କଟକ: ଓଡ଼ିଶା ଜୁଡିସିଆଲ ସର୍ଭିସ୍‌(ଓଜେଏସ୍‌) ପରୀକ୍ଷାଫଳ ପ୍ରକାଶ ପାଇଛି। ସିଭିଲ ଜଜ୍‌ ପଦରେ ନିଯୁକ୍ତି ପାଇଁ କୃତକାର୍ଯ୍ୟ ହୋଇଥିବା ୧୧୦ ଜଣ ପ୍ରାର୍ଥୀଙ୍କ ନାମ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ସୁପାରିସ କରାଯାଇଛି। ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ବିଚାରାଧୀନ ମାମଲା (ଡବ୍ଲୁପି(ସି) ନମ୍ବର ୧୮୫୨୧/ ୨୦୧୭)ର ଫଳାଫଳ ଉପରେ ପରୀକ୍ଷାଫଳର ଭବିଷ୍ୟତ ନିର୍ଭର କରିବ ବୋଲି ଓପିଏସସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ୧୧୦ଟି ସିଭିଲ ଜଜ୍‌ […]

ପୁରୀ : ପ୍ରତିଷ୍ଠା ଦିବସ ନାଁରେ ଶକ୍ତି ପ୍ରଦର୍ଶନ ପାଇଁ ଏହିଭଳି ସୁଯୋଗ ବିଜେଡି ଛାଡ଼ିବାକୁ ଚାହିଁ ନଥିଲା। ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ବିଜେଡି ପତାକା, ତୋରଣ, ବିଜୁ ଓ ନବୀନଙ୍କ ଫଟୋ ଛାଇ ଯାଇଥିଲା। ଏହି ୬୦କିମି ରାସ୍ତା ଆଜି ପୂରା ବିଜେଡି କବ୍‌ଜାରେ ଥିବା ଭଳି ଅନୁଭୂତ ହେଉଥିଲା। ବିଭିନ୍ନ ଛକରେ ମହିଳାମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ହୁଳହୁଳି ସହ ଫୁଲ […]

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷା ଓ ଅନେକ ବିବାଦର ଅନ୍ତ ଘଟାଇ ଆଜି ପୂର୍ବାହ୍ନରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଲଭୂଷଣ ଯାଦବଙ୍କୁ ଭେଟିବା ପାଇଁ ତାଙ୍କ ମା’ ଓ ପତ୍ନୀଙ୍କୁ ସୁଯୋଗ ପ୍ରଦାନ କରିବା ପରେ, ନିଜ ସ୍ଥିତିକୁ ସୁଧାରିବା ପାଇଁ ପାକିସ୍ତାନ ଯେଉଁ ପ୍ରକାରର ହୀନ ଉଦ୍ୟମ ଆରମ୍ଭ କରିଛି, ତା’କୁ ନେଇ ବିଶ୍ୱ ବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇ ଯାଇଛି। କାରଣ, ପାକିସ୍ତାନ ବୈଦେଶିକ […]

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲ ସହରରେ ସୋମବାର ଏକ ବଡ଼ଧରଣର ଆତ୍ମଘାତୀ ଆକ୍ରମଣ ହୋଇଛି। ଏଥିରେ ଅନ୍ୟୂନ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ନିଜକୁ ଦାୟୀ କରିଛି। ଖବର ମୁତାବକ, ସକାଳ ପ୍ରାୟ ୮ଟାରେ ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟ(ଏନ୍‌ଡିଏସ୍‌) ସମ୍ମୁଖରେ ଏକ ଦୁର୍ବୃତ୍ତ ନିଜ ଦେହରେ ବୋମା ଖଞ୍ଜି ବିସ୍ଫୋରଣ କରାଇଥିଲା। ଉଲ୍ଲେଖଯୋଗ୍ୟ, […]

ଚେନ୍ନାଇ: ତାମିଲନାଡ଼ୁର ବହୁ ଗୁରୁତ୍ୱପୂର୍ଣ୍ଣ ଆର୍‌କେ ନଗର ଉପନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହେବା ପରେ ଏଆଇଏଡିଏମ୍‌କେ ପ୍ରତିଶୋଧ ପରାୟଣ ହୋଇଛି। ବିଜୟୀ ସ୍ୱାଧୀନି ପ୍ରର୍ଥୀ ତଥା ଦଳର ବଦ୍ରୋହୀ ନେତା ଦିନାକରନ୍‌ଙ୍କୁ ସମର୍ଥନ କରିଥିବା ଅଭିଯୋଗରେ ଆଜି ୯ କର୍ମକର୍ତ୍ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଜିଲ୍ଲା ସମ୍ପାଦ ପି ଭର୍ଟିବେଲ୍‌, ଏନଜି ପାର୍ଥିବନ୍‌, ଏମ୍‌ ରେଙ୍ଗାସ୍ୱାମୀ ଏବଂ ଥାଙ୍ଗାତାମିଲସେଲଭନ୍‌ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ […]

କାଇରୋ: ପୂର୍ବୋତ୍ତର ଇଜିପ୍ଟର ସାରକୀୟା ଅଞ୍ଚଳରେ ଥିବା ଏକ ଆତଙ୍କବାଦୀ ଶିବିର ଉପରେ ସୁରକ୍ଷାକର୍ମୀଙ୍କ ଚଢ଼ଉ ଫଳରେ ୯ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ପୂର୍ବରୁ ସୂଚନା ପାଇ ଏକ କୃଷି କ୍ଷେତ୍ରରେ ଲୁଚି ରହିଥିବା ଏହି ଆତଙ୍କବାଦୀଙ୍କ ଉପରେ ସୁରକ୍ଷାକର୍ମୀମାନେ ଅତର୍କିତ ଆକ୍ରମଣ କରିଥିଲେ। ଉଭୟ ପକ୍ଷରୁ ଭୀଷଣ ଗୁଳି ବିନିମୟ ଘଟିଥିବା ବେଳେ ଘଟଣାସ୍ଥଳରେ ୯ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ଜୟପୁର : ପୂର୍ବତନ ପ୍ରଧାନମନ୍ତ୍ରୀ ‘ଭାରତ ରତ୍ନ’ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ୯୩ ବର୍ଷ ପୂରିଛି। ଦେଶବ୍ୟାପୀ ତାଙ୍କ ଜନ୍ମଦିନ ପାଳିତ ହୋଇଯାଇଥିବା ବେଳେ ଏହାକୁ ସ୍ମରଣୀୟ କରିବା ଲାଗି ଉତ୍ତରପ୍ରଦେଶ ସରକାର ୯୩ ଜଣ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ସୂଚନା ଥାଉ କି, ୧୯୨୪ ଡିସେମ୍ବର ୨୫ରେ ଗ୍ଵାଲିଅରରେ ଜନ୍ମ ହୋଇଥିବା ବାଜପେୟୀଙ୍କ ଜନ୍ମଦିନକୁ ୨୦୧୪ ମସିହାରୁ ‘ଗୁଡ୍‌ ଗଭର୍ଣ୍ଣାନ୍ସ ଡେ’ ବା ସୁପ୍ରଶାସନ ଦିବସ ଭାବେ […]

ଜୟପୁର : ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଳା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ଦେଖାଦେଇଥିବା ବିବାଦ ତୁଟିନଥିବା ବେଳେ ଫିଲ୍ମର ଶୁଭମୁକ୍ତି ପାଇଁ ଫିଲ୍ମ ନିର୍ମାତାମାନେ ଆଶା ବାନ୍ଧି ବସିଛନ୍ତି। ଫିଲ୍ମଟିକୁ ପୁଙ୍ଖାନୁପୁଙ୍ଖ ଦେଖି ତାହାର କଥାବସ୍ତୁକୁ ତର୍ଜ୍ଜମା କରିବା ଲାଗି ସିବିଏଫ୍‌ସି ଏକ ଐତିହାସିକମଣ୍ଡଳୀ ଗଠନ କରିଛନ୍ତି। ତେବେ ଏହି ମଣ୍ଡଳୀର ଐତିହାସିକ ତଥା ଜୟପୁର ଅଗ୍ରଓ୍ଵାଲ ସ୍ନାତକୋତ୍ତର ମହାବିଦ୍ୟାଳୟର ଇତିହାସ ପ୍ରାଧ୍ୟାପକ ଆର୍‌ଏସ ଖଙ୍ଗାରୋତ୍‌ ଆଜି ଦେଇଥିବା […]

ଭୁବନେଶ୍ୱର,: ପୁରୀ ବିଜେଡି ପ୍ରତିଷ୍ଠା ଦିବସ ସମାବେଶରେ ଯୋଗଦେବେ ନାହିଁ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ହେଲେ, ତାଙ୍କ ନିର୍ବାଚନମଣ୍ଡଳୀର ଲୋକେ କିନ୍ତୁ ଯୋଗଦେବେ। ଏଥିପାଇଁ ୭୫ଟି ଗାଡିର ଆୟୋଜନ କରାଯାଇଛି। ଡାକ୍ତର ରାଉତ କହିଛନ୍ତି ଯେ ବର୍ତମାନ ପରିସ୍ଥିତିରେ ସେ ସମାବେଶରେ ଯୋଗଦେବାକୁ ଉଚିତ୍‌ ମଣୁନାହାନ୍ତି। ତାଙ୍କ ନିର୍ବାଚନମଣ୍ଡଳୀରୁ ଯେଉଁ କର୍ମୀ ଆସୁଛନ୍ତି, ସେମାନଙ୍କୁ ସେ ଟଙ୍କପାଣି ସାଇ ମନ୍ଦିର ନିକଟରେ […]

ପୁରୀ: ବଡ଼ଦିନ ଅବସରରେ ଆଜି ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଥିଲା। ଏହି ଭିଡ଼ ଭିତରେ ଶ୍ରୀମନ୍ଦିର ପରିସରରେ ଫଟୋ ଉଠାଇବା ବେଳେ ୯ଟି ମୋବାଇଲ ଜବତ କରାଯାଇଛି। ଗତକାଲି ୮ଟି ଜବତ କରାଯାଇଥିବା ବେଳେ ଦୁଇଦିନରେ ସର୍ବମୋଟ ୧୭ଟି ଜବତ କରାଯାଇଛି। ସେଗୁଡ଼ିକୁ ଯାଞ୍ଚ କରାଯିବା ପରେ ୨ଟି ମୋବାଇଲ୍‌ର ଫଟୋ ଇଣ୍ଟରନେଟ୍‌ରେ ଅପ୍‌ଲୋଡ଼୍‌ କରାଯାଇଥିବା ଜଣାପଡ଼ିଛି। ଦୁଇଟି ଯାକ ମୋବାଇଲ ପୂର୍ବଦିନ ଠାରୁ ଜବତ ହୋଇଛି। ଗୁଗୁଲ୍‌ ଡ୍ରାଇଭ୍‌ରୁ […]

Social media & sharing icons powered by UltimatelySocial