ଭୁବନେଶ୍ବର: ରାଜନେତା ଓ ସିନେ ପ୍ରଯୋଜକଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଭୁବନେଶ୍ୱରର ଜଣେ ସୁନ୍ଦରୀ ଯୁବତୀଙ୍କୁ ପୁଲିସ ଗିରଫ କରିଥିବାର ଖବର ମିଳିଛି। ଉକ୍ତ ଯୁବତୀ ବିବାହିତା ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ଉକ୍ତ ଯୁବତୀ ଫେସବୁକରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମାଳାପ କରୁଥିଲେ। ଯୁବତୀ ଜଣକ ନେତା, ପୂର୍ବତନ ମନ୍ତ୍ରୀ ଓ ବ୍ୟବସାୟୀଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଥିଲେ। ସୋସିଆଲ ମିଡିଆରେ ବନ୍ଧୁତା ହେବା ପରେ ଫୋନ […]

ଭୋପାଳ: ମଧ୍ୟପ୍ରଦେଶର ସତନା ଜିଲ୍ଲାର କଂଗ୍ରେସ ବିଧାୟକ ସିଦ୍ଧାର୍ଥ କୁଶୱା ଏବଂ କୋଟମା ବିଧାୟକ ସୁନୀଲ ସରାଫ ଟ୍ରେନରେ ଯାଉଥିବା ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ମୁତାବକ ରେୱାଞ୍ଚଲ ଏକ୍ସପ୍ରେସରେ ଯାତ୍ରା କରୁଥିବାବେଳେ ମହିଳା ଅଭିଯୋଗ କରିଛନ୍ତି ଯେ ଦୁଇଜଣ ବିଧାୟକ ମଦ୍ୟପାନ କରି ତାଙ୍କ ସହ ଅସଦାଚରଣ କରିଥିଲେ। କୁହାଯାଉଛି ଯେ ମହିଳା ଜଣକ ଫୋନରେ ଏହି ଘଟଣା ବିଷୟରେ ତାଙ୍କ ସ୍ୱାମୀଙ୍କୁ […]

ଚନ୍ଦାହାଣ୍ଡି: ଟିଭି ସାମ୍ବାଦିକଙ୍କ ନାମରେ ସରପଞ୍ଚଙ୍କୁ ୨୦ ହଜାର ଟଙ୍କା ଚାନ୍ଦା ଦାବି ଅଭିଯୋଗ ହୋଇଛି। ଏନେଇ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ସୂଚନା ଅନୁସାରେ ସରଧାପୁର ପଞ୍ଚାୟତ ସରପଞ୍ଚ ଲେବନୀ ମାଝୀଙ୍କୁ ପାଟଖଲିଆ ଗ୍ରାମର ଚତୁର ଗହୀର (୩୦) ନାମକ ଜଣେ ଯୁବକ ନିଜକୁ ଟିଭି ସାମ୍ବାଦିକ (କନକ ନ୍ୟୁଜ୍‌) କହି ୨୦ ହଜାର […]

ଭୁବନେଶ୍ୱର: ଆପଣ ଓଲା ଦ୍ୱାରା ଲଞ୍ଚ ହୋଇଥିବା ଇଲେକ୍ଟ୍ରିକ ସ୍କୁଟର କିଣିବାକୁ ଚିନ୍ତା କରୁଛନ୍ତି କି ? ଯଦି ହଁ ତେବେ ସ୍କୁଟର କିଣିବା ବେଳେ ସଚେତନ ରୁହନ୍ତୁ। ନଚେତ ଆପଣଙ୍କୁ ଚୁନା ଲଗାଇପାରନ୍ତି ସାଇବର ଠକ। ଆଜି ଭୁବନେଶ୍ୱରରେ ଏମିତି ଏକ ଘଟଣା ଜଣେ ଯୁବକଙ୍କ ସହ ଘଟିଛି। ଆଉ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଠକାମିର ଶିକାର ହୋଇଥିବା ଯୁବକ। ମିଳିଥିବା ସୂଚନା ମୁତାବକ […]

ଭୁବନେଶ୍ୱର: ନ୍ୟୁଡ଼ କଲ କଲେ ଆଉ ତାପରେ ଆଇପିଏସ ବେଶରେ ଟଙ୍କା ଲୁଟିଲେ। ଜଟଣୀର ବିପିନ କୁମାର ମୁଦୁଲି ଏଭଳି ଠକେଇର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଜଟଣୀର ବିପିନ କୁମାର ମେଡ଼ିସିନ ଦୋକାନରେ କାମ କରନ୍ତି। ଆଉ ତାଙ୍କୁ ଜଣେ ଯୁବତୀ ପ୍ରଥମେ ନ୍ୟୁଡ଼ କଲ କରିଥିଲେ। ଆଉ ଏହାପରେ ସ୍କ୍ରିନ ସଟ ରଖି ବ୍ଲାକମେଲ କରିଥିଲେ। ବଡ଼କଥା ଯେ ପୁଲିସ ବର୍ଦ୍ଦି ପିନ୍ଧି ଟଙ୍କା ନ […]

ଅହମଦାବାଦ: ଗୁଜରାଟରେ ନବରାତ୍ରି ପାଳନ ସମୟରେ ପଥରଫିଙ୍ଗା ଘଟଣା ପରେ ଏଥିରେ ସଂପୃକ୍ତ ଭିନ୍ନ ସଂପ୍ରଦାୟର ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ପୁଲିସର ମାଡ଼ ଭିଡିଓ ବିବାଦଘେରକୁ ଆସିଛି। ପଥର ଫିଙ୍ଗିବା ଅଭିଯୋଗରେ ଗିରଫ ହୋଇଥିବା କିଛି ମୁସଲମାନ ବ୍ୟକ୍ତିଙ୍କୁ ଏକ ଖୁଣ୍ଟିରେ ବାନ୍ଧି ଗୁଜୁରାଟର ଖେଡା ଜିଲ୍ଲାର ସାଦା ପୋଷାକଧାରୀ ପୁଲିସ କର୍ମଚାରୀମାନେ ଠେଙ୍ଗାରେ ପିଟିବା ଭିଡିଓ ଭାଇରାଲ୍ ହୋଇଛି । ସ୍ଥାନୀୟ ନ୍ୟୁଜ୍ ଚାନେଲ୍ ଭିଟିଭି ଗୁଜୁରାଟୀ ନ୍ୟୁଜ୍ ଏହି […]

ଭୁବନେଶ୍ୱର: ଏକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଭୁବନେଶ୍ୱରର ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପ୍ରାୟ ୧କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଏହି ବ୍ୟାଙ୍କ କର୍ମଚାରୀଙ୍କ ନାମ ବେଦବ୍ୟାସ ବାରିକ ହୋଇଥିବାବେଳେ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ୧ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଜବତ ସମ୍ପତ୍ତି ମଧ୍ୟରେ ୪ଟି ପ୍ଲଟ, ଗୋଟିଏ ଫ୍ଲାଟ ଓ ୮ଟି ବ୍ୟାଙ୍କ ଆକାଉଣ୍ଟର ଜମା ଅର୍ଥ […]

ମୋହନା: ଟଙ୍କା ମାଗିବାରୁ ଦଲାଲ କାଟିଦେଲା ପାଦ ଓ ପାପୁଲି। ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଦାମଦୁଆ ପଞ୍ଚାୟତ ନିକଟସ୍ଥ କୋଲବା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଗ୍ରାମର ସାଙ୍କ ମୁର୍ମୁ(୪୫) ଗତ ସେପ୍ଟେମ୍ବର ୧୩ ତାରିଖରେ ହରଭାଙ୍ଗି ଅଞ୍ଚଳର ଆଦର ବର୍ଦ୍ଧନ ନାମକ ଜଣେ ଯୁବକ ସାଙ୍କଙ୍କ ସହ ଆଉ ୫ ଜଣକୁ ଦାଦନ ଖଟେଇବା ପାଇଁ ଉତ୍ତରପ୍ରଦେଶ […]

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ଛଅ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଠାବ ହୋଇଛି। ଉକ୍ତ ୬ ଜଣଙ୍କୁ ଅଟକ ରଖିଛି ଆରପିଏଫ। ଛଅ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଚଳନ୍ତା ଟ୍ରେନ ଓ ଷ୍ଟେସନରେ ଅପରେସନ କରୁଥିବା ଜଣାଯାଇଛି। ସେମାନଙ୍କଠାରୁ ଭ୍ୟାନିଟି ବ୍ୟାଗ, ସୁନା ଚେନ ଓ ମୋବାଇଲ ସହ ବହୁ ଚୋରି ସାମଗ୍ରୀ ଜବତ କରାଯାଇଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଓ ଅପରାଧ ବାବଦରେ ଆର ପିଏଫ […]

ଭୁବନେଶ୍ବର: ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡାଙ୍କୁ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଶାଖା ଗତକାଲି ଗିରଫ କରିଛି। ତାଙ୍କୁ ଆନ୍ଧ୍ର ପ୍ରଦେଶ ପୁଲିସର ସହାୟତାରେ କାକିନାଡ଼ା ଅଞ୍ଚଳରୁ ଗିରଫ କରାଯାଇଛି। ଏ ନେଇ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଗଣମାଧ୍ୟମକୁ ବିଧିବଦ୍ଧ ସୂଚନା ଦିଆଯାଇଛି। ପ୍ରକାଶ ଥାଉକି, କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ମନୋଜଙ୍କ ବିରୋଧରେ ଲୁକ୍-ଆଉଟ୍ ନୋଟିସ୍ ଜାରି ହୋଇଥିଲା। ଯଦି କୌଣସି ବ୍ୟକ୍ତି ମନୋଜଙ୍କ ବିଷୟରେ […]

Social media & sharing icons powered by UltimatelySocial