ଚନ୍ଦ୍ରଶେଖରପୁର: ଘରୋଇ ସହାୟିକା ଭାବେ ନିଯୁକ୍ତି ଦେଇ ମାତ୍ର ୧୨ ବର୍ଷ ବୟସର ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଭଳି ଦୁଇ ଦୁଇଟି ସଂଗିନ୍ ଅଭିଯୋଗ‌ରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଏଭଳି ବର୍ବରକାଣ୍ଡ ଭିଆଇଥିବା ଅଭିଯୁକ୍ତ ହେଉଛି ନୀଳାଦ୍ରିବିହାର ଅଞ୍ଚଳର ଏକ ବସ୍ତିରେ ରହୁଥିବା କନ୍ଧମାଳର ଜର୍ଜ ଦିଗାଲ(୨୩)। ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀଙ୍କ ସହଯୋଗରେ ଆଜି ଖୋର୍ଦ୍ଧା ଶିଶୁ କଲ୍ୟାଣ […]

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବା ପରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ଦିଲ୍ଲୀର ଜଣେ କନ୍‌ଷ୍ଟେବଲ୍‌। କନ୍‌ଷ୍ଟେବଲ୍‌ ଜଣକ ଜଣେ ଲୁଟେରାକୁ ଧରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି। ‌ଲୁଟେରା ଜଣକ ବାଇକ୍‌ରେ ଯାଉଥିବା ବେଳେ କନ୍‌ଷ୍ଟେବଲ୍‌ ବି ବାଇକ୍‌ରେ ଆସି ଲୁଟେରାଙ୍କୁ ଟାଣିକି ବାଇକ୍‌ରୁ ତଳକୁ ଖସାଇ ଦେଇଥିଲେ ଓ ତାଙ୍କ ଧରିବାକୁ ସମର୍ଥ ହୋଇଥିଲେ। ଏହି […]

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛିବା ବଡ ସଫଳତା। ମାଓବାଦୀଙ୍କ ଡମ୍ପ ଉଦ୍ଧାର କରିବା ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ଓ ସାମଗ୍ରୀ ଜବତ କରାଯାଇଛି। ଆଜି ଏସପି ନିତୀଶ ୱାଧୱାନୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଚାଲିଯାଇଥିଲେ ମଧ୍ୟ ସେଠାରେ ରହିଥିବା ଜଂଗଲରେ ମାଓବାଦୀ ବିପୁଳ ପରିମାଣରେ ମାଓ ବିସ୍ଫୋରକ ମାଟି ତଳେ ଲୁଚାଇ ରଖିଛନ୍ତି, ଯାହାକୁ ଏବେ ଗ୍ରାମବାସୀ ପୁଲିସକୁ ସୂଚନା […]

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଇଡିରେ ଆଉ ଜଣେ ବ୍ୟବସାୟୀ ହାଜର ହୋଇଥିବା ଜଣାଯାଇଛି। ତାଙ୍କ ନାଆଁ ଅମୀୟକାନ୍ତ ଦାସ ବୋଲି ଜଣାଯାଇଛି। ବ୍ୟବସାୟୀଜଣକ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଅର୍ଚ୍ଚନାଙ୍କ ସହ ଲକ୍ଷ ଲକ୍ଷଟଙ୍କାର ନେଣଦେଣ କରିଛନ୍ତି। ଅମୀୟକାନ୍ତ ଦାସ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ପଠାଇଥିଲେ ବୋଲି କୁହାଯାଉଛି। ଏ ବିଷୟରେ ତଥ୍ୟ ହାସଲ କରିବାକୁ ଇଡି ପୂର୍ବରୁ ଉକ୍ତ ବ୍ୟବସାୟୀଙ୍କୁ ଇଡି କାର୍ଯ୍ୟାଳୟରେ ହାଜର […]

ନୂଆଦିଲ୍ଲୀ : ଗତ ଶନିବାରଦିନ ମାଙ୍ଗାଲୁରୁଠାରେ ହୋଇଥିବା ଅଟୋ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସାରିକର ମହୀଶୂର ସ୍ଥିତ ଘରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ତା ଘରୁ ମିଳିଥିବା ସାମଗ୍ରୀ ମଧ୍ୟରେ ରହିଛି ବିସ୍ଫୋରକ ପ୍ରସ୍ତୁତିରେ ଲାଗୁଥିବା ରସାୟନ, ଜିଲେଟିନ, ସାର୍କିଟ୍, ତାର ପ୍ରେସର କୁକର। ଆହୁରି ଏକ ଚିନ୍ତାଜନକ କଥା ହେଉଛି ଦିଆସିଲି କାଠିରୁ ସେ ଫସଫରସ କାଢି ବିସ୍ଫୋରକ ତିଆରିରେ ଲଗାଉଥିଲା। ବିଶେଷକରି […]

ଭୁବନେଶ୍ୱର: ୨୦୦୯ ମସିହାରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଥିବା ଗଣଦୁଷ୍କର୍ମ ମାମଲାର ଫେରାର୍‌ ଅଭିଯୁକ୍ତ ବ୍ରଜ କିଶୋର ସ୍ବାଇଁ ଓରଫ୍ ବାଜିଆକୁ ୧୩ ବର୍ଷ ପରେ ଗତକାଲି ମହିଳା ଥାନା ପୁଲିସ ଗିରଫ କରିଛି। ତେବେ ଏତେ ଦିନ ଧରି ପୁଲିସ ତାକୁ ଫେରାର୍‌ ଦର୍ଶାଇବା ପ୍ରସଙ୍ଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ବାଜିଆ ଚକେଇସିଆଣି ଅଞ୍ଚଳରେ ଖୋଲାଖୋଲି ବୁଲୁଥିଲା, ନେତାଗିରି କରୁଥିଲା, ଏମିତିକି ଜମି ଜବରଦଖଲ ଓ […]

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଛକ ନିକଟସ୍ଥ ୪୯ନଂ ଜାତୀୟ ରାଜପଥରେ ଥିବା ଏକ ନିଛାଟିଆ ପୋଲ ନିକଟରୁ ଯୁବକର ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତଦେହର ପରିଚୟ ମିଳିପାରିନଥିବା ବେଳେ ଏହା ଏକ ଯୋଜନାବଧ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ସୂଚନାଥାଉକି, ଆଜି ସକାଳ ସମୟରେ ସ୍ଥାନୀୟ ଗ୍ରାମବାସୀ ଉକ୍ତ ନାଳକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ନାଳ ଉପରେ ଥିବା ଏକ […]

ଭୁବନେଶ୍ବର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ କାର ସୋ’ରୁମର ମାଲିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ନୋଟିସ୍‌ ଆଧାରରେ ସୋ’ରୁମ୍‌ର ମାଲିକଙ୍କ ପୁଅ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଏଣ୍ଡେଭର କାର ପାଇଁ ତାଙ୍କୁ ନୋଟିସ ହୋଇଥିଲା। ଅର୍ଚ୍ଚନା ନାଗ ଡିଲରଙ୍କ ଠାରୁ ଏଣ୍ଡଭର ଗାଡି କିଣିଥିଲେ। ଏହି ଗାଡ଼ି କ୍ୟାସ ଆକାରରେ କିଣା ହୋଇଥିଲା। ଗାଡି ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ପୂର୍ବରୁ […]

ଭୁବନେଶ୍ବର: ମୋଷ୍ଟ ୱାଣ୍ଟେଡ ଶିବାକୁ କମିସନରେଟ ପୁଲିସ ଗିରଫ କରିଛି। ରାଜଧାନୀରେ ଚେନ ଝମ୍ପା ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୁଲିସ ଧରିଛି। ବାପାଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବ କହି ପାରୋଲୋରେ ଝାରପଡା ଜେଲରୁ ଗତ ଅଗଷ୍ଟ ମାସରେ ଆସିଥିଲା ଶିବା। ସେବେଠୁ ପାରୋଲୋରେ ଆସି ୫ ଜଣକ ଚେନ ଛଡାଇ ଫେରାର ଫେରାର ଥିଲା ଶିବା। ମହିଳା ଓ ଯୁବତୀଙ୍କୁ କରୁଥିଲେ ଟାର୍ଗେଟ। ଶିବା ନାଁରେ କେବଳ ଭୁବନେଶ୍ୱରର […]

ଭୁବନେଶ୍ବର: ଡକାୟତି ପାଇଁ ଚାଲିଥିବା ଯୋଜନା ପୁଲିସର ହସ୍ତକ୍ଷେପ ପରେ ପଣ୍ଡ ହୋଇଛି। କମିସନରେଟ ପୁଲିସ ୪ ଜଣ ଡକାୟତଙ୍କୁ ମଧ୍ୟରାତ୍ରିରେ ଗିରଫ କରିଛି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ମାରଣାସ୍ତ୍ର ଜବତ କରିଛି। ସୂଚନା ଅନୁସାରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗଣିଆ ମସାଣି ପଡ଼ିଆରେ ୪ ଜଣ ଅଭିଯୁକ୍ତ ଡକାୟତି ପାଇଁ ଯୋଜନା କରୁଥିଲେ। ଏ ନେଇ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ ପାଟ୍ରୋଲିଂ ସମୟରେ ଘଟଣାସ୍ଥଳରେ […]

Social media & sharing icons powered by UltimatelySocial