୨୪ ଘଣ୍ଟାରେ ଦେଶରେ ୩୦,୨୫୬ ନୂଆ କରୋନା ସଂକ୍ରମିତ ଚିହ୍ନଟ : ମୃତ୍ୟୁସଂଖ୍ୟା ୨୯୫

୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୨୫୬

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୩୦ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୩ ଶହରୁ କମ୍ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୦,୨୫୬ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୯୫ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୪,୭୮,୪୧୯ ଓ ମୃତ୍ୟୁସଂଖ୍ୟା ୪,୪୫,୧୩୩ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୪୩,୯୩୮ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୨୭,୧୫,୧୦୫ରେ ପହଞ୍ଚିଛି। ­­­­­ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୧୮,୧୮୧। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୮୦,୮୫,୬୮,୧୪୪ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୩୭,୭୮,୨୯୬ ଡୋଜ୍‌ ଟିକା। ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ସେପ୍ଟେମ୍ବର ୧୯ ତାରିଖ ସୁଦ୍ଧା ସମୁଦାୟ ୫୫,୩୬,୨୧,୭୬୬ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୧,୭୭,୬୦୭ଟି ନମୁନା।

Share Now:

Kalinga News Beuro

Next Post

ଆଟଲାଣ୍ଟିକ୍‌ ମହାସାଗର ମଧ୍ୟସ୍ଥ ସ୍ପେନୀୟ ଦ୍ବୀପରେ ଆଗ୍ନେୟଗିରି ଉଦ୍‌ଗୀରଣ

Mon Sep 20 , 2021
ମାଡ୍ରିଡ୍‌: ସପ୍ତାହେବ୍ୟାପୀ ଭୂକମ୍ପନ ପ୍ରକ୍ରିୟା ଜାରି ରହିବା ପରେ ରବିବାର ଦିନ ସ୍ପେନ୍‌ର ଆଟ୍‌ଲାଣ୍ଟିକ୍ ମହାସାଗର ମଧ୍ୟସ୍ଥ ଲା ପ୍ଲାମା ଦ୍ବୀପରେ ରବିବାର ଦିନ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇଛି। ନିକାଞ୍ଚନ ପାର୍ବତ୍ୟ ଅଞ୍ଚଳରେ ଥିବା ବାସଗୃହ ଆଡ଼କୁ ଆଗ୍ନେୟଗିରି ଉଦ୍‌ଗୀରଣଜନିତ ଗଳିତଧାତୁ (ଲାଭା) ସ୍ରୋତ ମାଡ଼ି ଯିବାର ଆଶଙ୍କା କରି ସରକାରୀ କର୍ତ୍ତୃପକ୍ଷମାନେ ତୁରନ୍ତ ୧୦୦୦ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିଥିଲେ। ‘କେନେରି ଆଇଲାଣ୍ଡ୍‌ସ୍‌ ଭଲକାନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍‌’ ରିପୋର୍ଟ ଅନୁସାରେ, ଦ୍ବୀପର […]
ସ୍ପେନୀୟ ଦ୍ବୀପରେ ଆଗ୍ନେୟଗିରି ଉଦ୍‌ଗୀରଣ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial