ଦେଶରେ ଆଜି ପୁଣି ବଢ଼ିଲା ଇନ୍ଧନ ଦର : ଭୁବନେଶ୍ୱରରେ ଟ.୧୦୯/- ଟପିଲା ପେଟ୍ରୋଲ୍‌

ଇନ୍ଧନ ଦର ବୃଦ୍ଧି

ନୂଆଦିଲ୍ଲୀ: ଆଜି ଦେଶରେ ପୁନର୍ବାର ଇନ୍ଧନ ଦର ବୃଦ୍ଧି ପାଇ ରେକର୍ଡସ୍ତରରେ ପହଞ୍ଚିଛି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ.୧୦୯.୨୫ ଓ ଡିଜେଲ୍‌ ଲିଟର୍‌ପିଛା ଟ.୧୦୫.୮୪ରେ ବିକ୍ରୟ ହେଉଛି। ଗତକାଲି ଠାରୁ ଆଜି ପେଟ୍ରେଲ୍‌ ୩୫ ପଇସା ଏବଂ ଡିଜେଲ୍‌ ୩୯ ପଇସା ବୃଦ୍ଧି ପାଇଛି। ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୮.୨୯ ଓ ଡିଜେଲ୍‌ ଲିଟର୍‌ପିଛା ଟ. ୯୭.୦୨ରେ ବିକ୍ରୟ ହେଉଛି। ମୁମ୍ବାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୧୪.୧୪ ଥିବା ବେଳେ ଡିଜେଲ୍‌ ଲିଟର୍‌ପିଛା ଟ.୧୦୫.୧୨ରେ ବିକ୍ରୟ ହେଉଛି। ଚେନ୍ନାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ.୧୦୫.୧୩ରେ କିଣା ଯାଉଥିବା ବେଳେ ଡିଜେଲ୍‌ ଲିଟର୍‌ପିଛା ଟ.୧୦୧.୨୫ରେ କିଣା ଯାଉଛି। କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ.୧୦୮.୭୮ ଥିବା ବେଳେ ଡିଜେଲ୍‌ ଲିଟର୍‌ପିଛା ଟ.୧୦୦.୧୪ରେ ବିକ୍ରୟ ହେଉଛି। ଭାରତ ପେଟ୍ରୋଲିୟମ୍‌, ଇଣ୍ଡିଆନ୍‌ ଅଏଲ୍‌ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ସମେତ ତୈଳ ବିପଣନ କମ୍ପାନିମାନଙ୍କଦ୍ୱାରା ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ସଂଶୋଧନ କରାଯାଏ। ସୂଚନାଯୋଗ୍ୟ, ପ୍ରତିଦିନ ସକାଳ ୬ଟା ବେଳେ ସଂଶୋଧିତ ଇନ୍ଧନ ମୂଲ୍ୟ ଲାଗୁ କରାଯାଏ। କ୍ଷେତ୍ର ବିଶେଷରେ ‘ଭ୍ୟାଟ୍‌’, ସ୍ଥାନୀୟ ଟିକସ ଏବଂ ପରିବହନ ବ୍ୟୟକୁ ଚାହିଁ ବିଭିନ୍ନ ରାଜ୍ୟ ଓ ସହରଗୁଡ଼ିକରେ ଇନ୍ଧନ ଦରରେ ପାର୍ଥକ୍ୟ ଦେଖା ଦେଉଛି।

Share Now:

Kalinga News Beuro

Next Post

ହିନ୍ଦୁ ଧର୍ମରେ ଦୀକ୍ଷିତ ହେଲେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ କନ୍ୟା

Thu Oct 28 , 2021
ଜାକର୍ତ୍ତା: ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ କନ୍ୟା ସୁକମାବତୀ ସୁକର୍ଣ୍ଣପୁତ୍ରୀ (୬୯) ଇସ୍‌ଲାମ ଧର୍ମ ଛାଡ଼ି ହିନ୍ଦୁଧର୍ମ ଗ୍ରହଣ କରିଛନ୍ତି। ବାଲିର ବୁଲେଙ୍ଗସ୍ଥିତ ସୁକର୍ଣ୍ଣୋ ସେଣ୍ଟର ହେରିଟେଜ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରୀତିନୀତି ଅନୁଯାୟୀ ସୁକମାବତୀ ଧର୍ମ ପରିବର୍ତ୍ତନ କରିଥିଲେ। ଏହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ପୂଜାରୀ ମନ୍ତ୍ର ଉଚ୍ଚାରଣ କରି ସୁକମାବତୀଙ୍କ ଉପରେ ପବିତ୍ର ଜଳ ସିଞ୍ଚନ କରିଥିଲେ। ପରମ୍ପରା ଅନୁଯାୟୀ ଆଳତି […]
ସୁକମାବତୀ ସୁକର୍ଣ୍ଣପୁତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial