ଅବ୍ୟବହୃତ ମୋବାଇଲ ଫୋନ ଦାନ କରିବାକୁ ଅନୁରୋଧ କଲା ଝାଡ଼ଖଣ୍ଡ ପୁଲିସ

ଅବ୍ୟବହୃତ ମୋବାଇଲ ଫୋନ

ରାଞ୍ଚି: କରୋନା ମହାମାରୀ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ଏବେ ପିଲାମାନେ ଅନଲାଇନରେ ପାଠ ପଢୁଛନ୍ତି। ମୋବାଇଲ ବା ଲାପଟପ ମାଧ୍ୟମରେ ପିଲାମାନଙ୍କୁ ଅନଲାଇନ ଶିକ୍ଷା ଦିଆଯାଉଥିବାବେଳେ ଏମିତି ଅନେକ ପିଲା ଅଛନ୍ତି ଯାହାଙ୍କ ପାଖରେ ମୋବାଇଲ ଫୋନ ଖଣ୍ଡେ ମଧ୍ୟ ନାହିଁ। ଆଉ ଏହି ପିଲାମାନେ ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ରହୁଛନ୍ତି। ଏଭଳି ପିଲାମାନଙ୍କୁ ଅନଲାଇନ ଶିକ୍ଷା ଉପଲବ୍ଧ କରାଇବା ପାଇଁ ଝାଡ଼ଖଣ୍ଡ ପୁଲିସ ଏବେ ଏକ ଭିନ୍ନ ଉଦ୍ୟମ କରିଛି। ରାଜ୍ୟରେ ସରକାରୀ ବିଦ୍ୟାଳୟରେ ପ୍ରାୟ ୪୦ ଲକ୍ଷ ଗରିବ ପିଲା ଅଧ୍ୟୟନ କରୁଛନ୍ତି, ଯେଉଁମାନଙ୍କ ପାଖରେ ମୋବାଇଲ୍, ଲାପଟପ୍ ଭଳି ଡିଜିଟାଲ୍ ଉପକରଣ ନାହିଁ। ଗତ ଦେଢ଼ ବର୍ଷ ଧରି ସେମାନଙ୍କ ଅଧ୍ୟୟନ ବାଧାପ୍ରାପ୍ତ ହୋଇଛି। ଏହିପରି ଗରିବ ପିଲାମାନଙ୍କର ଅନଲାଇନ୍ ଶିକ୍ଷା ପାଇଁ ଝାଡ଼ଖଣ୍ଡ ପୁଲିସ, କମ୍ୟୁନିଟି ପୁଲିସିଙ୍ଗ ଅଧୀନରେ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛି। ଡିଜିପି ନୀରଜ ସିହ୍ନା ସମସ୍ତ ଜିଲ୍ଲାର ଏସପିମାନଙ୍କୁ ସାଧାରଣ ଲୋକଙ୍କୁ ସଚେତନ କରାଇବା ଏବଂ ସେମାନଙ୍କ ପୁରୁଣା ସ୍ମାର୍ଟଫୋନକୁ ପୁଲିସକୁ ଦାନ କରିବାକୁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଯାହା ଦ୍ୱାରା ପୁରୁଣା ମୋବାଇଲ ଗରିବ ପିଲାମାନଙ୍କ ନିକଟରେ ପହଞ୍ଚି ପାରିବ। ଡିଜିପି କହିଛନ୍ତି ଯେ ପ୍ରାୟତଃ ଲୋକମାନେ ସେମାନଙ୍କର ସ୍ମାର୍ଟଫୋନ୍, ଲାପଟପ୍ କିଛି ବର୍ଷ ବା ମାସ ବ୍ୟବହାର କରିବା ପରେ ନୂଆ ଫୋନ କିଣନ୍ତି। ପୁରୁଣା ଫୋନଗୁଡିକ ପ୍ରାୟତଃ ଘରେ ଅବହେଳିତ ହୋଇ ରହିଥାଏ। ତେବେ ଏହି ଫୋନଗୁଡିକୁ ଦେବା ଦ୍ୱାରା ପିଲାମାନଙ୍କର ଅନଲାଇନ ଶିକ୍ଷା ସମସ୍ୟା ଦୂର ହୋଇପାରନ୍ତା।

Share Now:

Kalinga News Beuro

Next Post

ଅଟକି ଗଲା ମୌସୁମୀ, ଜୁଲାଇ ୭ ପରେ ପୁଣି ସକ୍ରିୟ ହେବ : ଆଇଏମଡି ମହାନିର୍ଦ୍ଦେଶକ

Fri Jul 2 , 2021
ନୂଆଦିଲ୍ଲୀ : ଗତ ପ୍ରାୟ ୨ ସପ୍ତାହ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ଏକ ପ୍ରକାର ନିଷ୍କ୍ରିୟ ହୋଇଯାଇଛି। ଫଳରେ ଜୁନ ମାସ ଆରମ୍ଭରୁ ୩ୟ ସପ୍ତାହ ପର୍ୟ୍ୟନ୍ତ ଦେଶର ଅଧିକାଂଶ ଭାଗରେ ଭଲ ବର୍ଷା ହୋଇଥିବାବେଳେ ମାସ ଶେଷ ବେଳକୁ ବର୍ଷା ନିଅଣ୍ଟ ଦେଖାଦେଇଛି। ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ରିପୋର୍ଟ ଅନୁସାରେ ଜୁନ ୧୯ରୁ ମୌସୁମୀ ଅଟକି ଯାଇଛି। ଫଳରେ ଦିଲ୍ଲୀ, […]
ମୌସୁମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial