ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ୯୭୯୩ ନୂଆ ପଜିଟିଭ ଚିହ୍ନଟ

ରାଜ୍ୟରେ କମିଲା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ହୋଇଛି ସଂକ୍ରମଣ। ୨୪ ଘଣ୍ଟାରେ ରାଜ୍ୟରେ ୯୭୯୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫ ହଜାର ୫୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ଅଛନ୍ତି ୪ ହଜାର ୨୫୯। ଖୋର୍ଦ୍ଧାରେ ସର୍ବାଧିକ ୧୫୧୧ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଦ୍ୱିତୀୟ ସ୍ଥାନରେ ରହିଛି। ଜିଲ୍ଲାରେ ୧୦୧୮ ମାମଲା ଚିହ୍ନଟ ହୋଇଛି। ସେହିଭଳି ଅନୁଗୁଳରେ ୫୨୬, କଟକରେ ୬୪୧, ଝାରୁସୁଗୁଡାରେ ୪୦୪, ନୂଆପଡାରୁ ୪୦୧ ନୂଆ ପଜିଟିଭ ମାମଲା ଆସିଛି। ସେହିପରି ଯାଜପୁରରୁ ୩୭୬, ସମ୍ବଲପୁରରେ ୩୫୬, ବଲାଙ୍ଗୀରରୁ ୩୪୨, ପୁରୀରୁ ୩୫୧, ନବରଙ୍ଗପୁରରୁ ୩୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୭ଟି ଜିଲ୍ଲାରେ ୩ଅଙ୍କ ଉପରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତିଙ୍କ ସଂଖ୍ୟା ୫ ଲକ୍ଷ ୫୪ ହଜାର ୬୬୬ ରହିଛି। ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୫୭ ହଜାର ୫୬୯ଜଣ। କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୯୪ ହଜାର ୮୨୯ ଜଣ। ସେହିପରି ଗୋଟିଏ ଦିନରେ ୧୮ଜଣଙ୍କ ଜୀବନ ନେଇଛି କରୋନା। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୨୧୫ ରହିଛି। ୪୬ ହଜାର ୨୪୧ ନମୁନା ପରୀକ୍ଷା କରାଯାଇଛି।

Share Now:

Kalinga News Beuro

Next Post

ପିଲାଙ୍କୁ ମାନସିକ ଅବସାଦରୁ ଦୂରେଇ ରଖନ୍ତୁ- ବିଶେଷଜ୍ଞ

Tue May 11 , 2021
ଭୁବନେଶ୍ବର : ଖରାଛୁଟି ଆସିଲେ ପିଲାଙ୍କ ମନରେ ଖୁସି ଉଙ୍କିମାରେ। ପାଠରୁ ବିରାମ ମିଳିବ, ଛୁଟିରେ ସମର୍‌କ୍ୟାମ୍ପ୍‌, ମାମୁଁ ଘର ବୁଲା ଓ ଗ୍ରୀଷ୍ମ ଭ୍ରମଣରେ ବହୁ ନୂଆ ନୂଆ ସ୍ଥାନ ବୁଲି ଦେଖିବାର ଅବକାଶ ସୃଷ୍ଟି ହେବ। ଏଥିସହ ସୁଇମିଂ କ୍ଲାସ୍‌, ସ୍କେଟିଂ, କରାଟେ, ନୃତ୍ୟ ଓ ଯୋଗ ଆଦି କେତେ କ’ଣ ନୂଆ କଥା ଶିଖିବାରେ ଖରା ଗରମର ବିରକ୍ତିକର ଦିନଗୁଡ଼ିକ ବେଶ୍‌ ଆରାମରେ କଟିଯିବ। କିନ୍ତୁ […]
ପିଲାଙ୍କୁ ମାନସିକ ଅବସାଦରୁ ଦୂରେଇ ରଖନ୍ତୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial