ଗୁଜରାଟରେ ବିଜେପିର ବାଜିମାତ୍‌, କଡ଼ା ଟକ୍କର ସତ୍ୱେ କଂଗ୍ରେସ ପରାସ୍ତ

ନୂଆଦିଲ୍ଲୀ: ସମ୍ମାନଜନକ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼େଇରେ ବିଜେପି ବାଜି ମାରିଛି । ପୁଣିଥରେ ବିଜେପି ସରକାର ଉପରେ ଆସ୍ଥା ପ୍ରକଟ କରିଛନ୍ତି ଗୁଜରାଟ ଜନତା। କାମ ଦେଇଛି ମୋଦି ମ୍ୟାଜିକ। ଲଗାତାର ଷଷ୍ଠ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବ ବିଜେପି। ସେପଟେ ଆସନ ସଂଖ୍ୟା ବଢ଼ିଥିଲେ ବି ପୁଣିଥରେ ଚିତପଟାଙ୍ଗ ହୋଇଛି କଂଗ୍ରେସ। ନୋଟ୍ ବନ୍ଦୀ, ଜିଏସଟି ଓ ୩ ଯୁବନେତାଙ୍କୁ ନେଇ ବିଜେପି ବିରୋଧରେ ଜୋରସୋର ପ୍ରଚାର କରିଥିବା ରାହୁଲ ଗାନ୍ଧିଙ୍କ ରଣନୀତି ଫେଲ୍ ମାରିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବିଜୟ ଦଳର ମନୋବଳକୁ ବେଶ୍ ଦୃଢ଼ କରିଛି। ଗୁଜରାଟରେ ୧୮୨ ସିଟ୍‌ରୁ ବିଜେପିକୁ ୯୯ କଂଗ୍ରେସ ୭୯ ଏବଂ ଅନ୍ୟାନ୍ୟ ୪ଟି ଆସନ ପାଇଛନ୍ତି। ଗତ ୨୦୧୨ ନିର୍ବାଚନରେ ବିଜେପି ୧୧୬ ସିଟ୍‌ ପାଇଥିବା ବେଳେ କଂଗ୍ରେସ ୬୦ଟି ସିଟ୍‌ ପାଇଥିଲା। ବିଜୟ ପରେ ବିଜେପି ପକ୍ଷରୁ ବାଣ ଫୁଟାଇ ଖୁସି ମନାଯାଇଛି।

Share Now:

Kalinga News Beuro

Leave a Reply

Next Post

ରାଜନାଥଙ୍କ ରାହୁଲଙ୍କୁ କଟାକ୍ଷ

Tue Dec 19 , 2017
ନୂଆଦିଲ୍ଲୀ: ବିଜେପି ଜିତିଛି। ଖାଲି ଗୁଜୁରାଟରେ ନୁହେଁ ଏବେ ହିମାଚଳପ୍ରଦେଶରେ ବି ଉଡିବ ଗେରୁଆ ପାତାକା। ଯାହାକୁ ନେଇ ବେସ୍‌ ଉତ୍ସାହିତ ହୋଇ ଉଠିଛନ୍ତି ଭାଜପା ନେତା ଓ କର୍ମି। ୨ ରାଜ୍ୟରେ ଭାଜପାର ବିଜୟ ଉତ୍ସବ ପାଳନ କରାଯାଉଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। “ଘରେ ନ ପସୁଣୁ ଚାଳ ବାଜିଲାଣି” ବୋଲି କହି ରାଜନାଥ କଟାକ୍ଷ କରିଛନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial