ଅକ୍ଟୋବର ମାସରେ ଭାଙ୍ଗିବାକୁ ନିଷ୍ପତ୍ତି, ନିଷ୍ପତ୍ତିର କାର୍ଯ୍ୟକାରିତା ନେଇ ସନ୍ଦେହ ଚନ୍ଦ୍ରଶେଖରପୁର: ସରକାରୀ ଜମିରେ ଛିଡ଼ା ହୋଇଛି ପାଚେରି। ତା’ପରେ ବି ଭାଙ୍ଗିବାକୁ ସରକାରୀ ବାବୁଙ୍କ ସାହସ ପାଉନି। ଏନେଇ ଦୁଇ ମାସ ହେଲା ଗଣମାଧ୍ୟମରେ ଲଗାତାର ଭାବେ ଖବର ପ୍ରକାଶ ପରେ ଏବେ ଅଧା ପାଚେରି ଭଙ୍ଗାଯାଇଛି। ତେବେ ମେନ୍‌ ଗେଟ୍‌ ସହ ବାକି ଅଧା ପାଚେରିକୁ ସୁରକ୍ଷା ଦିଆଯାଇ ଡ୍ରେନ୍‌ ଦିଗ ବଦଳାଇ ରବିବାର ନିର୍ମାଣ କାମ […]

ଅକ୍ଟୋବର ୨ ତାରିଖରୁ କରୋନା କଟକଣା ନିୟମରେ ଖୋଲିବ ବାରଙ୍ଗ/ମେଣ୍ଢାଶାଳ: ମହାମାରୀ କରୋନା କଟକଣା ପାଇଁ ମାର୍ଚ୍ଚ ୨୭ ତାରିଖରୁ ଦର୍ଶକଙ୍କ ପାଇଁ ବନ୍ଦ ରହିଥିବା ଚନ୍ଦକା‌-ଡମପଡ଼ା ହସ୍ତୀ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୨ ତାରିଖରେ ପୁଣି ଖୋଲିବ। ଗାନ୍ଧୀ ଜୟନ୍ତୀ ଅବସରରେ କରୋନା କଟକଣା ନିୟମାନୁସାରେ ଏହି ଅଭୟାରଣ୍ୟ ଦର୍ଶକମାନଙ୍କ ପାଇଁ ଖୋଲା ରହିବ। ତେଣୁ ଚନ୍ଦକା ଗୋଡ଼ିବାରୀ ମୁଖ୍ୟ ଫାଟକ ଦେଇ ଦର୍ଶକମାନେ ଅଭୟାରଣ୍ୟ ଭିତରକୁ ଯାଇ […]

ନବୀନ ନିବାସରୁ ଭାଗନେଲେ ମୁଖ୍ୟମନ୍ତ୍ରୀ,ବିଧାୟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଭୁବନେଶ୍ବର: ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ଭିତରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ପୂର୍ବ ଅଧିବେଶନ ତୁଳନାରେ ଆଜିର ଦୃଶ୍ୟ ଥିଲା ସଂପୂର୍ଣ୍ଣ ଭିନ୍ନ। ସାମାଜିକ ଦୂରତା ରକ୍ଷା ପାଇଁ ବିଧାନସଭା ମୁଖ୍ୟ ହଲ୍‌ରେ ୭୮ ଜଣ ବିଧାୟକମାନଙ୍କ ପାଇଁ ଆସନ ବ୍ୟବସ୍ଥା କରାଯାଇଥିବା ବେଳେ ଗୃହରେ ୫୦ରୁ ୬୦ ବିଧାୟକ ଉପସ୍ଥିତ ଥିଲେ। ସମସ୍ତଙ୍କ ମୁହଁରେ ଥିଲା […]

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ସିଂହୀ ‘ସୁପ୍ରିୟା’ର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ନନ୍ଦନକାନନରେ ରହୁଥିବା ସୁପ୍ରିୟାକୁ ୧୫ ବର୍ଷ ହୋଇଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ‘ସୁପ୍ରିୟା’ର ଶରୀର ଅବସ୍ଥା ଠିକ୍ ନ ଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଯା‌ଏ ଓ ପୁଣି କିଛିଦିନ ବ୍ୟବଧାନରେ ସିଂହୀର ଶରୀର ଅସୁସ୍ଥ ହୋଇଯାଏ। ଏପରି ଅବସ୍ଥାରେ ତା’ର ଚିକିତ୍ସା […]

ନୂଆଦିଲ୍ଲୀ: ତିନୋଟି ଡାକ୍ତରଖାନାରେ ଚାଲିଥିବା କ୍ଲିନିକାଲ୍ ପରୀକ୍ଷଣ ଉପରେ ଏକ ଚମକପ୍ରଦ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଦର୍ଶାଯାଇଛି ଯେ ପାରମ୍ପରିକ ଔଷଧ ତୁଳନାରେ ପ୍ରାକୃତିକ ଚିକିତ୍ସା ଦ୍ୱାରା ଅଧିକାଂଶ କୋଭିଡ୍ -୧୯ରୋଗୀ ସୁସ୍ଥ ହୋଇପାରୁଛନ୍ତି। କୋରିଭାଲ୍ ଲାଇଫ୍ ସାଇନ୍ସେସ୍ ଦ୍ୱାରା ଇମ୍ୟୁନୋଫ୍ରି ନାମକ ଏକ ଆୟୁର୍ବେଦିକ ପ୍ରତିକାର ଓ ବା‌ୟୋଗେଟିକା ଦ୍ବାରା ରେଜିନମ୍ୟୁ ନାମକ ଏକ ନ୍ୟୁଟ୍ରାସ୍ୟୁଟିକାଲ୍ ସମ୍ପ୍ରତି କରୋନା ଚିକିତ୍ସା ପାଇଁ ଥିବା ପାରମ୍ପରିକ ଔଷଧ ଠାରୁ […]

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି ୪ ମାସ ହୋଇଗଲାଣି। ତେବେ ତାଙ୍କ ମୃତ୍ୟୁ ବାସ୍ତବରେ ଏକ ଆତ୍ମହତ୍ୟା କି ହତ୍ୟା ତାହା ଉପରୁ ଏଯାଏ ବି ପରଦା ଉଠି ପାରିନାହିଁ। ଏମ୍‌ସର ଏକ ଡାକ୍ତରୀ ପ୍ୟାନେଲ୍‌ ସୁଶାନ୍ତଙ୍କ ବ୍ୟବଚ୍ଛେଦ ଓ ଭିସେରା ନମୁନାକୁ ନେଇ ଏହା ହତ୍ୟା କି ଆତ୍ମହତ୍ୟା ବୋଲି ଜାଣିବାକୁ ଯାଞ୍ଚ୍‌ ଜାରି ରଖିଥିଲେ। ଜାଣିବାକୁ ମିଳିଛି ଯେ ଏମ୍ସର ଡାକ୍ତରୀ ଟିମ୍‌ […]

ଭୁବନେଶ୍ୱର : ଶେଷରେ ଟ୍ରାଫିକ୍‌ ଥାନା ପାଇଁ ଚିହ୍ନଟ ହୋଇଥିବା ଜମିରୁ ଜବରଦଖଲ ହଟାଯାଇଛି। ଆଜି ବିଡିଏ ଓ ଖଣ୍ଡଗିରି ଥାନା ପୁଲିସର ମିଳିତ ଉଦ୍ୟମରେ ପାତ୍ରପଡ଼ା ମୌଜାସ୍ଥିତ ଏହି ଏକ ଏକର ପରିମିତ ଜମିକୁ ଜବରଦଖଲମୁକ୍ତ କରାଯାଇଛି। ଏହି ଜମିରେ ଥିବା ୮ଟି ଟିଣ ଘର ସମେତ ୩ଟି ଦୋକାନ ଓ ୭ଟି ଚାଳଘରକୁ ଉଚ୍ଛେଦ କରାଯାଇଛି। ଫଳରେ ପାତ୍ରପଡ଼ାରେ ହେବାକୁ ଥିବା ଟ୍ରାଫିକ୍ ଥାନା ନିର୍ମାଣ କାମ […]

