ନୂଆଦିଲ୍ଲୀ: ସମ୍ମାନଜନକ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼େଇରେ ବିଜେପି ବାଜି ମାରିଛି । ପୁଣିଥରେ ବିଜେପି ସରକାର ଉପରେ ଆସ୍ଥା ପ୍ରକଟ କରିଛନ୍ତି ଗୁଜରାଟ ଜନତା। କାମ ଦେଇଛି ମୋଦି ମ୍ୟାଜିକ। ଲଗାତାର ଷଷ୍ଠ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବ ବିଜେପି। ସେପଟେ ଆସନ ସଂଖ୍ୟା ବଢ଼ିଥିଲେ ବି ପୁଣିଥରେ ଚିତପଟାଙ୍ଗ ହୋଇଛି କଂଗ୍ରେସ। ନୋଟ୍ ବନ୍ଦୀ, ଜିଏସଟି ଓ ୩ ଯୁବନେତାଙ୍କୁ ନେଇ ବିଜେପି ବିରୋଧରେ ଜୋରସୋର […]

ସୋର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ନୂଆଗାଁ ଗ୍ରାମର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଗୌରାଙ୍ଗ ବାରିକ (୪୮)। ସେ ୫ ଏକର ଜମିରେ ଭାଗ ଚାଷ କରିଥିଲେ। ସେ ଗୋବିନ୍ଦପୁର ସୋସାଇଟିରୁ ୧୨ ହଜାର ଟଙ୍କା, ଔପଦା କୋଅପରେଟିଭ୍‌ ବ୍ୟାଙ୍କରୁ ୧୫ ହଜାର ଟଙ୍କା, ବନ୍ଧନ ସଂସ୍ଥାରୁ ୪୦ ହଜାର ଟଙ୍କା ଓ ସ୍ପନ୍ଦନ ସଂସ୍ଥାରୁ ୨୧ ହଜାର ଟଙ୍କା ଲୋନ୍ ଆଣି […]

ନବରଙ୍ଗପୁର: ମକାର ସହାୟକ ମୂଲ୍ୟ ବୃଦ୍ଧିଦାବିରେ ରାସ୍ତାକୁ ଓହ୍ଲାଇଲା ଚାଷୀ। ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ଭଣ୍ଡାରଘର ମନ୍ଦିର ପାଖରେ ଧାରଣାରେ ବସିଛନ୍ତି ଚାଷୀ । ମକା ମୂଲ୍ୟ କୁଇଣ୍ଟାଲ ପ୍ରତି ୧୪୨୫ ଟଙ୍କା ଧାର୍ଯ୍ୟ କରିବା ପ୍ରତିଶ୍ରୁତି ଦେଇ ପ୍ରଶାସନ ଭୂଆଁ ବୁଲାଉ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ମକା ବିକ୍ରି କରିବା ବେଳେ ଧାର୍ଯ୍ୟ ମୂଲ୍ୟ ଠାରୁ ବହୁ କମରେ ବେପାରୀ ମାଗୁଛନ୍ତି। ମକାଗଜା ହେବାକୁ […]

କଟକ: କଟକ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଯୋଗାଣ ବିଭାଗ ଓ ଓଜନ-ମାପ ବିଭାଗର ମିଳିତ ଚଢାଉ।  କେତେକ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ଓ କମ୍ ପରିମାଣର ତେଲ ବିକ୍ରି କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା।  ଚଢାଉ ବେଳେ ସିଡିଏର ଏକ ପେଟ୍ରୋଲ ପମ୍ପର ୨ଟି ପମ୍ପକୁ ସିଲ୍ କରାଯିବା ସହ ୪୦ ଲିଟର ଖୋଲା ପେଟ୍ରୋଲ୍ ଜବତ ହୋଇଛି । ଆଗକୁ କଟକ ଜିଲାର ବିଭିନ୍ନ ଅଂଚଳରେ […]

ମାଲକାନଗିରି : ମାଲକାନଗିରିରେ ଗତ କିଛି ଦିନ ହେଲା ବଢ଼ିବାରେ ଲାଗିଛି ନକ୍ସଲ ହିଂସା। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପରେ ଖଇରପୁଟ ବ୍ଲକର ବଣ୍ଡାଘାଟିକୁ ଟାର୍ଗେଟ୍‌ କରିଛନ୍ତି ନକ୍ସଲ। ଗତକାଲି ରାତିରେ ପ୍ରାୟ ୫୦ ସଶସ୍ତ୍ର ନକ୍ସଲ ଏଠାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ୮ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି। ଖଇରପୁଟ ବ୍ଲକର ବଣ୍ଡା ଘାଟିର ମୁଦୁଲିପଡା ଠାରୁ ଅଣ୍ଡ୍ରାହାଲ ପର୍ଯ୍ୟନ୍ତ ପ୍ରାୟ ୧୪ କିଲୋମିଟର ପକ୍କା ରାସ୍ତା ନିର୍ମାଣ କରାଯାଉଛି। […]

