ବି.ଆର.ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ : ପୋଡ଼ି ହୋଇଗଲେ ୨ କର୍ମଚାରୀ

ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ

ସମ୍ବଲପୁର: ସମ୍ବଲପୁର ସିକିର୍ଡିରେ ଥିବା ବି.ଆର.ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ ଘଟିଛି। ଦୁଇ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ହଠାତ୍‌ ବିସ୍ଫୋରଣ ହେବା ଫଳରେ ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତ କର୍ମଚାରୀ ଦ୍ୱୟ ହେଲେ ରଞ୍ଜୟ କୁମାର ଯାଦବ ଓ ଗୋଲୁ କୁମାର ଯାଦବ। ରଞ୍ଜୟଙ୍କ ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଛି। ଉଭୟଙ୍କ ଘର ବିହାରରେ। ରଞ୍ଜୟଙ୍କ ଘର ବିହାରର ଔରଙ୍ଗାବାଦ ହୋଇଥିବା ବେଳେ ଗୋଲୁ କୁମାରଙ୍କ ଘର ଛାପ୍ରାରେ। ଗୁରୁତର ଆହତ ଅବସ୍ଥାରେ ରଞ୍ଜୟଙ୍କୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି। ଶ୍ରମିକ ଗୋଲୁ କୁମାରଙ୍କୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ପ୍ଲାଣ୍ଟରେ କାମ ଚାଲିଥିବାବେଳେ ଦୁଇ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ହଠାତ ବିସ୍ଫୋରଣ ହୋଇଥିଲା। ଏଥିରେ ୨ ଜଣ କର୍ମଚାରୀ ପୋଡ଼ି ଯାଇଥିଲେ ଓ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସୂଚନାଥାଉ କି, କିଛିଦିନ ପୂର୍ବେ ଏହି ପ୍ଲାଣ୍ଟରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।

Share Now:

Kalinga News Beuro

Next Post

ଟଳିଲା ବାତ୍ୟା : ୩ଦିନ ପ୍ରବଳ ବର୍ଷିବ

Thu Oct 14 , 2021
ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟକୁ ନେଇ ଯେଉଁ ବାତ୍ୟା ଆଶଙ୍କା କରାଯାଉଥିଲା ତାହା ଟଳିଛି। ଏବେ ଘୂର୍ଣ୍ଣବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି କିନ୍ତୁ ବାତ୍ୟାରେ ପରିଣତ ହେବାର ଆଶଙ୍କା ନାହିଁ। ତେବେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ୩ଦିନ ବର୍ଷା ଲାଗି ରହିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା ଆଶଙ୍କାକୁ ଖଣ୍ଡନ କରି ଆଇଏମଡି ଡିଜି କହିଛନ୍ତି, […]
୩ଦିନ ବର୍ଷା ଲାଗି ରହିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial