ନୂଆଦିଲ୍ଲୀ: ଜଗା-ବଳିଆଙ୍କ ଯୋଡ଼ାମୁଣ୍ଡ ଅଲଗା ପାଇଁ ସଫଳ ଅସ୍ତ୍ରୋପଚାରକୁ ଦୁଇ ମାସ ପୂରିଛି। ନିୟମିତ ବ୍ୟବଧାନରେ ଡାକ୍ତରୀ ଦଳ ସମସ୍ତ ପ୍ରକାର ଯାଞ୍ଚ କରି ତ୍ୱରିତ ପଦକ୍ଷେପ ନେଉଛନ୍ତି। ଏହା ଭିତରେ ଜଗା ସ୍ୱାସ୍ଥ୍ୟରେ କୌଣସି ବଡ଼ ଧରଣର ସମସ୍ୟା ଦେଖାଯାଇନାହିଁ। ସେ ଦ୍ରୁତ ଗତିରେ ଆରୋଗ୍ୟ ଲାଭ କରୁଛି। ଅପରପକ୍ଷେ, ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ଏମ୍ସ ସୂତ୍ରରୁ ଜଣାପଡ଼ିଛି।

ଭୁବନେଶ୍ୱର: ଉପକୂଳବର୍ତୀ ଚାଷୀଙ୍କ ପାଇଁ ଆଉ ଗୋଟିଏ ବିପର୍ଯ୍ୟୟ ଘନେଇ ଆସୁଛି। ଯଦି ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ସତ ହୁଏ, ତେବେ ଆସନ୍ତା ୩୦ ତାରିଖରୁ ତିନିଦିନ ଧରି ହେବାକୁ ଥିବା ଲଘୁଚାପ ବର୍ଷା ଉପକୂଳ ଚାଷୀଙ୍କ ବିଲରେ ଅମଳ ଅପେକ୍ଷାରେ ଥିବା ଧାନ ଫସଲକୁ ଉଜାଡ଼ି ଦେବା ନିଶ୍ଚିତ। ନୂଆବର୍ଷ ୨୦୧୮ର ରଙ୍ଗ ବି ଫିକା ପଡ଼ିବ। ପହିଲି ଦିନରୁ ଉପକୂଳବାସୀ ବର୍ଷାରେ ଜଡ଼ସଡ଼ ହେବାର ଡର ରହିଛି। […]

ଭୁବନେଶ୍ୱର: ପ୍ରଥମଥର ପାଇଁ ଭୁବନେଶ୍ୱର ବାହାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ସଚିବାଳୟ କ୍ୟାବିନେଟ୍‌ ପ୍ରକୋଷ୍ଠ ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ପୁରୀ ସର୍କିଟ ହାଉସରେ ପୂର୍ବାହ୍ନ ୧୧ଟାରେ ଏହି ବୈଠକରେ ଯୋଗଦେବେ। ବିଜେଡିର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ବୈଠକ ଡକାଯାଉଥିବାରୁ ସ୍ୱାଭାବିକ ଭାବେ ଏହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। ଆଗୁଆ ନିର୍ବାଚନକୁ ଲକ୍ଷ୍ୟ ରଖି ନବୀନ ଏହି ବୈଠକରେ କିଛି […]

କିଶୋରନଗର: ୨୦ ଫୁଟ୍‌ ଗଭୀର ବୋର୍‌େଓ୍ଵଲ ଖାତକୁ ଗଳିପଡ଼ିଲା ୩ ବର୍ଷର ଶିଶୁକନ୍ୟା। ଦୀର୍ଘ ୭ ଘଣ୍ଟାର ଜୀବନ ମରଣ ସଂଘର୍ଷ ପରେ ବଞ୍ଚିଗଲା ଜୀବନ। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଜାମୁନାଳି ପଞ୍ଚାୟତ ଗୋଳାସର ଗାଁରେ ସୋମବାର ପୂର୍ବାହ୍‌ଣରେ ଘଟିଥିଲା ଏହି ଅଭାବିତ ଘଟଣା। ଅତି ସତର୍କତାର ସହିତ ଖାତ ପାଖରୁ ସୁଡ଼ଙ୍ଗ ଖୋଳି ଶିଶୁକନ୍ୟାଟିକୁ ଉଦ୍ଧାର କରାଯିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଥିଲେ। ବୋର୍‌େଓ୍ଵଲ […]

ଚେନ୍ନାଇ: ଆଜି ଚେନ୍ନାଇ ଆର୍କେ ନଗର ବିଧାନସଭା ଉପନିର୍ବାଚନ ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଳଲିତାଙ୍କ ମୃତ୍ୟୁ ପରେ ଦୀର୍ଘଦିନ ଧରି ଏହି ଆସନଟି ଖାଲି ରହିଛି। ଅନେକ ଦିନର ବ୍ୟବଧାନ ପରେ ଏହି ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଆସନ୍ତାକାଲି ସକାଳ ୮ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ନିର୍ବାଚନରେ ୫୯ ଜଣ ପ୍ରାର୍ଥୀ ଲଢ଼ୁଥିବା ବେଳେ ଏଥିରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେବ। ଏଆଇଡିଏମ୍‌କେ ପକ୍ଷରୁ […]

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଭାରତୀୟ ରେଳ କର୍ମଚାରୀଙ୍କ ଦକ୍ଷତା ବିକାଶ ଲାଗି ହୋଇଛି ସରକାରଙ୍କ ଯୋଜନା। ଏଥିପାଇଁ ଗୁଜରାଟର ଭଦୋଦରାରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ଜାତୀୟ ରେଳ ଓ ପରିବହନ ବିଶ୍ୱବିଦ୍ୟାଳୟ। ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। ଭାରତୀୟ ରେଳବାଇର କାର୍ଯ୍ୟଦକ୍ଷତା ବୃଦ୍ଧି ଓ ମାନବ ସମ୍ବଳକୁ ଅଧିକ ଦକ୍ଷ କରିବା ଉଦ୍ଦେଶ୍ୟରେ ଏହି ବିଶ୍ୱବିଦ୍ୟାଳୟ […]

ଭୁବନେଶ୍ୱର : ରାଜ୍ୟରେ ୬୫୨୪ କୋଟି ବ୍ୟୟରେ ୧୯୮ଟି ବୃହତ୍‌ (ମେଗା) ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅର୍ଥ ମଂଜୁର କରିଛନ୍ତି। ସମସ୍ତ ପ୍ରକଳ୍ପ ମଧ୍ୟରୁ ୭୦ଟି ପ୍ରକଳ୍ପ ୨୦୧୮ ମାର୍ଚ ମାସ ଏବଂ ଆଉ ୪୦ଟି ପ୍ରକଳ୍ପ ଜୁନ୍‌ ମାସ ସୁଦ୍ଧା ସରିବ। ଅବଶିଷ୍ଟ ପ୍ରକଳ୍ପଗୁଡ଼ିକୁ ନିର୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତିି। ଏହି ପରିପ୍ରେକ୍ଷୀରେ […]

କଟକ : ବାରବାଟୀରେ ଭାରତୀୟ କ୍ରିକେଟ୍‌ ଦଳ ଶ୍ରୀଲଙ୍କାକୁୁ ଧୂଳି ଚଟାଇ ଟେ୍ଵଣ୍ଟି-୨୦ରେ ସର୍ବବୃହତ ବିଜୟ ହାସଲ କରିଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତର ୧୮୦ ରନ୍‌ର ଜବାବରେ ଶ୍ରୀଲଙ୍କା ମାତ୍ର ୮୭ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇ ୯୩ ରନରେ ପରାସ୍ତ ହୋଇଛି। ଟେ୍ଵଣ୍ଟି-୨୦ରେ ରନ୍‌ ବ୍ୟବଧାନରେ ଏହା ଭାରତର ସର୍ବବୃହତ ବିଜୟ। ଭାରତକୁ ଏହି ବିଜୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଯୁବ ସ୍ପିନର ୟୁଜବେନ୍ଦ୍ର […]

କୋରାପୁଟ : କମ୍ବିଂ ସାରି ଫେରୁଥିବା ବେଳେ ଓଲଟି ପଡିଲା ବିଏସଏଫ ଭ୍ୟାନ। ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟ ବନ୍ଦିକାରଠାରେ ଘଟିଥିବା ଏହି ଦୁର୍ଘଟଣାରେ ୧୫ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ କୋରାପୁଟ ମେଡିକାଲ କଲେଜରେ ଚିକିତ୍ସା କରାଯାଇଛି। ଲକ୍ଷ୍ମୀପୁରରେ ଥିବା ବିଏସଏଫ ୧୯୫ ବାଟାଲିୟନର ଯବାନମାନେ କମ୍ବିଂ ଅପରେସନରେ ଯାଇଥିଲେ। ସେମାନେ କୋରାପୁଟ-ରାୟଗଡା […]

ନୂଆଦିଲ୍ଲୀ: ସ୍ୱାଧିନତା ସଂଗ୍ରାମୀ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ସହିଦ ମାନ୍ୟତା ନେଇ ଆବେଦନ ହୋଇଥିବା ଏକ ଜନସ୍ୱାର୍ଥ୍ୟ ମାମଲା କୋର୍ଟରେ ଖାରଜ ହୋଇଯାଇଛି। ଦିଲ୍ଲୀ ହାଇକୋର୍ଟରେ ଏହି ମାମଲା ଖାରଜ୍‌ ହୋଇଯାଇଛି। ମାମଲାର ଶୁଣାଣି ବେଳେ ସମ୍ପୃକ୍ତ ଆବେଦନକାରୀଙ୍କୁ କୋର୍ଟ ପ୍ରଶ୍ନ କରିଥିଲେ। କହିଥିଲେ ଆଇନର ବିଧିବ୍ୟବସ୍ଥାରେ ସେମିତି କିଛି ପ୍ରାବଧାନ ରହିଛି କି ଯେଉଁଥିରେ ସହିଦର ସ୍ୱିକୃତୀ ଦିଆଯାଇପାରିବ। ଅର୍ଥାତ ସମ୍ବିଧାନର କେଉଁ ନୀତିନିୟମ ଅଧାରରେ […]

Social media & sharing icons powered by UltimatelySocial