ବାଗଦାଦ: ଇରାକର ଏକଛତ୍ରବାଦୀ ସ୍ୱେଚ୍ଛାଚାରୀ ଶାସକ ସଦ୍ଦାମ ହୁଏସନଙ୍କ ମୃତଦେହ ତାଙ୍କ କବରରୁ କିଏ କ ଗାଏବ କରି ନେଇଛିି। କବର ଭିତରେ ସଦ୍ଦାମ ହୁସେନଙ୍କ ଶବ ନ ଥିବା ଘଟଣା ଜଣାପଡ଼ିବା ପରେ ସାମାଜିକ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ ଯେ ଶହଶହ ନିରିହ ଲୋକଙ୍କ ମୃତ୍ୟୁର କାରଣ ସାଜିଥିବା ସ୍ୱେଛାଚାରୀ ଶାସକ ସଦ୍ଦାମ ହୁଏସନଙ୍କୁ ଆମେରକା ସେନା ଗିରଫ କରିଥିଲା। ଦୀର୍ଘ ଦିନ ଧରି […]

ଓ୍ଵାସିଙ୍ଗଟନ: ସିରିଆରେ ବିଦ୍ରୋହୀଙ୍କ ଉପରେ ରାଷ୍ଟ୍ରପତି ବସର ଅଲ ଅସାଦ ରାସାୟନିକ ଅସ୍ତ୍ର ପ୍ରୟୋଗ କରିଥିବା ଅଭିଯୋଗ କରି ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ସିରିଆ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଗତକାଲି ରାତିରେ ସିରିଆର ରାଜଧାନୀ ଡାମାସକସରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ଟ୍ରମ୍ପ କହିଛନ୍ତି ଫ୍ରାନ୍ସ ଓ ଇଂଲଣ୍ଡ ସହିତ ମିଳିତ ଭାବେ ଆମେରିକା ସିରିଆ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି। ଯେ ପର୍ଯ୍ୟନ୍ତ […]

ଆଲଜିୟର୍ସ : ଆଫ୍ରିକୀୟ ରାଷ୍ଟ୍ର ଆଲଜେରିଆରେ ଆଜି ଏକ ସାମରିକ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିବାରୁ ୨୫୭ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ବିମାନରେ ଅଧିକାଂଶ ସୈନିକ ଓ ସେମାନଙ୍କ ପରିବାରବର୍ଗ ଯାତ୍ରା କରୁଥିଲେ। ଆଲଜେରିଆ ରାଜଧାନୀ ଆଲଜିୟର୍ସ ନିକଟସ୍ଥ ବୌଫାରିକ୍‌ ସାମରିକ ଘାଟିରୁ ଆଜି ବିମାନଟି ଉଡ଼ାଣ ଆରମ୍ଭ କରିବାର ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଥିଲା। ରୁଷ୍‌ ନିର୍ମିତ ଏହି ପରିବହନ ବିମାନ […]

ଡାମାସ୍‌କସ୍‌: ସିରିୟା ସଙ୍କଟକୁ ନେଇ ଦୁଇ ମହାଶକ୍ତି ରୁଷିଆ ଓ ଆମେରିକା ମଧ୍ୟରେ ତିକ୍ତତା ଚରମ ରୂପ ନେଇଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ସିରିୟାକୁ ଆସୁଥିବା ସମସ୍ତ କ୍ଷେପଣାସ୍ତ୍ରକୁ ବାୟୁ ସୁରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଦ୍ୱାରା ଧ୍ୱଂସ କରିଦେବାକୁ ଧମକ ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ରୁଷିଆକୁ ଯୁଦ୍ଧ ପାଇଁ ଧମକ ଦେଇଛନ୍ତି। ସିରିୟାରେ ବସର୍‌ ଅଲ୍‌ ଅସଦ୍‌ ସରକାରକୁ ସମର୍ଥନ କରୁଥିବା ରୁଷିଆ […]

ଡାମାସ୍‌କସ୍‌: ଯୁଦ୍ଧ ବିଧ୍ୱସ୍ତ ସିରିୟାର ପୂର୍ବାଞ୍ଚଳର ଘୌଟା ସହରରେ ଆଜି ବଡ଼ ଧରଣର ରାସାୟନିକ ଆକ୍ରମଣ ଯୋଗୁଁ ଅତିକମ୍‌ରେ ୭୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଶହରୁ ଊର୍ଦ୍ଧ୍ୱ ସଙ୍କଟାପନ୍ନ ହୋଇଛନ୍ତି। ମୃତ୍ୟୁସଂଖ୍ୟା ଅହୁରି ବୃଦ୍ଧି ପାଇବା ଆଶଙ୍କା ଥିବା ବେଳେ ଏହି ଘଟଣା ନେଇ ମାନବାଧିକାର ସଂଗଠନଗୁଡ଼ିକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଘୌଟାରେ ବିଦ୍ରୋହୀଙ୍କ ଦଖଲରେ ଥିବା ଅଂଚଳରେ ଶନିବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣ […]

ନ୍ୟୁୟର୍କ: ଶନିବାର ଦିନ ନ୍ୟୁୟର୍କସ୍ଥିତ ଟ୍ରମ୍ପ୍‌ ଟାଓ୍ଵାର୍‌ର ୫୦ ତାଲାରେ ଅଗ୍ନିକାଣ୍ଡ ଘଟିବାରୁ ଜଣେ ବୟୋବୃଦ୍ଧ ଲୋକଙ୍କର ମୃତ୍ୟୁ ଘଟିବା ସହ ୪ ଜଣ ନିଅାଁଲିଭାଳି ଆହତ ହୋଇଥିବା କଥା ଅଧିକାରୀମାନେ କହିଛନ୍ତି।ନ୍ୟୁୟର୍କ ପୁଲିସ ବିଭାଗ କହିଛି ଯେ ଅଧିକାରୀମାନେ ଅଗ୍ନିକାଣ୍ଡସ୍ଥଳରେ ପହଞ୍ଚିବା ପରେ ଚେତାଶୂନ୍ୟ ହୋଇ ପଡ଼ିଥିବା ଜଣେ ୬୭ ବର୍ଷିୟ ଲୋକଙ୍କୁ ପାଇଥିଲେ।ତାଙ୍କୁ ମାଉଣ୍ଟ୍‌ ସିନାଇ ରୁଜ୍‌ଭେଲ୍‌ଟ୍‌ ହସ୍‌ପିଟାଲ୍‌ ନିଆଯିବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା […]

ସାହାରା ମରୁଭୂମି କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଏହାର ସୀମା ବଢ଼ିବାରେ ଲାଗିଛି। ଏବେ ଭାବୁଥିବେ ଏହାର କ’ଣ ହାତଗୋଡ ଅଛି ଯେ ସୀମା ବଢ଼ିଯିବ। ହେଲେ ଏହା ସମ୍ପୂର୍ଣ୍ଣ ସତ। ଗତ ୧୦୦ ବର୍ଷ ଭିତରେ ସାହାର ମରୁଭୂମିର ସୀମା ୧୦ ପ୍ରତିଶତ ବଢ଼ିଯାଇଛି। ଆମେରିକାର University of Maryland ପକ୍ଷରୁ କରାଯାଇଥିବା ଏବ ସର୍ଭେରୁ ଏହି ଭୟଙ୍କର ସତ ପଦାକୁ ଆସିଛି। ଗତ ୧୦୦ […]

ବର୍ଲିନ୍‌ : ଜର୍ମାନୀର ମ୍ୟୁନଷ୍ଟର ସହରରେ ଆଜି ଏକ ବଡ଼ ଧରଣର କାର୍‌ ଆକ୍ରମଣ ହୋଇଛି। ରାସ୍ତାକଡ଼ରେ ବସିଥିବା ଲୋକମାନଙ୍କ ଉପରକୁ କାରଟି ଚଢ଼ିଯାଇଥିଲା। ଏଥିରେ ତିନି ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି। ଆକ୍ରମଣ ପରେ କାର ଚାଳକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ଏହା ଦୁର୍ଘଟଣା ନା ଆତଙ୍କବାଦୀ ଆକ୍ରମଣ ତାହା ସ୍ପଷ୍ଟ କରିନାହିଁ ପୋଲିସ। ତେବେ କାର […]

ପ୍ରତ୍ୟେକ ମଣିଷ ପ୍ରେମ କରେ। ଏହା ଏକ ସହଜାତ ପ୍ରବୃତି। କେତେବେଳେ କିଏ କାହା ପ୍ରେମରେ ପଡିଯିବ ତାହା କହିହେବ ନାହିଁ। ପ୍ରେମରେ ପଡିଲା ପରେ ତାକୁ ପ୍ରକାଶ କରିବାର ବିଭିନ୍ନ ଉପାୟ ରହିଥାଏ। ଯେମିତିକି ଚୁମ୍ବନ ବା କିସ୍‌। ଚୁମ୍ବନ ଦ୍ୱାରା ପ୍ରେମର ପ୍ରକାଶ କରାଯାଏ। ପ୍ରେମରେ ବନ୍ଧାଥିବା ଦୁଇ ମଣିଷ ପରସ୍ପରକୁ ଚୁମ୍ବନ କରୁଥିବେ ନିଶ୍ଚିତ। ଆପଣବି ଯଦି କେବେ ପ୍ରମ କରିଥିବେ ତେବେ କେବେ ନା […]

ଓ୍ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଶାରୀରିକ ସମ୍ପର୍କ ଅଭିଯୋଗ ଯେମିତି ତାଙ୍କ ପିଛା ଛାଡୁନି। ଶନିବାର ପ୍ଲେ-ବୟ ପତ୍ରିକାର ମଡେଲ କୈରନ୍‌ ମେକ ଡୋଗଲ ସିଏନ୍‌ଏନ୍‌କୁ ସାକ୍ଷାତକାର ଦେଇ ଟ୍ରମ୍ପଙ୍କ ସହ ଶାରୀରିକ ସମ୍ପର୍କ ବିଷୟରେ ସର୍ବ ସମ୍ମୁଖରେ ଅଭିଯୋଗ କରିବା ପରେ ଆଜି ପର୍ଣ୍ଣଷ୍ଟାର ଷ୍ଟ୍ରମି ଡାନିଏଲ୍ସ ସିବିଏସ୍‌ ଟିଭିକୁ ସାକ୍ଷାତକାର ଦେଇ ଅନୁରୂପ କାହାଣୀ ବଖାଣିଛନ୍ତି। ଏପରିକି ପ୍ରମାଣ ସ୍ୱରୂପ ଗଣମାଧ୍ୟମରେ ଉକ୍ତ ସମ୍ପର୍କର […]

Social media & sharing icons powered by UltimatelySocial