ସିରିୟା ସଙ୍କଟ: ବିଦ୍ରୋହୀଙ୍କୁ ମୂଳପୋଛ ଅଭିଯାନ

ଆମେରିକାର ମୁକାବିଲା ପାଇଁ ପ୍ରସ୍ତୁତି
ବିରୁଟ: ସିରିୟାର ପୂର୍ବାଞ୍ଚଳ ଘୌଟା ପ୍ରଦେଶରୁ ବିଦ୍ରୋହୀଙ୍କୁ ମୂଳପୋଛ କରିବାକୁ ରୁଷ୍‌ ସହାୟତାରେ ଏବେ ସିରିୟା ସେନା ବିଶାଳ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଯେ କୌଣସି ମୁହୂର୍ତ୍ତରେ ବିଦ୍ରୋହୀ ଅଧ୍ୟୁଷିତ ଅଂଚଳରେ ବୋମାବର୍ଷା ଆରମ୍ଭ ହେବ ଏବଂ ମିଳିତ ପଦାତିକ ସେନା ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ ବୋଲି ସିରିୟା ସରକାର ଘୋଷଣା କରିଛନ୍ତି। ଘୌଟା ପ୍ରଦେଶରେ ବିଦ୍ରୋହୀଙ୍କୁ ନିପାତ ପରେ ସିରିୟା ସରକାରଙ୍କ ପ୍ରତି ଆଉ କୌଣସି ବିପଦ ରହିବ ନାହିଁ ବୋଲି କୁହାଯାଉଛି। ଘୌଟାର ଡୁମା ସହରରେ ନିକଟରେ ହୋଇଥିବା ରାସାୟନିକ ଅସ୍ତ୍ର ଆକ୍ରମଣକୁ ନେଇ ସିରିୟା ଉପରେ ଆମେରିକା ଓ ତା’ର ସହଯୋଗୀ ମିତ୍ରରାଷ୍ଟ୍ର ବ୍ରିଟେନ୍‌ ଏବଂ ଫ୍ରାନ୍‌୍‌ସ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ସିରିୟା ଉପରେ ଶତାଧିକ କ୍ଷେପଣାସ୍ତ୍ର ମାଡ଼ ଏବଂ ଯୁଦ୍ଧ ବିମାନରୁ ବୋମା ବର୍ଷା କରି ସେମାନେ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଂଘନ କରିଥିବାରୁ ଏହା ବିରୋଧରେ ଜାତିସଂଘ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରୁଷ୍‌ ଦାବି କରିଥିଲା। ଏ ନେଇ ଉତ୍ତେଜନା ନ ଥମୁଣୁ ବିଦ୍ରୋହୀଙ୍କ ବିରୋଧରେ ରୁଷ୍‌ ଓ ସିରିୟାର ମିଳିତ ଅଭିଯାନ ବଡ଼ ସଙ୍କଟ ସୃଷ୍ଟି କରିବ ବୋଲି କୁହାଯାଉଛି। ବିଦ୍ରୋହୀଙ୍କୁ ଆମେରିକା ସହାୟତା ଯୋଗାଇ ଆସୁଥିବା ବେଳେ ରୁଷ୍‌ ସେମାନଙ୍କୁ ଦମନ କରିବାରେ ନିୟୋଜିତ ଅଛି। ବିଶ୍ୱ ପାଇଁ ବିପଦ ସୃଷ୍ଟି କଲାଭଳି ପଦକ୍ଷେପରୁ ନିବୃତ୍ତ ରହିବାକୁ ଜାତିସଂଘ ଉଭୟ ଆମେରିକା ଓ ରୁଷ୍‌କୁ ନିକଟରେ ଚେତାଇ ଦେଇଥିବା ବେଳେ ଏହି ପଦକ୍ଷେପ କିଭଳି ପରିଣାମ ସୃଷ୍ଟି କରିବ ତାହା ଉପରେ ସତର୍କ ନଜର ରଖାଯାଇଛି। ବିଦ୍ରୋହୀଙ୍କ ବିରୋଧରେ ସୈନ୍ୟ ଅଭିଯାନକୁ ବିରୋଧ କରି ଆମେରିକା ମଧ୍ୟ ପୁଣି ସିରିୟା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶଙ୍କା କରାଯାଉଛି।

ଏଭଳି ସ୍ଥିତିରେ ସିରିୟାକୁ ଅଧିକ ଶକ୍ତିଶାଳୀ କରି ପଶ୍ଚିମ ରାଷ୍ଟ୍ର ବିରୋଧରେ ଲଢ଼େଇ ପାଇଁ ତୟାର କରିବାକୁ ରୁଷ୍‌ ସଙ୍କେତ ଦେଇଛି। ଆମେରିକା ତା’ର ସିରିୟା ନୀତିରେ କୌଣସି ପରିବର୍ତ୍ତନ ଆଣିନାହିଁ ଏବଂ ପୂର୍ବ ଭଳି ବିଦ୍ରୋହୀଙ୍କୁ ସମର୍ଥନ ଜାରି ରଖିବ ବୋଲି କହିସାରିଛି। ସିରିୟା ଉପରେ ଆମେରିକାର କ୍ଷେପଣାସ୍ତ୍ର ମାଡ଼ ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା କ୍ଷେତ୍ରରେ ଗମ୍ଭୀର ସମସ୍ୟା ବୋଲି ରୁଷ୍‌ କହିଛି ଏବଂ ଆମେରିକାର ମୁକାବିଲା ପାଇଁ ବଡ଼ ଯୁଦ୍ଧ ପୋତ ମୁତୟନ କରିଛି। ଡୁମା ସହରରେ ରାସାୟନିକ ଆକ୍ରମଣ ଘଟଣା ନେଇ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ତଦନ୍ତ ଜାରି ରଖିଛନ୍ତି ଏବଂ ମାନବାଧିକାର ସଂଗଠନଗୁଡ଼ିକ ଏନେଇ ଗଭୀର ଉଦ୍‌୍‌ବେଗ ପ୍ରକାଶ କରିଛନ୍ତ। ତଦନ୍ତକାରୀ ସଂସ୍ଥା ଡୁମାରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି ଏବଂ ରିପୋର୍ଟ ଖୁବ୍‌ଶୀଘ୍ର ଜାରି ହେବ ବୋଲି ଜଣାପଡ଼ିଛି। ୧୦ ହଜାରରୁ ଅଧିକ ଜନତା ଏଥିରେ ପ୍ରଭାବିତ ହୋଇଥିବା ବେଳେ ସମସ୍ତେ ବିଦ୍ରୋହୀ ଗୋଷ୍ଠୀର ବୋଲି ଜଣାପଡ଼ିଛି। ପ୍ରାୟ ୩ ହଜାର ବିଦ୍ରୋହୀ ପରିବାର ଡୁମାରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଦୁଇଦିନ ଉପବାସ ପରେ ଛପନଭୋଗୀଙ୍କୁ ଲାଗିଲା ଭୋଗ

Wed Apr 18 , 2018
ପୁରୀ: ଦୁଇ ଦିନ ଧରି ଉପବାସ ରହିବା ପରେ ଶେଷରେ ଶ୍ରୀଜିଉଙ୍କଙ୍କ ଠାରେ ଲାଗି ହେଲା ଭୋଗ। ଗତକାଲି ରାତିରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପର୍ଣ୍ଣ କରାଯାଇଛି। ରାତି ୧୦ଟା ୫୦ ମିନିଟରେ ମହାପ୍ରଭୁଙ୍କ ରୋସ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ଗୋପାଳ ବଲ୍ଲଭ ନୀତି କରାଯାଇଥିଲା। ରାତି ୧ଟା୨୦ ମିନିଟରେ ମହାପ୍ରଭୁଙ୍କ ସକାଳ ଧୂପ କରାଯାଇ ଖେଚୁଡି ଭୋଗ ଲାଗି କରାଯାଇଥିଲା। ଗର୍ଭଗୃହକୁ କେବଳ ପାଳିଆ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial