ଏଲ୍‌ଏସି ବିବାଦ: ଚୀନର ମୁକାବିଲା ପାଇଁ ସୀମାରେ ଦୂରଗାମୀ ମିସାଇଲ୍‌ ନିୟୋଜିତ କଲା ଭାରତ

ସୀମାରେ ଦୂରଗାମୀ ମିସାଇଲ୍

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ଥମିବାର ନାଁ ଧରୁନି। ଲାଇନ୍‌ ଅଫ୍‌ ଆକ୍ଚୁଆଲ୍‌ କଣ୍ଟ୍ରୋଲ୍‌(ଏଲ୍‌ଏସି)ରେ ଚୀନ ସେନା ଏକ ମିସାଇଲ୍‌ ନିୟୋଜିତ କରିବା ପରେ ତାହାର ପ୍ରତିଜବାବ ଦେଇ ଭାରତୀୟ ସେନା ସୀମାରେ ଘରୋଇ ସବ୍‌ସୋନିକ ମିସାଇଲ୍‌ ‘ନିର୍ଭୟ’କୁ ନିୟୋଜିତ କରିଛି। ଯାହାକି ଚୀନ୍ ସଶସ୍ତ୍ର ବାହିନୀ ଦ୍ୱାରା ମିସାଇଲ୍‌ ନିୟୋଜନକୁ ପ୍ରତିହତ କରିବ ବୋଲି ସୂଚନା ରହିଛି। ‘ନିର୍ଭୟ’ ହେଉଛି ଏକ ସର୍‌ଫେସ୍‌-ଟୁ-ସର୍‌ଫେସ୍(ଭୂପୃଷ୍ଠରୁ ଭୂପୃଷ୍ଠ)‌ ମିସାଲଇଲ୍‌। ଯାହାକି ୧ ହଜାର କିଲୋମିଟର ପର୍ଯ୍ୟନ୍ତ ପହଞ୍ଚି ପ‌ାରିବାରେ ସାମର୍ଥ୍ୟ ରଖେ। ଏହା ଭୂମିଠାରୁ ୧୦୦ ମିଟରରୁ ନେଇ ୪ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ। ଭାରତୀୟ ସେନା ଦ୍ୱାର ନିୟୋଜିତ ଏହି ଦୂରଗାମୀ‌ ମିସାଇଲ୍‌ ସର୍ବକାଳୀନ ପାଣିପାଗକୁ ସୁହାଇବ। ଏହା ଚୀନର ତିବ୍ଦତ ଅଞ୍ଚଳ ପର୍ଯ୍ୟନ୍ତ ଟାର୍ଗେଟ କରିବାକୁ ସକ୍ଷମ ହୋଇଥିବାରୁ ମିସାଇଲ୍‌ଟି ଚୀନ ପାଇଁ ଏକ ବଡ଼ ବିପଦ ବୋଲି କୁହାଯାଇପାରେ। ଡିଫେନ୍ସ ରିସର୍ଚ ଆଣ୍ଡ୍‌ ଡେଭଲ୍‌ପମେଣ୍ଟ ଅର୍ଗାନାଇଜେସନ୍‌(ଡିଆର୍‌ଡିଓ) ଦ୍ୱାରା ବିକଶିତ ଏହି ମିସାଇଲ୍ ‘ନିର୍ଭୟ’‌ ୨୦୧୩ ମସିହାରୁ ଏବେ ଯାଏ ପରୀକ୍ଷଣରେ ଥିଲା। ପ୍ରଥମ ଥର ପାଇଁ ଭାରତୀୟ ସେନା ଏଲ୍‌ଏସିରେ ଏକ ସ୍ବଦେଶୀ ମିସାଇଲ୍‌ ନିୟୋଜିତ କରିଥିବା ଦେଖିବାକୁ ମିଳିଛି। ନିକଟରେ ଏଲ୍‌ଏସିର କିଛି ସାଟେଲାଇଟ୍‌ ଫଟୋଚିତ୍ରରୁ ଦେଖିବାକୁ ମିଳିଥିଲା ଯେ ଚୀନ ତିବତର ଏକ ନୂଆ ଅଞ୍ଚଳରେ ସର୍‌ଫେସ୍‌-ଟୁ-ଏୟାର୍‌(ଭୂପୃଷ୍ଠରୁ ବାୟୁ) ମିସାଇଲ୍‌ ନିୟୋଜିତ କରିଛି। ଚୀନର ଏହି ମିସାଇଲ୍‌କୁ ଫଟୋରେ ଦେଖିବା ପରେ ଏହାର ମୁକାବିଲା କରିବାକୁ ଭାରତୀୟ ସେନା ମଧ୍ୟ ପୂର୍ବ ଲଦାଖର ଅଗ୍ରଗାମୀ ସ୍ଥାନରେ ଅନେକ ଟ୍ୟାଙ୍କ୍‌ ନିୟୋଜିତ କରିବା ସହ ସଜାଗ ରହିଛି।

Share Now:

Kalinga News Beuro

Next Post

ହଟିଲା ଜବରଦଖଲ : ତିଆରି ହେବ ଟ୍ରାଫିକ୍‌ ଥାନା ଓ ସ୍ପୋର୍ଟସ କମ୍ପ୍ଲେକ୍ସ

Tue Sep 29 , 2020
ଭୁବନେଶ୍ୱର : ଶେଷରେ ଟ୍ରାଫିକ୍‌ ଥାନା ପାଇଁ ଚିହ୍ନଟ ହୋଇଥିବା ଜମିରୁ ଜବରଦଖଲ ହଟାଯାଇଛି। ଆଜି ବିଡିଏ ଓ ଖଣ୍ଡଗିରି ଥାନା ପୁଲିସର ମିଳିତ ଉଦ୍ୟମରେ ପାତ୍ରପଡ଼ା ମୌଜାସ୍ଥିତ ଏହି ଏକ ଏକର ପରିମିତ ଜମିକୁ ଜବରଦଖଲମୁକ୍ତ କରାଯାଇଛି। ଏହି ଜମିରେ ଥିବା ୮ଟି ଟିଣ ଘର ସମେତ ୩ଟି ଦୋକାନ ଓ ୭ଟି ଚାଳଘରକୁ ଉଚ୍ଛେଦ କରାଯାଇଛି। ଫଳରେ ପାତ୍ରପଡ଼ାରେ ହେବାକୁ ଥିବା ଟ୍ରାଫିକ୍ ଥାନା ନିର୍ମାଣ କାମ […]
ଜବରଦଖଲ ହଟିଲା

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial