଯଥା ହସ୍ତକ୍ଷେପ ରୋକିବାକୁ ନିଜର ପାନ୍‌, ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଏବଂ ଚେକ୍‌ ଆଦିର ବିବରଣୀ ପ୍ରଘଟ ନ କରିଲା ଭଳି ବ୍ୟବହାରକାରୀମାନେ ସେମାନଙ୍କ ଆଧାର ନମ୍ବର ମଧ୍ୟ ଇଣ୍ଟର୍‌ନେଟ୍‌ କିଂବା ସାମାଜିକ ଗଣମାଧ୍ୟମରେ ସେୟାର୍‌ କରନ୍ତୁ ନାହିଁ ବୋଲି ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) କହିଛି। କେତେକ ପ୍ରଶ୍ନର ଉତ୍ତର ଦେଇ ୟୁଆଇଡିଏଆଇ କହିଛି ଯେ ଆଧାର ନମ୍ବର ସେୟାର୍‌ […]

ଜାକର୍ତ୍ତା: ଏସିଆନ୍‌ ଗେମ୍ସର ୧୦ ମିଟର ଏୟାର ରାଇଫଲ ପିସ୍ତଲରେ ସୌରଭ ଚୌଧୁରୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୧୬ ବର୍ଷୀୟ ସୌରଭ ଫାଇନାଲ୍‌ରେ ୨୪୦.୭ ସ୍କୋର ହାସଲ କରି ଶୀର୍ଷ ରହିଛନ୍ତି। ଏଥିସହ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୩ରେ ପହଞ୍ଚିଛି। ସେହିଭଳି ଏହି ବର୍ଗରେ ହରିୟାଣାର ଅଭିଷେକ ବର୍ମା ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଛନ୍ତି। ୨୯ ବର୍ଷୀୟ ଅଭିଷେକ ୨୧୯.୩ ସ୍କୋର କରିଥିଲେ। ଏହି ବର୍ଗରେ […]

ଜାକର୍ତ୍ତା /ପାଲେମବାଙ୍ଗ : ଅଷ୍ଟାଦଶ ଏସୀୟ କ୍ରୀଡ଼ାର ଦ୍ୱିତୀୟ ଦିନରେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗଟ ଐତିହାସିକ ସଫଳତା ଲାଭ କରିଛନ୍ତି। ସୋମବାର ଜାପାନର ୟୁକି ଇରିଙ୍କୁ ଏକତରଫା ଭାବେ ୬-୨ରେ ହରାଇ ୫୦ କିଲୋଗ୍ରାମ ଫ୍ରି-ଷ୍ଟାଇଲ୍‌ କୁସ୍ତିରେ ସେ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି। ଏଥିସହିତ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ବିନେଶ ଭାରତର ପ୍ରଥମ ମହିଳା କୁସ୍ତିଯୋଦ୍ଧା ହୋଇଛନ୍ତି। ବ୍ୟକ୍ତିଗତ ଭାବେ ମଧ୍ୟ ଏହି […]

ଜାକର୍ତ୍ତା: ଅଷ୍ଟାଦଶ ଏସୀୟ କ୍ରୀଡ଼ାର ପ୍ରଥମ ଦିନରେ ହିଁ ଭାରତ ପଦକ ଖାତା ଖୋଲିଛି। ଭାରତ ଆଜି ଗୋଟିଏ ସ୍ୱର୍ଣ୍ଣ ସହ ମୋଟ ଦୁଇଟି ପଦକ ଜିତି ନେଇଛି। ବନ୍ଧୁକ ଚାଳନାର ୧୦ ମିଟର ଏୟାର ରାଇଫଲ୍‌ରେ ରବି କୁମାର ଓ ଅପୂର୍ବୀ ଚାନ୍ଦିଲା କାଂସ୍ୟ ଜିତି ଦେଶବାସୀଙ୍କୁ ପ୍ରଥମ ପଦକ ଉପହାର ଦେଇଥିଲେ। ହେଲେ ରବିବାରର ସବୁଠାରୁ ବଡ଼ ଖୁସି ଖବର କୁସ୍ତି ଆଖଡ଼ାରୁ ମିଳିଛି। ହରିଆଣା ପହିଲମାନ […]

Social media & sharing icons powered by UltimatelySocial