ଭଦ୍ରକ: ଜିଲ୍ଲାର ବାସୁଦେବପୁର ତହସିଲ ପରିସରରେ ଜଣେ ଯୁବକ ଆଜି ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଆର୍ତ୍ତୁଙ୍ଗ ଗ୍ରାମର ବୃନ୍ଦାବନ ଦାସଙ୍କ ପୁଅ ଶିବାଜୀ (୨୩) ଗତ ୩ ମାସ ତଳେ ପୈତୃକ ସମ୍ପତ୍ତି ଭାଗ ବଣ୍ଟା କରିବାକୁ ନେଇ ତହସିଲ କାର୍ଯ୍ୟାଳୟକୁ ଅନେକ ଥର ଯାଇଥିଲେ। ତହସିଲ କାର୍ଯ୍ୟାଳୟକୁ ବହୁବାର ଦୌଡ଼ିବା ସହିତ ଖର୍ଚ୍ଚାନ୍ତ ହୋଇଥିଲେ। ମାତ୍ର […]

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ନକ୍ସଲ କମାଣ୍ଡରର ମୃତ୍ୟୁ ହୋଇଛି। ବିଶେଷ ସୂତ୍ରରୁ ଜିଲ୍ଲା ପୁଲିସ, ଡିଆରଜି ଯବାନ କଟେକଲ୍ୟାଣ ଥାନା ଅନ୍ତର୍ଗତ ଜବରାମେଟ୍ଟା ଗ୍ରାମ ନିକଟସ୍ଥ ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ଖବର ପାଇ ଗତକାଲି ରାତିରେ ଚଢଉ କରିଥିଲେ। ନକ୍ସଲମାନେ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ଏହାର ପାଲଟା […]

ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ କୋର୍ଟରେ ଜୁଲାଇ ୨୩ ତାରିଖରେ ପୃଥକ ପୃଥକ ଦୁଇଟି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଧମକ ମାମଲାର ଶୁଣାଣି ହୋଇଛି। ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପକ୍ସୋ କୋର୍ଟ ପ୍ରିଜାଇଡିଂ ଅଫିସର ମହେନ୍ଦ୍ର କୁମାର ସୂତ୍ରଧର ଦୁଇ ମାମଲାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡ ଓ ଜରିମାନା ଆଦେଶ କରିଛନ୍ତି। ଜଣେ ଦୁଷ୍କର୍ମକାରୀକୁ ୧୦ ବର୍ଷ ଓ ଅନ୍ୟ ଜଣକୁ […]

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ବିଜାପୁର ଜିଲ୍ଲାରେ ବର୍ତ୍ତମାନ ଲଗାଣ ବର୍ଷା ଲାଗି ରହିଛି। ବର୍ଷାରେ ମଧ୍ୟ ନକ୍ସଲଙ୍କ ଉତ୍ପାତ ବଢିଛି। ନକ୍ସଲ ଆଜି ସଂଧ୍ୟା ୫ଟା ବେଳେ ଏହି ଜିଲ୍ଲାର ପଦେଡା ଗ୍ରାମରେ ଜିଓ ଟାଵାର ବସାଇବା ପାଇଁ ନିୟୋଜିତ ଥିବା ତିନୋଟି ଜେସିବି ଗାଡିକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଛନ୍ତି। ଏଥିସହ ଏଠାରେ କାମ କରୁଥିବା କର୍ମଚାରୀଙ୍କୁ […]

ମାଲକାନଗିରି : ବର୍ଷା ଆଗମନ ସହ ଅଧିକ ଉଗ୍ର ହୁଅନ୍ତି ନକ୍ସଲ। ଘଞ୍ଚ ଜଙ୍ଗଲରେ ଲଗାଣ ବର୍ଷାରେ କମ୍ବିଂ ଅପରେସନ ପୁଲିସ ପାଇଁ ସେତେଟା ସହଜ ହୁଏ ନାହିଁ। ଏହାର ସୁଯୋଗ ନେଇ ନକ୍ସଲ ହିଂସା ଘଟାଇ ଚୁପଚାପ ଘଞ୍ଚ ଜଙ୍ଗଲକୁ ଚାଲିଯାନ୍ତି। ଯଦି ବି ପୁଲିସ ପିଛା କରି ଜଙ୍ଗଲକୁ ଯାଏ ସେତେବେଳକୁ ବହୁ ବିଳମ୍ବ ହୁଏ। ସେତିକି ସମୟ ମଧ୍ୟରେ ସୁରକ୍ଷିତ ଭାବେ ଆତ୍ମଗୋପନ କରିବାକୁ ସୁଯୋଗ […]

ନୂଆଦିଲ୍ଳୀ: ଦିଲ୍ଳୀର ରେଳ ‌ଷ୍ଟେସନ୍‌ ପରିସରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଏଠାରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସୂଚନା ରହିଛି ଯେ ୨ ଜଣ ରେଳ କର୍ମଚାରୀ ମହିଳାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ୨ ଜଣ ଦୁଷ୍କର୍ମ ହେଉଥିବା ରୁମ୍‌କୁ ଜଗି ରହିଥିଲେ। ଘଟଣାଟି ଶୁକ୍ରବାର ଭୋରୁ ଘଟିଥିବା ଦିଲ୍ଲୀ ପୁଲିସ୍‌ ସୂଚନା ଦେଇଛି। ଶୁକ୍ରବାର ରାତି ପ୍ରାୟ ୨:୩୦ ସମୟରେ ମହିଳା ପୁଲିସ୍‌କୁ ଫୋନ୍‌ […]

ହରିଆଣା: ହରିଆଣାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ହୋଟେଲ୍‌ ନିଜ ନାଁରେ ନକରିବାରୁ ଜଣେ ପୁଅ ବାପାମାଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହରିଆଣାର ଝଝର ରୋଡ୍‌ରେ ଥିବା ୱାର୍ଡ ୧୮ର ହୋଟେଲ୍‌କୁ ନିଜ ନାଁରେ କରିବାକୁ ପୁଅ ବାପାମାଆଙ୍କୁ କହିଥିଲା। ବାପାମାଆ ତା’ କଥା ନମାନିବାରୁ ସେ ରାଗରେ ଆସି ସେମାନଙ୍କୁ ଗୁଳି କରି ହତ୍ୟା କରିଛି।ଆଜି ଭୋର୍‌ ୪ଟାରୁ ଏହି ୨ଟି ହତ୍ୟା ବିଷୟରେ ତଥ୍ୟ […]

ବାଲେଶ୍ବର : ଦିନ ଦ୍ବିପ୍ରହରରେ ବ୍ୟାଙ୍କରୁ ଲୁଟ୍‌ ହୋଇଛି। ବ୍ୟାଙ୍କ ଭିତରକୁ ଦୁର୍ବୃତ୍ତମାନେ ପ୍ରବେଶ କରି ଆତତାୟୀ ସୃଷ୍ଟି କରିଛନ୍ତି। ଦୁର୍ବୃତ୍ତମାନେ ୧୪ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକର ବରୁଣଗଡ଼ିଆସ୍ଥିତ ବ୍ୟାଙ୍କ୍‌ ଅଫ୍‌ ବରୋଦାରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରେ ବ୍ୟାଙ୍କରୁ ଲୁଟ୍‌ ହୋଇଛି। ଆଜି ଅପରାହ୍ନ […]

ଭୁବନେଶ୍ବର : ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର ବା ରାଜ୍ୟ ଫୋରେନ୍‌ସିକ୍ ଲାବରେଟୋରି(ଏସ୍‌ଏଫ୍‌ଏସ୍‌ଏଲ୍‌)ରୁ ଏକ ହତ୍ୟାକାଣ୍ଡ ପରୀକ୍ଷା ଫାଇଲ୍‌ ଗାଏବ ହୋଇଯିବା ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏକ ଅସାମାହିତ ହତ୍ୟାକାଣ୍ଡର ପରୀକ୍ଷା ଫାଇଲ୍‌ କଡ଼ା ସୁରକ୍ଷା ବଳୟରୁ ଗାଏବ୍ ହେବା ଭଳି ଅବିଶ୍ବସନୀୟ ଘଟଣାକୁ କେହି ବି ସହଜରେ ଗ୍ରହଣ କରିପାରୁନାହାନ୍ତି। ହତ୍ୟାକାଣ୍ଡର ଶିକାର ହୋଇଥିବା ଶାନ୍ତିଲତା ମଲ୍ଲିକଙ୍କ ପରିବାର ଲୋକେ ଏଥିରେ ବେଶି ମର୍ମାହତ […]

ଚେନ୍ନାଇ : ତାମିଲନାଡ଼ୁର ଏକ ଜୈନ ମନ୍ଦିରରୁ ସୁନା ଅଳଙ୍କାର ଚୋରି କରବା ଅଭିଯୋଗରେ ଉକ୍ତ ମନ୍ଦିରର ପୂଜକ ଗିରଫ ହୋଇଛି। ଏହି ଘଟଣାଟି ଘଟିଛି ଚେନ୍ନାଇର କିଲପକ୍ ଅଂଚଳରେ। ଗିରଫ ହୋଇଥିବା ପୂଜକର ନାଁ ବିଜୟ ରାଓ୍ବଲ। ସେ ଗୁଜୁରାଟର ମୂଳ ବାସିନ୍ଦା। ସେ ଉକ୍ତ ଜୈନ ମନ୍ଦିରରେ ଜଣେ ପୂଜକ ଭାବେ କାମ କରୁଥିଲା। ସେ ଚୋରି କରିଥିବା ସାମଗ୍ରୀ ମଧ୍ୟରେ ରହିଛି ସ୍ବର୍ଣ୍ଣ ଅଳଙ୍କାର, ଏକ […]

Social media & sharing icons powered by UltimatelySocial