୩୦୨ ଷ୍ଟଲ୍‌ରେ ୨୨ରାଜ୍ୟର କାରିଗରଙ୍କ ହାତ ତିଆରି ଉତ୍ପା‌ଦ ଭୁବନେଶ୍ବର: ଗୋଟିଏ ପଡ଼ିଆରେ ପ୍ରଦର୍ଶିତ ହେଉଛି ରାଜ୍ୟର ୩୦ ଜିଲ୍ଲା ସମେତ ଦେଶର ପ୍ରାୟ ୨୨ଟି ରାଜ୍ୟର ଗ୍ରାମୀଣ କାରିଗରୀ ଓ କଳାକୌଶଳ। ଛତିଶଗଡ଼ର ଟସର, ଆସାମ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ବେତ ତଥା ବାଉଁଶରୁ ପ୍ରସ୍ତୁତ ସାମଗ୍ରୀ, ପଶ୍ଚିମବଙ୍ଗର ହସ୍ତତନ୍ତ ଓ ଝୋଟ ସାମଗ୍ରୀ, ମଣିପୁରର ଡ୍ରାଏ ଫ୍ଲାୱାର, ଗୁଜରାଟ କାରିଗରଙ୍କ ଘର ସାଜସଜ୍ଜା ଓ ସାଲ୍ […]

ଗୋଟିଏ ଦିନରେ ପ୍ରାୟ ୭ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ ନୂଆଦିଲ୍ଲୀ: ଓମିକ୍ରନ ଭୟରେ ଆଜି ଭାରତୀୟ ସେୟାର ବଜାର ଦୋହଲି ଯାଇଛି। ଗୋଟିଏ ଦିନରେ ୭ଲକ୍ଷ କୋଟି ଟଙ୍କା ହରାଇଛନ୍ତି ନିବେଶକ। ଆଜି ସେନସେକ୍ସ ୧୧ଶହ ୯୦ପଏଣ୍ଟ ତଳକୁ ଖସିଛି। ନିଫଟିରେ ମଧ୍ୟ ୩୭୧ପଏଣ୍ଟ ହ୍ରାସ ହୋଇଛି। ଦୁଇ ଦିନରେ ନିବେଶକ ହରାଇଲେଣି ପ୍ରାୟ ୧୧ ଲକ୍ଷ କୋଟି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ, ଧୀରେ ଧୀରେ […]

ରାଉରକେଲା: ଦ୍ଵିତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଛି। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ନୂଆଗାଁ ବ୍ଲକ ଅନ୍ତର୍ଗତ କର୍କଟନାସା ପଞ୍ଚାୟତର ପଟବଠାରେ ଶୁକ୍ରବାର ଦିନ ଏହି ଟିଫିନ୍ ସେଣ୍ଟର ଖୋଲିଛି। ଏହାକୁ ନୂଆଗାଁ ସିଡିପିଓ ସାବିତ୍ରୀ ରଣା ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟରର ପରିଚାଳନା ଦାୟିତ୍ୱ ସ୍ଥାନୀୟ କୁନି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ […]

ବାତ୍ୟା ‘ଜୱାଦ’ ପ୍ରଭାବରେ ଖାଉଟି ହନ୍ତସନ୍ତ ବାଲିଅନ୍ତା: ବାତ୍ୟା ‘ଜୱାଦ’ ପ୍ରଭାବରେ ଲୋକମାନଙ୍କର ଜୀବନଜୀବିକା ପ୍ରଭାବିତ ହୋଇଛି। ବର୍ଷା, ପବନ ମାଡ଼ରେ ବିଲବାଡ଼ିରେ କୋଶଳା, ଧନିଆ, ଲଙ୍କା, ମୂଳା, ପାଳଙ୍ଗ, ଝୁଡ଼ଙ୍ଗ ଓ ବିନ୍‌ ଆଦି ଲତାଜାତୀୟ ପରିବା ଫସଲ ନଷ୍ଟ ହୋଇଯାଇଛି। ଏଥିସହ କୁଶଭଦ୍ରା ଓ ଭାର୍ଗବୀ ଓ ଦୟା ନଦୀପଠା ଅଞ୍ଚଳରେ ଲାଗିଥିବା ବିଭିନ୍ନ ପରିବା ଫସଲ ଉଜୁଡ଼ି ଯାଇଛି। ସ୍ଥାନୀୟ ନୂଆସାହି, କୁଶୁପଦା, ଝିଣ୍ଟିଶାସନ, ବାୟାଁପଦା, […]

ନୂଆଦିଲ୍ଲୀ : ଦେଶର ସବୁ ପ୍ରକାରର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମହଙ୍ଗା ହୋଇଚାଲିଛି। ଏବେ ଏଥିରେ ଯୋଡ଼ି ହୋଇଛି ଟେଲିକମ ସେବା ପରି ଏକ ଅତି ଜରୁରୀ ସେବା। ଦେଶର ପ୍ରମୁଖ ଟେଲିସେବା ଯୋଗାଣକାରୀ କମ୍ପାନି ଭାରତୀୟ ଏୟାରଟେଲ ନିଜର ପ୍ରିପେଡ୍ ତାରିଫ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ବିଷୟରେ ଘୋଷଣା କରିଛି। କମ୍ପାନି ପକ୍ଷରୁ ଆଜି ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ୭୯ ଟଙ୍କା ପ୍ରିପେଡ […]

ନକଲି ସାମଗ୍ରୀର ଅମରାବତୀ ଜଗତପୁର ଶିଳ୍ପାଞ୍ଚଳ କଟକ: ରାଜ୍ୟ ସରକାରଙ୍କ ୧୯୮୦ ଶିଳ୍ପନୀତି ପ୍ରସ୍ତାବ (ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲ୍ୟୁସନ-୧୯୮୦) ଆଧାରରେ ରାଜ୍ୟରେ ଆରମ୍ଭ ହୋଇଥିଲା ଶିଳ୍ପ ବିପ୍ଳବ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନୂତନ ଶିଳ୍ପନୀତି ଓଡ଼ିଶାର ଶିଳ୍ପକୁ ଦେଇଥିଲା ସଂଜୀବନୀ। ହଜାରେ କୋଟି ବିନିଯୋଗ କରି ହଜାରେ ଦିନରେ ହଜାରେ ଶିଳ୍ପ ଗଢି ତୋଳିବାକୁ ସ୍ବର୍ଗତ ଜନାକୀବଲ୍ଲଭ ଯେଉଁ ଆହ୍ବାନ ଦେଇଥିଲେ ତାହା ଇତିହାସ ସୃଷ୍ଟି କରିଥିଲା। […]

ଭୁବନେଶ୍ବର: କେନ୍ଦ୍ର ସରକାର ଦର କମ୍ କରିବା ପରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସେ କହିଛନ୍ତି, ଇନ୍ଧନ ମୂଲ୍ୟ ବୃଦ୍ଧିରୁ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଆଜି ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ୩ ଟଙ୍କା ହ୍ରାସ କରାଯାଇଛି। ଏହା ନଭେମ୍ବର ୫ ତାରିଖ ମଧ୍ୟରାତ୍ରୀରୁ […]

ନୂଆଦିଲ୍ଲୀ: ଆଜି ଠାରୁ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ମୂଲ୍ୟ ୨୬୬ ଟଙ୍କା ବୃଦ୍ଧି ପାଇଛି। ସେହି ଅନୁସାରେ, ଦିଲ୍ଲୀରେ ପୂର୍ବରୁ ୧୭୩୪ ଟଙ୍କାରେ ମିଳୁଥିବା ‘ଏଲ୍‌ପିଜି’ ସିଲିଣ୍ଡର୍‌ ଏବେ ୨୦୦୦.୫୦ ଟଙ୍କାରେ ବିକ୍ରୟ ହେବ। ସେହିପରି, ମୁମ୍ବାଇରେ ୧୯ କିଲୋ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ୧,୯୫୦ ଟଙ୍କା, କୋଲ୍‌କାତାରେ ୨,୦୭୩.୫୦ ଟଙ୍କା ଏବଂ ଚେନ୍ନାଇରେ ୨,୧୩୩ ଟଙ୍କା ରହିଛି। ଆଶ୍ୱସ୍ତିର କଥା ଯେ, ପେଟ୍ରୋଲିୟମ୍‌ କମ୍ପାନିମାନେ ଘରେ ରୋଷେଇ ପାଇଁ […]

ନୂଆଦିଲ୍ଲୀ: ଆଜି ଦେଶରେ ପୁନର୍ବାର ଇନ୍ଧନ ଦର ବୃଦ୍ଧି ପାଇ ରେକର୍ଡସ୍ତରରେ ପହଞ୍ଚିଛି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ.୧୦୯.୨୫ ଓ ଡିଜେଲ୍‌ ଲିଟର୍‌ପିଛା ଟ.୧୦୫.୮୪ରେ ବିକ୍ରୟ ହେଉଛି। ଗତକାଲି ଠାରୁ ଆଜି ପେଟ୍ରେଲ୍‌ ୩୫ ପଇସା ଏବଂ ଡିଜେଲ୍‌ ୩୯ ପଇସା ବୃଦ୍ଧି ପାଇଛି। ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୮.୨୯ ଓ ଡିଜେଲ୍‌ ଲିଟର୍‌ପିଛା ଟ. […]

ଶୀତଳ ଭଣ୍ଡାର, ଫାଣ୍ଡି ପାଇଁ ଦାବି ଖଣ୍ଡଗିରି: ରାଜଧାନୀସ୍ଥିତ ଆଇଗିଣିଆ ଅଣଉତ୍ପାଦନ ପାଇକାରୀ ବିପଣନ କେନ୍ଦ୍ର ପ୍ରତିଷ୍ଠାର ୩୦ ବର୍ଷ ବିତିଲା କିନ୍ତୁ ଏହା ରକ୍ଷଣାବେକ୍ଷଣ ଏବଂ ଆବଶ୍ୟକତା ପୂରଣକୁ ପ୍ରଶାସନ ଭୁଲି ଯାଇଥିବା ନେଇ ଅଭିଯୋଗ କରିଛି କୁବେରପୁରୀ ବ୍ୟବସାୟୀ ସଂଘ। ଏ ସଂକ୍ରାନ୍ତରେ ବିଭିନ୍ନ ସମୟରେ ପ୍ରଶାସନକୁ ଦାବିପତ୍ର ଦିଆଯାଉଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦିଆଯାଉନଥିବା କହିଛନ୍ତି ସଂଘ ସମ୍ପାଦକ ଶକ୍ତି ମିଶ୍ର। ବ୍ୟବସାୟୀ ସଂଘର ସୂଚନା […]

Social media & sharing icons powered by UltimatelySocial