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ଥମିବାର ନାଁ ଧରୁନି। ଲାଇନ୍‌ ଅଫ୍‌ ଆକ୍ଚୁଆଲ୍‌ କଣ୍ଟ୍ରୋଲ୍‌(ଏଲ୍‌ଏସି)ରେ ଚୀନ ସେନା ଏକ ମିସାଇଲ୍‌ ନିୟୋଜିତ କରିବା ପରେ ତାହାର ପ୍ରତିଜବାବ ଦେଇ ଭାରତୀୟ ସେନା ସୀମାରେ ଘରୋଇ ସବ୍‌ସୋନିକ ମିସାଇଲ୍‌ ‘ନିର୍ଭୟ’କୁ ନିୟୋଜିତ କରିଛି। ଯାହାକି ଚୀନ୍ ସଶସ୍ତ୍ର ବାହିନୀ ଦ୍ୱାରା ମିସାଇଲ୍‌ ନିୟୋଜନକୁ ପ୍ରତିହତ କରିବ ବୋଲି ସୂଚନା ରହିଛି। ‘ନିର୍ଭୟ’ ହେଉଛି ଏକ ସର୍‌ଫେସ୍‌-ଟୁ-ସର୍‌ଫେସ୍(ଭୂପୃଷ୍ଠରୁ ଭୂପୃଷ୍ଠ)‌ ମିସାଲଇଲ୍‌। ଯାହାକି ୧ […]

ଭୁବନେଶ୍ବର: ଛୋଟ ଛୁଆଙ୍କ ଦ୍ୱାରା ଅଭିନବ ଢଙ୍ଗରେ ମୋବାଇଲ୍‌ ଲୁଟୁଥିବା ୨ ଧୂର୍ତ୍ତଙ୍କୁ ଆଜି ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ମାଷ୍ଟରକ୍ୟାଣ୍ଟିନ୍‌ ନିକଟ ଏକ ବସ୍ତିରେ ରହୁଥିବା ଗୋବିନ୍ଦ କୁମାର ମାହତ୍ତ ଓ ରାଜେଶ କୁମାର ମାହତ୍ତ। ପୁଲିସ ଛୋଟ ଛୁଆଟିକୁ ଛାଡ଼ି ଦେଇଥିବାବେଳେ ଗୋବିନ୍ଦ ଓ ରାଜେଶକୁ କୋର୍ଟ ଚାଲାଣ କରିଛି। ଘଟଣାଟି ଇନ୍ଦ୍ରଧନୁ ମାର୍କେଟ୍‌ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଆଜି ଉକ୍ତ […]

ଉପବାଚସ୍ପତି ରଜନୀକାନ୍ତ ସିଂ ବି ସଂକ୍ରମିତ, ୯୫୦ରୁ ଅଧିକ ନମୁନା ପରୀକ୍ଷା, ୧୮୪ ପଜିଟିଭ୍‌ ଭୁବନେଶ୍ୱର : ଆଜିଠାରୁ ବିଧାନସଭା ଆରମ୍ଭ ହେବାକୁ ଯାଉଥିବା ବେଳେ କରୋନା ଭୟ ବଢ଼ିବାରେ ଲାଗିଛି। ଗତକାଲି ହୋଇଥିବା ପ୍ରାୟ ୨ ଶହ କୋଭିଡ୍‌ ନମୁନା ପରୀକ୍ଷାରୁ ଉପବାଚସ୍ପତି, ୩ ମନ୍ତ୍ରୀ ଓ ବିଧାୟକଙ୍କୁ ମିଶାଇ ସମୁଦାୟ ୧୨ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏହାସହ ୩୬ଜଣ କର୍ମଚାରୀ, ସାମ୍ବାଦିକ ମଧ୍ୟ ପଜିଟିଭ୍ ଚିହ୍ନଟ […]

Social media & sharing icons powered by UltimatelySocial