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରେଳବାଇରେ ଚାଲିଥିବା ଫ୍ଲେକ୍ସି ଫେୟାର ବ୍ୟବସ୍ଥାର ଅନୁଧ୍ୟାନ କରିବେ। କେବଳ ରେଳ ଟିକଟର ମୂଲ୍ୟ ବୃଦ୍ଧି ହେବ ନାହିଁ, ହୋଟେଲ ଓ ଏୟାରଲାଇନ୍ସ ଗୁଡ଼ିକ ଯେଭଳି ଗ୍ରାହକଙ୍କୁ ଟିକଟରେ ରିହାତି ପ୍ରଦାନ କରୁଛନ୍ତି ରେଳଯାତ୍ରୀମାନଙ୍କୁ ମଧ୍ୟ ସେଭଳି ଟିକଟରେ ରିହାତି ଦିଆଯିବାର ଯୋଜନା ରହିଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ରେଳବାଇ ପକ୍ଷରୁ ସଂଯୋଗ, ସମନ୍ଵୟ ଓ ବିଚାରବିମର୍ଶ ଶୀଷର୍କରେ ଦିବସବ୍ୟାପୀ […]

ବେଙ୍ଗାଲୁରୁ: ନୂଆବର୍ଷ ଉପଲକ୍ଷେ ବେଙ୍ଗାଲୁରରେ ହେବାକୁ ଥିବା ‘ସନ୍ନି ନାଇଟ୍‌’ କାର୍ଯ୍ୟକ୍ରମରେ ପର୍ଣ୍ଣଷ୍ଟାର୍‌ ଟର୍ଣ୍ଣଡ୍‌ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ ସାମିଲ୍‌ ହେଲେ ଆମେ ଗଣ ଆତ୍ମହତ୍ୟା କରିବୁ ବୋଲି କର୍ଣ୍ଣାଟକ ରକ୍ଷଣ ବୈଦିକ୍‌ ଯୁବ ସେନା ଧମକ ଦେବାପରେ ଏହି କାର୍ଯ୍ୟକ୍ରମରେ ସନ୍ନିଙ୍କ ଯୋଗଦାନ ଉପରେ ନିଷେଧାଦେଶ ଲଗାଇଛନ୍ତି କର୍ଣ୍ଣାଟକ ସରକାର। କର୍ଣ୍ଣାଟକର ଗୃହମନ୍ତ୍ରୀ ଆର୍‌.ରାମଲିଙ୍ଗା ରେଡ୍ଡୀ କହିଛନ୍ତି କି, ‘ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା […]

କୋଲ୍‌କାତା: ଭାରତୀୟ ମହିଳା ଟେନିସ୍‌ ତାରକା ସାନିଆ ମିର୍ଜା ଆସନ୍ତା ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଖେଳିବେନି। ତାଙ୍କ ଡାହଣ ଗୋଡ଼ ଆଣ୍ଠୁରେ ଆଘାତ ଲାଗିଥିବାରୁ ଏହି ପ୍ରତିଯୋଗିିିତାରେ ଭାଗ ନେବେ ନାହିଁ। ଜୟଦୀପ ମୁଖାର୍ଜୀ ଏକାଡେମିଠାରେ ଚାଲିଥିବା ପ୍ରେମ୍‌ଜିତ ଲାଲ୍‌ ଆମନ୍ତ୍ରଣୀୟ ଟେନିସ୍‌ ପ୍ରତିଯୋଗିତା ଅବସରରେ ସାନିଆ ଏନେଇ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ମୁଁ ମୋ ଡାକ୍ତରଙ୍କୁ ଦୁଇ ମାସ ତଳେ ଆଣ୍ଠୁ ଯନ୍ତ୍ରଣା ବିଷୟରେ […]

କଟକ: ଜାନୁଆରିରେ ହେବାକୁଥିବା ଓଡ଼ିଶା ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ ପାଇଁ ଶନିବାର ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ୮ ଦଳ ଏବିସି ୱାରିୟର୍ସ, ବାରବାଟୀ ଷ୍ଟାର୍ସ, ବଡ଼ବିଲ ଟାଇଗର୍‌, ଫାଲକନ୍‌ ଫାଇଟର୍ସ, ଢେଙ୍କାନାଳ ଡିଫେଣ୍ଡର୍ସ, କଳିଙ୍ଗ ଷ୍ଟାଇକର୍ସ, ଏଲ୍‌ବିଏନ୍‌ ଲାୟନ୍ସ ଓ ପୁରୀ ସ୍ମାଶ୍‌ କିଙ୍ଗ୍‌ ଅଂଶଗ୍ରହଣ କରୁଛନ୍ତି। ମାଲିକମାନେ ଶନିବାର କଟକ କ୍ଲବ୍‌ ଆନେକ୍ସ-୧ରେ ନିଲାମ ପ୍ରକ୍ରିୟାରେ ଏକାଧିକ ଖେଳାଳିଙ୍କୁ ଦଳରେ ନେଇଛନ୍ତି। ରାଜ୍ୟ ବ୍ୟାଡମିଣ୍ଟନ […]

ଦୁବାଇ: ଚଳିତ ଦୁବାଇ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ସହ ସେମିଫାଇନାଲ୍‌ରେ ପହଞ୍ଚିଥିବା ଭାରତୀୟ ଲଳନା ପିଭି ସିନ୍ଧୁ ବିଜୟ ଧାରା ଜାରି ରଖି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶନିବାର ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ ବିଶ୍ୱ ମାନ୍ୟତାର ତୃତୀୟ ସିନ୍ଧୁ ୨୧-୧୫, ୨୧-୧୮ ସିଧାସଳଖ ଗେମ୍‌ରେ ଚୀନ୍‌ ପ୍ରତିଦ୍ୱନ୍ଦ୍ୱୀ ଚେନ୍‌ ୟୁଫେଇଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ଜିତିବାକୁ ସିନ୍ଧୁଙ୍କୁ ୫୯ ମିନିଟ୍‌ ଲାଗିଥିଲା। […]

Social media & sharing icons powered by UltimatelySocial